ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଘରୁ ସଂଗ୍ରହ ହେବ ଭେଷଜ ବର୍ଜ୍ୟ

ଆଇସୋଲେସନରେ ଥିବା ବ୍ୟକ୍ତି ମାନଙ୍କ ଘରକୁ ଯାଇ ଜୈବ ଭେଷଜ ବର୍ଜ୍ୟ ବା ବାୟୋମେଡ଼ିକାଲ୍ ୱେଷ୍ଟ୍ ସଂଗ୍ରହ କରିବାର ଦାୟିତ୍ୱ ଜାଗୃତି ୱେଲଫେୟାର୍ ଅରଗାନାଇଜେସନକୁ ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।

କେନ୍ଦ୍ରୀୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ଼ (ସିପିସିବି) ଦ୍ୱାରା ସ୍ଥିରୀକୃତ ମାନକ ଅନୁସାରେ ଜାଗୃତି ଦ୍ୱାରା ଉକ୍ତ ବର୍ଜ୍ୟ ସଂଗ୍ରହ ଏବଂ ପରିବହନ ନିମନ୍ତେ ସ୍ୱତନ୍ତ୍ର ଯାନର ବ୍ୟବସ୍ଥା କରାଯାଇଅଛି । ସଂଗୃହୀତ ବର୍ଜ୍ୟକୁ ସାନି କ୍ଲିନ୍ ପ୍ରାଇଭେଟ୍ ଲିମିଟେଡ଼୍ ଦ୍ୱାରା କରାଯାଇଥିବା ଖୋର୍ଦ୍ଧାର ଟାଙ୍ଗିଆପଡ଼ା ସ୍ଥିତ ୱେଷ୍ଟ୍ ଡ଼ିସ୍ପୋଜାଲ୍ ସେଂଟରରେ ନେଇ ପକାଯିବାର କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଅଛି ।

ତେବେ ସିପିସିବି ର ନିର୍ଦ୍ଦେଶାବଳୀକୁ ମାନି ଜାଗୃତି ସଂସ୍ଥା ପ୍ରତିଥର ପରିବହନ ଏବଂ ନିଷ୍କାସନ ପରେ ପରିବହନ ଗାଡ଼ିକୁ ୧ ପ୍ରତିଶତ ସୋଡ଼ିୟମ୍ ହାଇପୋକ୍ଲୋରାଇଟ୍ ସଲ୍ୟୁସନରେ ବିଶୋଧନ କରିବାକୁ ନିଶ୍ଚିତ କରିବା ପାଇଁ ମହାନଗର ନିଗମ ତରଫରୁ କୁହାଯାଇଅଛି । ଏହା ସାଙ୍ଗକୁ ଏହି ଗାଡ଼ିରେ କାର୍ଯ୍ୟ କରୁଥିବା କର୍ମ•ରୀ ମାନଙ୍କୁ ବର୍ଜ୍ୟକୁ ସୁରକ୍ଷିତ ଭାବେ ରଖିବା ଏବଂ ନିଜେ ସୁରକ୍ଷିତ ରହି ସିପିସିବି ନିର୍ଦ୍ଦେଶାବଳୀ ଅନୁସାରେ ଏହାର ପରି•ଳନା କରିବାକୁ କୁହାଯାଇଅଛି ।

ଯେଉଁସବୁ ଘରେ କୋଭିଡ଼୍-୧୯ ସଂକ୍ରମିତ ବ୍ୟକ୍ତିମାନେ ହୋମ୍ ଆଇସୋଲେସନରେ ରହିଛନ୍ତି ସେହି ଘର ମାନଙ୍କରୁ ଏହି ବର୍ଜ୍ୟ ସଂଗ୍ରହ କରାଯିବ । ନିର୍ଦ୍ଦେଶାବଳୀ ଅନୁସାରେ ୨ ଗୋଟି ଆସ୍ତରଣ ଥିବା ନନ୍ କ୍ଲୋରିନେଟେଡ଼୍ ଡ଼ିସପୋଜେବୁଲ୍ ପ୍ଲାଷ୍ଟିକ୍ ବ୍ୟାଗରେ ବର୍ଜ୍ୟ ଗୁଡ଼ିକ ରଖାଯାଇ ଏହାକୁ ସଂଗ୍ରହ କରାଯିବ ଏବଂ ଏହି ବ୍ୟାଗ୍ ଗୁଡ଼ିକ ଜାଗୃତି ସଂସ୍ଥା ତରଫରୁ ଦିଆଯିବ ।

