ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ପରିବେଶ ପର୍ଯ୍ୟଟନ ଖୋଲିବାକୁ ଅନୁରୋଧ

ଆସନ୍ତା ଅକ୍ଟୋବର ପହିଲାରୁ ରାଜ୍ୟର ପରିବେଶ ପର୍ଯ୍ୟଟନସ୍ଥଳୀ ଗୁଡିକୁ ପର୍ଯ୍ୟାୟକ୍ରମେ ଖୋଲିବାପାଇଁ ଅନୁମତି ଦେବାକୁ ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗକୁ ଅନୁରୋଧ କରାଯାଇଛି । ଗତ ମାସରେ ଇକୋ-ରିଟ୍ରିଟ ଆୟୋଜନ ପାଇଁ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକର ନିଷ୍ପତ୍ତି ଅନୁଯାୟୀ ଏଭଳି ଅନୁମତି ଲୋଡାଯାଇଛି ।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗତମାସରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ପରିବେଶ ପର୍ଯ୍ୟଟନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ତଦନୁଯାୟୀ ଅକ୍ଟୋବର ପହିଲାରୁ ପର୍ଯ୍ୟାୟକ୍ରମେ ରାଜ୍ୟରେ ଥିବା ଏହି ପର୍ଯ୍ୟଟନସ୍ଥଳୀ ଗୁଡିକୁ ଖୋଲିବାପାଇଁ ଅନୁମତି ଦେବାକୁ ବନ୍ୟପ୍ରାଣୀ ମୁଖ୍ୟାଳୟ କହିଛି । ପ୍ରଥମ ପର୍ଯ୍ୟାୟରେ ଭିତରକନିକାର ଡାଙ୍ଗମାଳ, ଚନ୍ଦକାର ଡେରାସ, ଚିଲିକାର ମଙ୍ଗଳାଯୋଡି, ମହାନଦୀ/ସାତକୋଶିଆର ବଡମୂଳ, ହୀରାକୁଦର ଦେବ୍ରୀଗଡ, ବାଲିଗୁଡାର ମଣ୍ଡସାରୁ ଓ ସାତକୋଶିଆର ଛୋଟେଲ, ତରଭା ଏବଂ ବାଘମୁଣ୍ଡ ଆଦି ଖୋଲିବାକୁ ଅନୁରୋଧ କରାଯାଇଛି ।

ଏହିସବୁ ପରିବେଶ ପର୍ଯ୍ୟଟନ ଗୁଡିକ ଖୋଲିଲେ ଏଠାକୁ ଦେଶୀୟ ପର୍ଯ୍ୟଟକମାନେ ଅଧିକ ସଂଖ୍ୟାରେ ଆସିବେ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ କରୋନା ପରବର୍ତ୍ତୀ ସମୟରେ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ସଜାଡିବାପାଇଁ ସରକାର ପଡୋଶୀ ରାଜ୍ୟର ପର୍ଯ୍ୟଟକମାନଙ୍କ ଉପରେ ଫୋକସ କରୁଛନ୍ତି । ପଡୋଶୀ ଛତିଶଗଡ, ଝାଡଖଣ୍ଡ, ପଶ୍ଚିମବଙ୍ଗ ସହିତ ରାଜ୍ୟ ଭିତରର ପର୍ଯ୍ୟଟକମାନେ ଯେଭଳି ଅଧିକ ସଂଖ୍ୟାରେ ପର୍ଯ୍ୟଟନସ୍ଥଳୀକୁ ଆସିବେ ସେଥିପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହେଉଛି । ବିଶେଷକରି ପର୍ଯ୍ୟଟକମାନଙ୍କୁ ପରିବେଶ ପର୍ଯ୍ୟଟନ ଓ ରାସ୍ତାପାଶ୍ୱର୍ ପର୍ଯ୍ୟଟନ ପ୍ରତି ଆକୃଷ୍ଟ କରିବାଲାଗି ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ କରୋନା ମହାମାରୀ ରାଜ୍ୟରେ ଦେଖାଦେବାପରେ ସଂକ୍ରମଣ ଭୟରେ ପର୍ଯ୍ୟଟନସ୍ଥଳୀ ଗୁଡିକ ବନ୍ଦ ରହିଛି । ଏଥିଯୋଗୁଁ ପର୍ଯ୍ୟଟନ ଶିଳ୍ପ ସହିତ ଜଡିତ ଲୋକେ ନିଜର କାମଧନ୍ଦା ହରାଇଛନ୍ତି । ଏହାର ପ୍ରତିକୂଳ ପ୍ରଭାବ ବି ରାଜ୍ୟର ଅର୍ଥ ବ୍ୟବସ୍ଥା ଉପରେ ପଡିଛି । ତେଣୁ ପର୍ଯ୍ୟଟନ ଶିଳ୍ପକୁ କିଭଳି ତାହାର ପୂର୍ବାବସ୍ଥାକୁ ଫେରାଇ ଅଣାଯାଇ ପାରିବ ସେଥିପାଇଁ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଉଥିବାବେଳେ ପରିବେଶ ପର୍ଯ୍ୟଟନ କେନ୍ଦ୍ର ଗୁଡିକୁ ଖୋଲିବାପାଇଁ ଜଙ୍ଗଲ ଓ ପରିବେଶ ବିଭାଗକୁ ଏଭଳି ଅନୁମତି ମଗାଯାଇଥିବା ଜଣାପଡିଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020