ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଏଥର ପୂଜା ପାଇବେ ୪ ଫୁଟିଆ ମୂର୍ତ୍ତି


ଚଳିତବର୍ଷ ଶାରଦୀୟ ପୂଜାରେ ମୂର୍ତ୍ତିମାନଙ୍କ ଉଚ୍ଚତା ୪ ଫୁଟରୁ କମ୍‍ ରହିବ । ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ସମେତ ଆସନ୍ତା ନଭେମ୍ବର ମାସ ଭିତରେ ପଡ଼ୁଥିବା ସମସ୍ତ ପୂଜା ପାଇଁ ଏହି ନିୟମ ଆଜି ସ୍ୱତନ୍ତ୍ର ରିଲିଫ କମିଶନର ଜାରି କରିଛନ୍ତି ।

ସମସ୍ତ ପୂଜା ଲାଗି ଜିଲ୍ଲାପାଳ କିମ୍ବା ତାଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଅଧିକାରୀଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ । ତେବେ କଟକ, ଭୁବନେଶ୍ୱର ଇଲାକାରେ ପୁଲିସ କମିଶନର ଏହି ଅନୁମତି ଦେବେ । ମୂର୍ତ୍ତିର ଆକାର ୪ ଫୁଟରୁ କମ୍‍ ରଖିବାକୁ କୁହାଯାଇଥିବା ବେଳେ ପୂଜା ମଣ୍ଡପରେ ବ୍ରାହ୍ମଣ ଓ କର୍ତ୍ତାଙ୍କୁ ମିଶା ୭ ଜଣରୁ ଅଧିକ ରହିବପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ରହିଛି ।

ଏଥିସହିତ ସମସ୍ତ ପୂଜା ମଣ୍ଡପରେ କରୋନା ନିୟମ ଯଥା- ସାମାଜିକ ଦୂରତା, ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା, ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରିବା ସହିତ କେନ୍ଦ୍ର, ରାଜ୍ୟ ଓ ସ୍ଥାନୀୟ ପ୍ରଶାସନ ଜାରି କରିଥିବା ବିଶୋଧନ ନିୟମ ପାଳନ କରାଯିବ ।

ଚଳିତବର୍ଷ ପୂଜାରେ କୌଣସି ସାଂସ୍କୃତିକ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହୋଇପାରିବ ନାହିଁ । ଭସାଣ ଉତ୍ସବରେ ଡିଜେ କିମ୍ବା ବ୍ୟାଣ୍ଡପାର୍ଟି ଶୋଭାଯାତ୍ରା ବାହାରିବ ନାହିଁ । ମୂର୍ତ୍ତିଗୁଡ଼ିକ କୃତିମ ପୋଖରୀରେ ବିସର୍ଜିତ ହେବେ ଓ ସ୍ଥାନୀୟ ପ୍ରଶାସନ ଏହି ପୋଖରୀର ବ୍ୟବସ୍ଥା କରିବ ।

ରାଜ୍ୟ ସରକାର ଜାରି କରିଥିବା ଏହି ଗାଇଡଲାଇନ ଯେଭଳି କଡ଼ାକଡ଼ି ଭାବେ ପାଳନ କରଯିବ ସେଥିପ୍ରତି ଦୃଷ୍ଟି ରଖିବାକୁ ଜିଲ୍ଲାପାଳ, ମୁନିସିପାଲ କମିଶନ ଓ ପୁଲିସ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020