ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଜିିଲ୍ଲାପାଳ ସ୍ତରରେ ଅଦଳ ବଦଳ

ରାଜ୍ୟ ସରକାର ଆଜି ଜିଲ୍ଲାପାଳ ସ୍ତରରେ ଅଦଳ ବଦଳ କରିଛନ୍ତି । ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କୁ ଓଡିଶା ଭାଷା, ସାହିତ୍ୟ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଥିବାବେଳେ ୨୦୧୪ ବ୍ୟାଚ୍‍ ଆଇଏଏସ୍‍ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କୁ ଯାଜପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ଶ୍ରୀ ରାଠୋର ବ୍ରହ୍ମପୁର ମହାନଗର ନିଗମର କମିଶନର ଭାବେ ଦାୟିତ୍ୱ ତୁଲାଉଥିଲେ ।

ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବାବେଳେ ମୟୁରଭଞ୍ଜ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରଣାଙ୍କୁ ବଲାଙ୍ଗିର ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି ।

ନୂଆପଡା ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କୁ ଜଳସମ୍ପଦ ବିଭାଗର ଉପସଚିବ ଭାବେ ବଦଳି କରାଯାଇଥିବାବେଳେ ୨୦୧୪ ବ୍ୟାଚ୍‍ ଆଇଏଏସ୍‍ ସ୍ୱାଧା ଦେବ ସିଂହଙ୍କୁ ନୂଆପଡା ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ଗଞ୍ଜାମ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶେଖର ସ୍ୱାଇଁଙ୍କୁ ଅନୁଗୁଳ ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବାବେଳେ ଅନୁଗୁଳ ଜିଲ୍ଲାପାଳ ଥିବା ମନୋଜର କୁମାର ମହାନ୍ତିଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ଦିଆଯାଇଛି ।

୨୦୧୬ ବ୍ୟାଚ୍‍ ଆଇଏଏସ୍‍ ଦତ୍ତାତ୍ରେୟ ବି ସିଂଧେଙ୍କୁ ଗଞ୍ଜାମ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ଶ୍ରୀ ସିଂଧେ ବ୍ରହ୍ମପୁର ଉପଜିଲ୍ଲାପାଳ ଦାୟିତ୍ୱରେ ଥିଲେ । ସେହିଭଳି ୨୦୧୬ ବ୍ୟାଚ୍‍ ଆଇଏଏସ୍‍ ସିଧେଶ୍ୱର ବାଲିରାମ ବୋନ୍ଦାର ବ୍ରହ୍ମପୁର ମହାନଗର ନିଗମ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି । ଶ୍ରୀ ବୋନ୍ଦାର ଗୁଣୁପୁର ଉପ ଜିଲ୍ଲାପାଳ ଦାୟିତ୍ୱ ତୁଲାଉଥିଲେ ।

୨୦୧୮ ବ୍ୟାଚ୍‍ ଆଇଏଏସ୍‍ କିର୍ଥୀ ଭାସନ ଗଞ୍ଜାମ ଉପଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି । ଶ୍ରୀ ଭାସନ କୋଭିଡ ପରିଚାଳନା ଲାଗି ଗଞ୍ଜାମରେ ଓଏସ୍‍ଡି ଭାବେ କାର୍ଯ୍ୟ କରୁଥିଲେ । ସେହିଭଳି ଗଜପତିରେ କୋଭିଡ ପରିଚାଳନା ପାଇଁ ଓଏସ୍‍ଡି ଭାବେ ନିଯୁକ୍ତ ହୋଇଥିବା ୨୦୧୮ ବ୍ୟାଚ୍‍ ଆଇଏଏସ୍‍ ଜେ ସୋନାଲଙ୍କୁ ଗୁଣୁପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020