ଦୈନିକ ସଂଗ୍ରହର ବିବରଣୀ ଜାଗୃତି ତରଫରୁ ବି.ଏମ୍.ସିକୁ ଦିଆଯିବାର ନିୟମ ରଖାଯାଇଥିବା ବେଳେ ଗୋଟିଏ ଗାଡ଼ିରେ ପ୍ରାୟ ୧୦୦ ଗୋଟି ପରିବାରରୁ ବର୍ଜ୍ୟ ସଂଗ୍ରହ କରିବାର ବ୍ୟବସ୍ଥା କରାଯାଇଅଛି । ତେବେ ଏହି କାର୍ଯ୍ୟକୁ ଉନ୍ନତ କରିବା ପାଇଁ ସମୟାନୁକ୍ରମେ ମାନକ ନିର୍ଦ୍ଦେଶାବଳୀ ବା ଏସ୍ଓପି ଜାରି ହେବବୋଲି କୁହାଯାଇଅଛି । ବର୍ତମାନ ପରିପ୍ରେକ୍ଷୀରେ ଏହି କାର୍ଯ୍ୟ ପାଇଁ ୪ ଗୋଟି ଗାଡ଼ି ନିୟୋଜିତ ହେବ ଏବଂ ହୋମ୍ ଆଇସୋଲେସନ୍ ସଂଖ୍ୟା ବଢିଲେ ଆବଶ୍ୟକତା ଅନୁସାରେ ଗାଡ଼ି ସଂଖ୍ୟା ବୃଦ୍ଧି କରାଯିବ ।

ସୁରୁଖୁରୁରେ କାର୍ଯ୍ୟ ହେବାପାଇଁ ବି.ଏମ୍.ସି ତରଫରୁ ହୋମ୍ ଆଇସୋଲେସନରେ ରହିଥିବା କୋଭିଡ଼୍-୧୯ ପଜିଟିଭ୍ ଙ୍କ ଘର ଠିକଣା ଜାଗୃତିକୁ ପ୍ରତିଦିନ ଦିଆଯିବା ସହିତ ଏହି କାମର ସୁପରିଚାଳନା ପାଇଁ ଜଣେ ନୋଡ଼ାଲ୍ ଅଫିସରଙ୍କୁ ନିୟୋଜିତ କରାଯିବ । ଏ କ୍ଷେତ୍ରରେ ବି.ଏମ୍.ସି ଓ ଜାଗୃତିର ମିଳିତ ପ୍ରଚେଷ୍ଟାରେ ସମ୍ପୃକ୍ତ ପରିବାର ଗୁଡ଼ିକୁ ଜୈବ ଭେଷଜ ବର୍ଜ୍ୟକୁ କିପରି ଦିଆଯାଇଥିବା ପ୍ଲାଷ୍ଟିକ୍ ବ୍ୟାଗରେ ସଠିକ୍ ଭାବେ ରଖିବେ ଏବଂ ଏହାକୁ ଅନ୍ୟ ବର୍ଜ୍ୟବସ୍ତୁ ସହିତ ମିଶିବାକୁ ଦେବେନାହିଁ ସେ ବାବଦରେ ସଚେତନତା ସୃଷ୍ଟି କରିବେ ଯାହାକି ବର୍ଜ୍ୟ ଜନିତ ସଂକ୍ରମଣରୁ ସୁରକ୍ଷା ଦେଇପାରିବ ।

ସିପିସିବିର ନିର୍ଦ୍ଦେଶାବଳୀ ଅନୁସାରେ ଜୈବ ଭେଷଜ ବର୍ଜ୍ୟ ମଧ୍ୟରେ ବ୍ୟବହୃତ ସିରିଞ୍ଜ୍, ଅବଧି •ଲିଯାଇଥିବା ଔଷଧ, ବ୍ୟବହୃତ ମାସ୍କ, ଗ୍ଲୋବ୍ସ, ପରିସ୍ରାଥଳି, ରକ୍ତ ଏବଂ ସ୍ରାବଭିଜା କପଡ଼ା ଇତ୍ୟାଦି ଅନ୍ତର୍ଭୁକ୍ତ । ସ୍ୱାକ୍ଷରିତ ରାଜିନାମା ଅନୁସାରେ ଜାଗୃତିକୁ ପ୍ରତି ଗାଡ଼ି ପିଛା ୫୭୫୦ ଟଙ୍କା ଦିଆଯିବାକୁ କୁହାଯାଇଅଛି ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020