ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଓଡିଶାରେ କରୋନା ଗବେଷଣା ଶୂନ

କରୋନା ପ୍ରତିଷେଧକ ଟୀକା କାଢିବାପାଇଁ ବିଭିନ୍ନ ଦେଶରେ ବିଶ୍ୱବିଦ୍ୟାଳୟଗୁଡିକ ଉକ୍ରୃଷ୍ଟମାନର ଗବେଷଣା ଜାରି ରଖି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟୁଥିବାବେଳେ ଓଡିଶାରେ ୩୫ଟି ବିଶ୍ୱବିଦ୍ୟାଳୟ ସମେତ ଜାତୀୟ ସ୍ତରର ୧୭ଟି ପ୍ରତିଷ୍ଠାନ ଥିବା ସ୍ଥଳେ ଏ କ୍ଷେତ୍ରରେ କିନ୍ତୁ କେହି ମୌଳିକ ଗବେଷଣା କରୁନାହାନ୍ତି ।

ବ୍ରିିଟେନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପ୍ରସ୍ତୁତ କରୁଥିବା ଟୀକା ଉପରେ ଏବେ ସାରା ବିଶ୍ୱର ନଜର । ସେହିପରି ଯୁକ୍ତରାଷ୍ଟ୍ର ଆମେରିକାରେ କାଲିଫଣ୍ଣିଆ, ଚିକାଗୋ, ମାସାଚ୍ୟୁଟ୍‍ସ ଭଳି ବିଶ୍ୱବିଦ୍ୟାଳୟଗୁଡିକ କରୋନା ଟୀକା କାଢିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି । ଚୀନ୍‍ ଠାରୁ ଆରମ୍ଭକରି ସୋଭିଏତ୍‍ ଋଷ୍‍ ପର୍ଯ୍ୟନ୍ତ ବିଭିନ୍ନ ଦେଶରେ ବିଶ୍ୱବିଦ୍ୟାଳୟମାନେ ଏ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି ।

ଓଡିଶାରେ ଏବେ ୨୧ଟି ସରକାରୀ ବିଶ୍ୱବିଦ୍ୟାଳୟ ରହିଛି । ଏହାଛଡା ୨ଟି ଡିମ୍‍ଡ ବିଶ୍ୱବିଦ୍ୟାଳୟ ଘରୋଇ ଉଦ୍ୟମରେ ଚାଲିଥିବାବେଳେ ଆଉ ୧୨ଟି ଘରୋଇ ବିଶ୍ୱବିଦ୍ୟାଳୟ ବି ରାଜ୍ୟର ବିଭିନ୍ନ ସ୍ଥାନରେ ରହିଛି । ଏମାନଙ୍କ ଛଡା ଏମ୍‍ସ, ଆଇଆଇଟି, ଆଇଜର, ନାଇଜର, ଜୀବ ବିଜ୍ଞାନ ପ୍ରତିଷ୍ଠାନ, ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ, ଆଇଆଇଆଇଟି, ଏନ୍‍ଆଇଟି, ଆରଏମ୍‍ଆରସି ଭଳି ଜାତୀୟ ସ୍ତରର ପ୍ରତିଷ୍ଠାନ ମଧ୍ୟ ଓଡିଶାରେ ଅଛି ।

ଏଗୁଡିକ ମଧ୍ୟରୁ କେବଳ ଭୁବନେଶ୍ୱର ସ୍ଥିତ ସୋଆ ବିଶ୍ୱବିଦ୍ୟାଳୟର ସମ୍‍ ହସ୍ପିଟାଲରେ ଅନ୍ୟଏକ ସଂସ୍ଥା ତିଆରି କରୁଥିବା ଟୀକାର ମାନବ ପରୀକ୍ଷଣ ଚାଲିଛି । କିନ୍ତୁ ୩୫ଟି ଯାକ ବିଶ୍ୱବିଦ୍ୟାଳୟ ଓ ଅନ୍ୟ ପ୍ରତିଷ୍ଠାନ ଗୁଡିକ ଭିତରୁ କେଉଁ ଗୋଟିକରେ ହେଲେ ବି କରୋନା ପ୍ରତିଷେଧକ କାଢିବାଲାଗି ମୌଳିକ ଗବେଷଣା ହେଉନାହିଁ ।

