ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ସରଳ ହେଲା ଜମି ଆବଣ୍ଟନ

ଓଡିଶାର ସରକାର ଜମିଜମା ବନ୍ଦୋବସ୍ତ ଆଇନ୍‍ର ସଂଶୋଧନ ଆଣି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ଅଞ୍ଚଳରେ ସାଧାରଣ ପ୍ରଶାସନ ବିଭାଗ ମାଧ୍ୟମରେ ଜମି ଆବଣ୍ଟନ ବ୍ୟବସ୍ଥାକୁ ସରଳୀକରଣ କରିଛନ୍ତି । ଏହି ମର୍ମରେ ଆଜି ବିଧିବଦ୍ଧ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଯେଉଁମାନେ ବିଏମ୍‍ସି ଅଞ୍ଚଳରେ ଗୃହ ନିର୍ମାଣ, ବାଣିଜ୍ୟ ବ୍ୟବସାୟ, କଳକାରଖାନା, ଶିକ୍ଷାନୁଷ୍ଠାନ ଓ ଅନ୍ୟ କାର୍ଯ୍ୟ ପାଇଁ ଜମି ଆବଶ୍ୟକ କରୁଛନ୍ତି ସେମାନେ ନୂଆ ନିୟମ ଅନୁଯାୟୀ ନିର୍ଦ୍ଧାରିତ ଫର୍ମରେ ସାଧାରଣ ପ୍ରଶାସନ ବିଭାଗର ମାହାଲ ନିର୍ଦ୍ଦେଶକଙ୍କୁ ଆବେଦନ କରିବେ । କାହାକୁ ଜମି ଦିଆଯିବ କି ନାହିଁ ସେ ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚସ୍ତରୀୟ କମିଟି ନିଷ୍ପତ୍ତି ନେବେ । ଏହି କମିଟିରେ ରାଜସ୍ୱ, ଅର୍ଥ, ଆଇନ୍‍, ନଗର ଉନ୍ନୟନ ଓ ଗୃହ ନିର୍ମାଣ ଆଦି ବିଭାଗର ସଚିବମାନେ ସଦସ୍ୟ ରହିବେ ଏବଂ ମାହାଲ ନିର୍ଦ୍ଦେଶକ ଏହି କମିଟିର ଆବାହକ ହେବେ ।

ଜମି ଆବଣ୍ଟନ ପୂର୍ବରୁ ବିଡିଏର ପ୍ଲାନ ଆଧାରରେ ତର୍ଜମା କରାଯିବ ଏବଂ ଆବେଦନକାରୀଙ୍କ ନାମରେ ଏହି ଜମି ଲିଜ୍‍ ଆକାରରେ ଆବଣ୍ଟନ କରାଯିବ କି ନାହିଁ ସେ ସଂକ୍ରାନ୍ତରେ ଜନସାଧାରଣଙ୍କ ଠାରୁ ଆପତ୍ତି ଅଭିଯୋଗ ଲୋଡାଯିବ । ସମସ୍ତ ପ୍ରକ୍ରିୟା ଶେଷ ପରେ ଜମି ଆବଣ୍ଟିତ ହେବ ଏବଂ ଏ ସଂକ୍ରାନ୍ତରେ ସମ୍ପୃକ୍ତ ତହସିଲଦାରଙ୍କୁ ଖାତା ଖତିୟାନ ସଂଶୋଧନ ପାଇଁ ଜଣାଇ ଦିଆଯିବ ।

ଯେଉଁମାନେ ଆବଣ୍ଟିତ ଜମିରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିର୍ମାଣକାର୍ଯ୍ୟ କରିବେନାହିଁ କିମ୍ବା ଯେଉଁ ଉଦ୍ଦେଶ୍ୟରେ ଜମି ଦିଆଯାଇଛି ତତ୍‍ଭିନ୍ନ ଅନ୍ୟ କାର୍ଯ୍ୟରେ ଏହାକୁ ଲଗାଇବେ ସେ କ୍ଷେତ୍ରରେ ମାହାଲ ନିର୍ଦ୍ଦେଶକ ଉକ୍ତ ଆବଣ୍ଟିତ ଜମିକୁ ସରକାରୀ ଖାତାକୁ ଫେରାଇ ଆଣିବେ ।

ଉଲ୍ଲେଖ କରାଯାଇପାରେ ଯେ ରାଜ୍ୟର ଅନ୍ୟ ସ୍ଥାନରେ ରାଜସ୍ୱ ବିଭାଗ ଜମି ଆବଣ୍ଟନ କରୁଥିବାବେଳେ ବ୍ରିଟିଶ ସରକାର ସମୟରେ ପ୍ରଣିତ ୧୮୯୫ ମସିହାର ଗଭର୍ଣ୍ଣମେଣ୍ଟ ଗ୍ରାଣ୍ଟସ୍‍ ଆକ୍ଟ ଆଧାରରେ ବିଏମ୍‍ସି ଅଞ୍ଚଳରେ ବିଭିନ୍ନ ସରକାରୀ, ବେସରକାରୀ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କୁ ସାଧାରଣ ପ୍ରଶାସନ ବିଭାଗ ଲିଜ୍‍ ସୂତ୍ରରେ ଜମି ଦେଇ ଆସୁଥିଲା । ଇତି ମଧ୍ୟରେ ସଂସଦରେ ୧୮୯୫ର ଗଭର୍ଣ୍ଣମେଣ୍ଟ୍‍ସ ଗ୍ରାଣ୍ଟସ୍‍ ଆକ୍ଟ ଉଚ୍ଛେଦ ହୋଇ ସାରିଛି ।

ପରେ ପରେ ଓଡିଶା ସରକାର ଏ ସଂକ୍ରାନ୍ତରେ ମଧ୍ୟ ଏକ ଉପବିଧି ପ୍ରଣୟନ କରିଥିଲେ । ତେବେ ବ୍ୟବସ୍ଥାର ସରଳୀକରଣ ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ନିୟମ ପ୍ରଣୟନ ଲାଗି ଗତ ଜୁଲାଇ ମାସରେ ଚିଠା କାଗଜ ପ୍ରସ୍ତୁତ କରି ଜନସାଧାରଣଙ୍କର ଅବଗତି, ଆପତ୍ତି ଅଭିଯୋଗ ଓ ମତାମତ ଲୋଡି ଗେଜେଟ ବିଜ୍ଞପ୍ତି ପ୍ରକାଶ କରିଥିଲେ । ନିର୍ଦ୍ଧାରିତ ସମୟସୀମା ପରେ ବିଭିନ୍ନ ଦୃଷ୍ଟିକୋଣରୁ ବିଚାର ଆଲୋଚନା କରି ରାଜ୍ୟ ସରକାର ଓଡିଶା ସରକାରୀ ଜମିଜମା ବନ୍ଦୋବସ୍ତ ନିୟମ - ୨୦୨୦ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହି ବିଜ୍ଞପ୍ତି ପ୍ରକାଶ ପାଇବାପରେ ସରକାରୀ ଜମି ଲିଜ୍‍ ଆକାରରେ ନେଇ ବର୍ଷ ବର୍ଷ ଧରି ପକାଇ ରଖୁଥିବା ଏବଂ ବାସପଯୋଗୀ ଜମିରେ ବ୍ୟବସାୟିକ କାର୍ଯ୍ୟକଳାପ ତଥା ଆପାର୍ଟମେଣ୍ଟ ଆଦି କରିଥିବା ଲୋକଙ୍କ ମନରେ ଛନକା ପଶିଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020