ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ସିନେମାହଲ ଖୋଲିବାକୁ ଅନୁରୋଧ

ଲୋକଙ୍କ ଜୀବନ ଜୀବିକା ଓ ଅର୍ଥନୀତିକୁ ଦୃଷ୍ଟିରେ ରଖି ସିନେମାହଲ ଓ ମଲ୍ଟିପ୍ଲେକ୍ସ ଗୁଡିକୁ ତୁରନ୍ତ ଖୋଲିବା ଲାଗି ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି । ସପିଙ୍ଗ ସେଣ୍ଟର ଆସୋସିଏସନ ଅଫ୍‍ ଇଣ୍ଡିଆ (ଏସ୍‍ସିଏଆଇ) ପକ୍ଷରୁ ଏହି ମର୍ମରେ ସରକାରଙ୍କୁ ଅନୁରୋଧ କରାଯାଇଥିବା ଜଣାଯାଇଛି ।

କରୋନା ଯୋଗୁଁ ଗତ ମାର୍ଚ୍ଚରୁ ସିନେମାହଲ ଗୁଡିକ ବନ୍ଦ ରହିଥିବାବେଳେ ଏକାଧିକ ଅନ୍‍ଲକ୍‍ ଘୋଷଣା ପରେ ବି ଏହା ଖୋଲିବାକୁ ଅନୁମତି ମିଳୁନାହିଁ । ଲୋକଙ୍କ ଜୀବନ ଓ ଅର୍ଥନୀତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସକରାତ୍ମମ ପଦକ୍ଷେପ ଗ୍ରହଣକରି ଏଗୁଡିକୁ ଖୋଲିବାପାଇଁ ଅନୁମତି ଦେବାକୁ ଏସ୍‍ସିଏଆଇ ପକ୍ଷରୁ ଅନୁରୋଧ କରାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସପିଙ୍ଗ ସେଣ୍ଟର ଓ ମଲ୍‍ ଗୁଡିକରେ ସିନେମାହଲ ରହିଛି ।

ଏସ୍‍ସିଏଆଇ ପକ୍ଷରୁ ଜନସାଧାରଣଙ୍କ ପାଇଁ ସୁରକ୍ଷା ପ୍ରୋଟୋକଲ ପ୍ରସ୍ତୁତ ହୋଇଥିବାବେଳେ ଏଥିରେ ସାମାଜିକ ଦୂରତା ଓ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ବର୍ତ୍ତମାନ ମଲ୍‍ ଓ ସପିଙ୍ଗ ସେଣ୍ଟର ଗୁଡିକୁ ଖୋଲିବାପାଇଁ ଅନୁମତି ମିଳିଥିବାବେଳେ ସିନେମାହଲ ଗୁଡିକୁ କିନ୍ତୁ ଅନୁମତି ପ୍ରଦାନ କରାଯାଉନାହିଁ । ତେଣୁ କର୍ମଚାରୀଙ୍କ ଜୀବନ ଜୀବିକା ପାଇଁ ରାଜ୍ୟରେ ଥିବା ମଲ୍ଟିପ୍ଲେକ୍ସ ଗୁଡିକୁ ଖୋଲିବାପାଇଁ ଏସ୍‍ସିଏଆଇ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି ।

ପୂର୍ବରୁ ଅଲ୍‍ ଓଡିଶା ସିନେମା ହଲ ମାଲିକ ସଂଘ ପକ୍ଷରୁ ମାର୍ଚ୍ଚ ୨୦ରୁ ବନ୍ଦ ରହିଥିବା ସିନେମାହଲ ଗୁଡିକୁ ବିଜୁଳି ଦେୟ ଛାଡ କରିବାପାଇଁ ଅନୁରୋଧ କରାଯାଇଛି । କରୋନା କାଳରେ ଟଙ୍କାଟିଏ ରୋଜଗାର ହୋଇନଥିବାରୁ ସର୍ବନିମ୍ନ ବିଜୁଳି ଦେବା ଦେବା ଅବସ୍ଥାରେ ମାଲିକମାନେ ନଥିବା ସଂଘର ସଭାପତି ବି.କେ.ମହାନ୍ତି ଦର୍ଶାଇବା ସହିତ ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ବର୍ତ୍ତମାନ ସ୍ଥିତିରେ କର୍ମଚାରୀଙ୍କୁ ଦରମା, ବ୍ୟାଙ୍କ୍‍ଋଣ, ସୁଧ, ଜିଏସ୍‍ଟି, ଏସ୍‍ଜିଏସ୍‍ଟି ଓ ହୋଲଡିଂ ଟିକସ ଆଦି ଦେବାପାଇଁ ହଲ ମାଲିକମାନଙ୍କର ସ୍ଥିତି ନାହିଁ । ସଂଘ ପକ୍ଷରୁ ଦର୍ଶାଯାଇଛି ଯେ ହଲ ନଖୋଲିବା ପର୍ଯ୍ୟନ୍ତ ଏହି ସବୁ ଦେୟ ପଇଠ କରିବା ଅବସ୍ଥାରେ ମାଲିକମାନେ ନାହାନ୍ତି ।

ସିନେମାହଲ ଗୁଡିକ ତିଷ୍ଠିବା ଉପରେ ପ୍ରଶ୍ନଚିହ୍ନ ଲାଗିଥିବାବେଳେ ଓଡିଶା ଚଳଚିତ୍ର ଶିଳ୍ପ ମଧ୍ୟ ଗୁରୁତର ସଙ୍କଟର ସମ୍ମୁଖୀନ ହୋଇଛି । ସିନେମାହଲ ନଖୋଲିଲେ ଏହା ତିଷ୍ଠି ରହିବା କଷ୍ଟକର ହୋଇପଡିବା ସହିତ ଏହା ଉପରେ ନିର୍ଭରଶୀଳ ଲକ୍ଷାଧିକ ବ୍ୟକ୍ତି ମଧ୍ୟ ସେମାନଙ୍କ ଜୀବନ ଜୀବିକା ହରାଇବାର ଆଶଙ୍କା ରହିଛି । ଏଭଳି ସ୍ଥିତିରେ ତିଷ୍ଠି ରହିବାପାଇଁ ସଂଘର୍ଷ କରୁଥିବା ସିନେମାହଲଗୁଡିକୁ ତୁରନ୍ତ ଖୋଲିବାପାଇଁ ରାଜ୍ୟ ସରକାରଙ୍କୁ ଏସ୍‍ସିଏଆଇ ପକ୍ଷରୁ ଅନୁରୋଧ କରାଯାଇଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020