ଓଡିଶାର ସର୍ବ ପୁରାତନ ଉକ୍ରଳ ବିଶ୍ୱବିଦ୍ୟାଳୟରେ ଗବେଷଣା ତ ଦୂରରକଥା ପାଠ ପଢାଇବାପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ଅଧ୍ୟାପକ ନାହାନ୍ତି । ଅନ୍ୟ ସବୁ ବିଶ୍ୱବିଦ୍ୟାଳୟରେ ବି ଅନୁରୂପ ଅବସ୍ଥା । ବୁର୍ଲାରେ ଭିଏସ୍‍ଏସ୍‍ ମେଡିକାଲ କଲେଜ ହସ୍ପିଟାଲର ନାମ ବଦଳାଇ ବୀର ସୁରେନ୍ଦ୍ର ସାଏ ଇନ୍‍ଷ୍ଟିଟ୍ୟୁଟସ୍‍ ଅଫ୍‍ ମେଡିକାଲ ସାଇନସେନ୍ସ ଆଣ୍ଡ ରିସର୍ଚ୍ଚ ନାମରେ ନାମିତ କରାଯାଇଥିବାବେଳେ ସେଠାରେ କରୋନା ଟୀକା ଗବେଷଣା ପାଇଁ କିଛି ବ୍ୟବସ୍ଥା ନାହିଁ । ଏସ୍‍ସିବି, ଏମ୍‍କେସିଜି ସମେତ ୬ଟି ଯାକ ସରକାରୀ ମେଡିକାଲ କଲେଜରେ ଅନୁରୂପ ଦୁରବସ୍ଥା । ବ୍ରହ୍ମପୁର, ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଆରମ୍ଭକରି ଭୁବନେଶ୍ୱରର ଏମ୍‍ସରେ ବି କରୋନା ଟୀକା ଲାଗି କିଛି କାମ ହେଉନାହିଁ ।

ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟ କରୋନା ବିପତ୍ତି ସମୟରେ ମାନବ ସମାଜକୁ ରକ୍ଷା କରିବାପାଇଁ ବ୍ୟାପକ ଗବେଷଣା ଚଳାଉଥିବାବେଳେ ଓଡିଶାର ବିଶ୍ୱବିଦ୍ୟାଳୟଗୁଡିକ କେବଳ ପିଏଚ୍‍ଡି ଡିଗ୍ରୀ ସାର୍ଟିଫିକେଟ ବଣ୍ଟନରେ ନିଜ ଗବେଷଣାକୁ ସୀମିତ ରଖିଛନ୍ତି । ଅନ୍ୟ ପକ୍ଷରେ ବିଦେଶରେ କରୋନା ଟୀକା ବିକାଶ ପାଇଁ ଗବେଷଣା କ୍ଷେତ୍ରରେ ଆମ ଦେଶର ବିଶେଷକରି ଓଡିଶାର କେତେକ ଗବେଷକ ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି । ଅଥଚ ସେମାନଙ୍କୁ ଗବେଷଣା ଓ ପ୍ରୟୋଗ ଲାଗି ରାଜ୍ୟ ଭିତରେ ସୁଯୋଗ ମିଳୁନାହିଁ ।

ହାଇଦ୍ରାବାଦର ଭାରତ ବାୟୋଟେକ ଓ ପୁନାର ସିରମ ଇନ୍‍ଷ୍ଟିଟ୍ୟୁଟ କରେନା ଟୀକା ଗବେଷଣା କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରୁଥିବା ଦୃଷ୍ଟିରୁ ଭବିଷ୍ୟତକୁ ଆଖିଆଗରେ ରଖି ଓଡିଶାରେ ଉନ୍ନତମାନର ଗବେଷଣା ଲାଗି ବିଶ୍ୱବିଦ୍ୟାଳୟ ଓ ଅନ୍ୟ ଜାତୀୟ ସ୍ତରର ଅନୁଷ୍ଠାନଗୁଡିକରେ ସୁଯୋଗ ସୃଷ୍ଟି କରିବାକୁ ବରିଷ୍ଠ ବୈଜ୍ଞାନିକମାନେ ମତବ୍ୟକ୍ତ କରୁଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020