ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ସବୁଜ ପୁନରୁଦ୍ଧାର ଉପରେ ଗୁରୁତ୍ୱ

କୋଭିଡ଼-୧୯ ମହାମାରୀ ସମୟରେ ସକ୍ଷମ ଓ ସୁସ୍ଥ ରହିବା ସହ ବିଭିନ୍ନ ସଂକ୍ରମଣ ଓ ଅସୁସ୍ଥତା ବିରୋଧରେ ଆମର ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ନିରାପଦ ଏବଂ ପୁଷ୍ଟିକର ଖାଦ୍ୟ ସହଜଭାବେ ପାଇବାର ଆବଶ୍ୟକତା ଉପରେ ଗ୍ରିନ୍‍ ପିସ୍‍ ଇଣ୍ଡିଆ ଆଲୋକପାତ କରିଛି ।

ବର୍ତ୍ତମାନ ଏହି ବ୍ୟବସ୍ଥାକୁୁ ସୁଦୃଢ଼ କରିବା ସହ ପୁଣିଥରେ ରଣନୀତି ସ୍ଥିର କରିବାର ସମୟ ଆସିଛି । ଚାଷୀମାନେ ଖାଲି ଯେ ଉତ୍ତମ ମୂଲ୍ୟ ପାଇବା ନିମନ୍ତେ ସଂଘର୍ଷ କରୁଛନ୍ତି ତା ନୁହେଁ, ଯୋଗାଣ ଶୃଙ୍ଖଳ ବିପର୍ଯ୍ୟସ୍ତ ହୋଇପଡ଼ିଥିବାର କଷ୍ଟ ମଧ୍ୟ ସହୁଛନ୍ତି । ଲକ୍ ଡାଉନ୍ ସମୟରେ ବଜାର ସୁବିଧା ନ ମିଳିବା ଏହି ବ୍ୟବସ୍ଥାର ଭଙ୍ଗୁରତା ଏବଂ ଫାଟ ଗୁଡ଼ିକ ଦର୍ଶାଉଛି ।

ଏହି ଦାବି ଉଠାଇବା ପାଇଁ  ଗ୍ରିନ୍‍ ପିସ୍‍ ଇଣ୍ଡିଆ ସ୍ଥାନୀୟ ଗୋଷ୍ଠୀମାନଙ୍କ ସହ ମିଶି ଏକ ଉତ୍ତମ ଭବିଷ୍ୟତର ଶପଥ ନେବା ଏବଂ ସେହି ଦିଗରେ ଆଗେଇବା ନିମନ୍ତେ କାଳିଆକନ ନଦୀ ବ୍ଲକ, ପୁରୀ ଠାରେ ଭାରତର ଜନସାଧାରଣଙ୍କ ପାଇଁ ଏକ ଉତ୍ସାହମୂଳକ ବାର୍ତ୍ତା ଅୟମାରମ୍ଭ କରିଛି ।

ଉତ୍ତମତା ଅଭିମୁଖୀ ପୁନରୁଦ୍ଧାର ସମ୍ବନ୍ଧୀତ ଏକତା ଓ ସମର୍ଥନ ବ୍ୟକ୍ତ କରିବା ନିମନ୍ତେ ଚାଷୀ ଓ ଖାଉଟୀଙ୍କ ପାଇଁ  ଗ୍ରିନ୍‍ ପିସ୍‍ ଇଣ୍ଡିଆ ସୁଯୋଗ ମଧ୍ୟ ସୃଷ୍ଟି କରିଛି । ଭାରତର ୧୬ଟି ରାଜ୍ୟର ଚାଷୀ, ଯଥା- ଦିଲ୍ଲୀ ଏନ୍ସିଆର, ବିହାର, ଗୁଜରାଟ, ହରିଆନା, କେରଳ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ପଞ୍ଜାବ, ତେଲଙ୍ଗାନା, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ଜାମ୍ମୁ ଓ କାଶ୍ମୀର ଏବଂ ଆସାମଙ୍କ ପକ୍ଷରୁ କୋଭିଡ଼ ପରବର୍ତ୍ତୀ ସବୁଜ ପୁନରୁଦ୍ଧାର ଯୋଜନା ମାଧ୍ୟମରେ ସ୍ଥାୟୀ ଚାଷ ଅଭ୍ୟାସର ଦାବି ଉଠାଇଛନ୍ତି ଯାହା ଉତ୍ପାଦକତା ବୃଦ୍ଧି କରିବା ସହ ପରିବେଶ ସହ ଏକ ପାରସ୍ପରିକ ଉପକାରୀ ସମ୍ପର୍କ ବଜାୟ ରଖିବାରେ ସହାୟକ ହୋଇପାରିବ ।

