ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

୬ଶହ ଟପିଲା କରୋନା ମୃତ୍ୟୁ


ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଛଅଶହ ଟପିଯାଇଛି । ୨୪ ଘଣ୍ଟା ମଧ୍ୟରେ କରୋନାରେ ୧୪ ଜଣଙ୍କ ଜୀବନ ଯିବାପରେ ମୋଟ୍‍ ମୃତ୍ୟୁସଂଖ୍ୟା ୬୦୫ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

କରୋନା ମୃତ୍ୟୁ କ୍ଷେତ୍ରରେ ଏବେ ବି ଗଞ୍ଜାମ ଏକ ନମ୍ବର ସ୍ଥାନରେ ରହିଛି । ଗଞ୍ଜାମରେ କରୋନା ମୃତ୍ୟୁସଂଖ୍ୟା ୨୧୪ ଥିବାବେଳେ ଖୋରଧାରେ ୮୭, କଟକରେ ୪୨, ସୁନ୍ଦରଗଡରେ ୩୮, ରାୟଗଡାୋର ୩୨, ପୁରୀରେ ୨୫, ଗଜପତିରେ ୧୮, ସମ୍ବଳପୁରରେ ୧୬, ନୟାଗଡରେ ୧୫, ବାଲେଶ୍ୱର ଓ କନ୍ଧମାଳରେ ୧୪କରି ଥିବାବେଳେ ଭଦ୍ରକରେ ମୃତ୍ୟୁସଂଖ୍ୟା ୧୦ ରହିଛି । ନୂଆପଡାକୁ ବାଦ୍‍ ଦେଲେ ଅନ୍ୟ ଜିଲ୍ଲାରେ କରୋନା ମୃତ୍ୟୁସଂଖ୍ୟା ଏକ ଅଙ୍କରେ ସୀମିତ ଅଛି । ବର୍ତ୍ତମାନ ସୁଦ୍ଧା ନୂଆପଡା ଜିଲ୍ଲାରେ ଗୋଟିଏ ହେଲେ କରୋନା ମୃତ୍ୟୁ ଘଟିନାହିଁ ।

ସେହିଭଳି ରାଜ୍ୟର ୩୦ ଜିଲ୍ଲାରୁ ଆହୁରି ୩୯୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୪୩,୧୧୭ରେ ପହଞ୍ଚିଛି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୬୩୭ ଲୋକାଲ କେସ୍‍ ରହିଥିବାବେଳେ ଖୋରଧା ଜିଲ୍ଲାରେ ସର୍ବାଧିକ ୬୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କଟକରେ ୩୫୪, ପୁରୀରେ ୨୭୯, ବାଲେଶ୍ୱରରେ ୨୦୯ ମୟୂରଭଞ୍ଜରେ ୧୬୦, ନବରଙ୍ଗପୁରରେ ୧୫୧, ଅନୁଗୁଳରୁ ୧୩୮, କେନ୍ଦ୍ରାପଡାରେ ୧୩୦, ବଲାଙ୍ଗିରରୁ ୧୨୪, ଜଗତସିଂହପୁର ୧୨୨, ଯାଜପୁରରୁ ୧୧୯, ଭଦ୍ରକରୁ ୧୧୨, ରାୟଗଡା ୧୦୫, ନୂଆପଡାରୁ ୧୦୩ ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟ ସମସ୍ତ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୁଇ ଅଙ୍କରେ ସୀମିତ ଥିବାବେଳେ ସବୁଠାରୁ କମ୍‍ ୧୦ଜଣ ଦେବଗଡ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ୧,୪୩,୧୧୭ ସଂକ୍ରମିତଙ୍କ ମଧ୍ୟରୁ ୧,୦୮,୦୦୧ ଜଣ ଚିକିତ୍ସାପରେ ସୁସ୍ଥହୋଇ ଫେରିଥିବାବେଳେ ୩୪,୪୫୮ଜଣ ବିଭିନ୍ନ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆଜି ସୁଦ୍ଧା ରାଜ୍ୟରେ ୨୩,୨୩,୬୪୧ କୋଭିଡ ନମୂନା ପରୀକ୍ଷା ହୋଇଥିବାବେଳେ ଏଥି ମଧ୍ୟରୁ ୬.୧୬ ପ୍ରତିଶତ ପଜିଟିଭ ଚିହ୍ନଟ ହୋଇଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020