ଗ୍ରିନ୍‍ ପିସ୍‍ ଇଣ୍ଡିଆର ବରିଷ୍ଠ ପ୍ରଚାରକ ଇସ୍ତେୟାକ୍ ଅହମଦ କୁହନ୍ତି - “ଆମର ଖାଦ୍ୟ ବ୍ୟବସ୍ଥା ଅଧିକ ସ୍ଥିତିସ୍ଥାପକ, ପରିବେଶ ଦୃଷ୍ଟିରୁ ସ୍ଥାୟୀ, ସାମାଜିକ ଭାବେ ଭାଗିଦାରୀସଂପନ୍ନ ଏବଂ ସହଜଲବ୍ଧ କରିବା ନିମନ୍ତେ ଯୋଜନା ଓ ନିଷ୍ପତ୍ତିଗୁଡ଼ିକର ପୁନଃକଳ୍ପନା କରିବାର ସମୟ ଆସିଛି। ଆମେ ଏଭଳି ସମାଧାନଗୁଡ଼ିକ ଖୋଜିବା ଓ ଗବେଷଣା କରିବା ଉଚିତ ଯେଉଁଗୁଡ଼ିକ ମଧ୍ୟରେ ଅସୁରକ୍ଷିତଙ୍କୁ ସଶକ୍ତ କରିବା, ଫସିଲ ଜାଳେଣି ଉପରେ ଆମର ନିର୍ଭରଶୀଳତାକୁ କମ୍ କରିବା ସହ ଦ୍ରୁତ ଭାବେ ବୃଦ୍ଧି ପାଉଥିବା ପରିବେଶ ପରିବର୍ତ୍ତନର ଆହ୍ୱାନକୁ ହ୍ରାସ କରିବା ନିମନ୍ତେ ନବୀକରଣଯୋଗ୍ୟ ଜାଳେଣି ବ୍ୟବହାର ଦିଗକୁ ଆଗେଇ ନେବାର ସାମର୍ଥ୍ୟ ରହିଥିବ ।”

ଆମେ ଏଭଳି ବିକଳ୍ପ ଆପଣାଇବା ଦରକାର ଯାହା ଫସିଲ ଜାଳେଣିରୁ ନବୀକରଣଯୋଗ୍ୟ ଶକ୍ତି ଦିଗକୁ ସହଜରେ ବାଟ କଢ଼ାଇ ନେବ । ନବୀକରଣଯୋଗ୍ୟ ଶକ୍ତି ଏବଂ ପରିବେଶ ଆବଶ୍ୟକ ନିଯୁକ୍ତିର ବିକେନ୍ଦ୍ରୀକୃତ ମଡ଼େଲକୁ ପ୍ରୋତ୍ସାହିତ କରାଯିବା ଉଚିତ । କୃଷି କ୍ଷେତ୍ରରେ ଆମର ନୀତିଗୁଡ଼ିକ ଏପରି କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେବା ଦରକାର ଯାହା ଫଳରେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ସମାନ ଗତିରେ ସ୍ୱାଭାବିକ ଏବଂ ପରିବେଶଭିତ୍ତିକ ଚାଷ ଅଭ୍ୟାସ ଦିଗକୁ ଆଗେଇ ଯାଇପାରିବେ ।

ଆମକୁ ଏକଥା ମଧ୍ୟ ନିଶ୍ଚିତ କରିବାକୁ ପଡ଼ିବ ଯେ ଆମର ଖାଦ୍ୟ ବ୍ୟବସ୍ଥା ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା, ନିରାପତ୍ତା ଓ ପୁଷ୍ଟିକର ଖାଦ୍ୟ ସୁନିଶ୍ଚିତ କରିବ, ତେବେ ପରିବେଶକୁ ଶୋଷଣ କରିବ ନାହିଁ । ଭବିଷ୍ୟତ ପାଇଁ ଯୋଜନା କରିବା ବେଳେ ଆମକୁ ମନେ ରଖିବାକୁ ହେବ ଯେ ମାଟିର ସ୍ୱାସ୍ଥ୍ୟ, ବୃକ୍ଷଲତା, ଜୈବ ବିବିଧତା, ଜଳ ସଂପଦ, ପଶୁପକ୍ଷୀ, ପରିବେଶ ଏବଂ ମଣିଷ ସମସ୍ତେ ପରସ୍ପର ସହ ସଂପର୍କିତ ।

ସାମୂହିକ ଆଶା, ବିଶ୍ୱାସ ଏବଂ ସଂକଟକୁ ସୁଯୋଗରେ ପରିଣତ କରିବାର ଲକ୍ଷ୍ୟକୁ ପ୍ରତିଫଳିତ କରୁଥିବା ଏବଂ ଜଳବାୟୁ ସୁରକ୍ଷିତ, ସମାନତାଭିତ୍ତିକ, ସ୍ଥାୟୀ ଏବଂ ସ୍ଥିତିସ୍ଥାପକ ଭାରତ ନିର୍ମାଣର ଦିଗ ଦୃଢ଼ତାର ସହ ନିର୍ଦ୍ଧାରଣ କରୁଥିବା ସବୁଜ ପୁନରୁଦ୍ଧାର ଯୋଜନାକୁ ସରକାର ନିଶ୍ଚିତ ଭାବେ ବିଚାରକୁ ନେବା ଉଚିତ ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020