ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ସମ୍ଭାଳି ନେଲା ଖଣି ଟିକସ

ରାଜ୍ୟର ଖଣିଜ କ୍ଷେତ୍ରରୁ ୫ହଜାର କୋଟି ଟଙ୍କାରୁ ଅଧିକ ରାଜସ୍ୱ ମିଳିବା ଯୋଗୁ କରୋନା ମହାମାରୀ ସମୟରେ ରାଜ୍ୟର ରାଜସ୍ୱ ସ୍ଥିତି ସମ୍ଭାଳି ଯାଇଛି । ଚଳିତ ଆର୍ଥିକ ବର୍ଷର ଅଗଷ୍ଟ ଶେଷ ସୁଦ୍ଧା ଏଭଳି ସ୍ଥିତି ଲକ୍ଷ୍ୟ କରାଯାଇଛି ।

ଚଳିତ ବର୍ଷ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଖଣିଜ କ୍ଷେତ୍ରରୁ ରୟାଲ୍‍ଟି ଆକାରରେ ୫୦୭୪ କୋଟି ୨୫ ଲକ୍ଷ ଟଙ୍କାର ରାଜସ୍ୱ ମିଳିଥିବା ବେଳେ ୨୦୧୯ ମସିହା ଅଗଷ୍ଟ ୩୧ ସୁଦ୍ଧା ଏହି ପରିମାଣ ୪୪୭୩ କୋଟି ଟଙ୍କା ଥିଲା । ତେଣୁ ଚଳିତବର୍ଷ ଖଣିଜ କ୍ଷେତ୍ରରୁ ରାଜସ୍ୱ ଆୟ ୧୩.୪୪ ପ୍ରତିଶତ ବୃଦ୍ଧି ପାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଖଣି ଲିଜ୍‍ ନବୀକରଣରୁ ଏକକାଳୀନ ଭାବେ ବିପୁଳ ପରିମାଣର ରାଜସ୍ୱ ମିଳିଛି । ରାଜ୍ୟ ସରକାର ୨୨ଟି ଖଣିର ନବୀକରଣ କାର୍ଯ୍ୟ ସୁରୁଖୁରୁରେ କରିଥିବା ବେଳେ ଏଥିରୁ ମିଳିଥିବା ଟିକସ ରାଜ୍ୟକୁ ବେଶ୍‍ ସହାୟକ ହୋଇଛି ।

ଚଳିତବର୍ଷ ଅଗଷ୍ଟ ୩୧ ସୁଦ୍ଧା ରାଜ୍ୟର ନିଜସ୍ୱ ଟିକସ ଆୟ ପରିମାଣ ଗତବର୍ଷ ଏହି ସମୟ ମଧ୍ୟରେ ଆଦାୟ ରାଜସ୍ୱର ପ୍ରାୟତଃ ପାଖାପାଖି ରହିଛି । ଚଳିତବର୍ଷ ଅଗଷ୍ଟ ଶେଷସୁଦ୍ଧା ୧୭,୭୫୩ କୋଟି ୭୨ ଲକ୍ଷ ଟଙ୍କା ଆଦାୟ ହୋଇଥିବା ବେଳେ ଗତବର୍ଷ ଏହା ୧୮,୦୮୬ କୋଟି ୬୨ ଲକ୍ଷ ଟଙ୍କା ଥିଲା । କରୋନା ମହାମାରୀ ଯୋଗୁ ନିଜସ୍ୱ ଟିକସ ଆଦୟ ପରିମାଣ ୭ ପ୍ରତିଶତ ହ୍ରାସ ପାଇଛି । କିନ୍ତୁ ଖଣିଜ କ୍ଷେତ୍ରରୁ ଏକକାଳୀନ ଟିକସ ମିଳିବା ଫଳରେ ଏହା ଗତବର୍ଷର ରାଜସ୍ୱ ଆଦାୟର ପାଖାପାଖି ଅଛି ।

କରୋନା ମହାମାରୀ ସମୟରେ ଆବଶ୍ୟକତାକୁ ପୂରଣ ଲାଗି ରାଜ୍ୟ ସରକାର ଅଧିକରୁ ଅଧିକ ଅର୍ଥ ଆବଶ୍ୟକ କରୁଛନ୍ତି । ଆସନ୍ତା ମାସଗୁଡ଼ିକରେ ବିଭିନ୍ନ କ୍ଷେତ୍ର ବିଶେଷକରି ସାମାଜିକ ଓ ଅନ୍ୟାନ୍ୟ ଯଥା ସ୍ୱାସ୍ଥ୍ୟ, ଜୀବିକା ଓ ଖାଦ୍ୟ ନିରାପତ୍ତା ଲାଗି ଅଧିକରୁ ଅଧିକ ଅର୍ଥ ଆବଶ୍ୟକ ପଡ଼ିବ ।

ରାଜସ୍ୱ ଆଦାୟ ପରିମାଣ ହ୍ରାସ ପାଇଥିବାରୁ ରାଜ୍ୟ ସରକାର ଆବଶ୍ୟକତାକୁ ପୂରଣ ଲାଗି ଅଧିକ ସୁଧ ହାରରେ ଋଣ କରିବାକୁ ବାଧ୍ୟ ହେବେ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ଏଭଳି ସ୍ଥିତିରେ କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ରାଜ୍ୟକୁ ମିଳିଥିବା ଅନୁମତିଠାରୁ ଆଉ ୨ ପ୍ରତିଶତ ପରିମାଣ ଋଣ ଉଠାଇବାକୁ ଅନୁମତି ଦେଇଛନ୍ତି । ତେଣୁ ଏଥିପାଇଁ ରାଜ୍ୟକୁ କେତେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ।

ସୂଚନାନୁଯାୟୀ ବିଭାଗମାନେ ଆର୍ଥିକ ସ୍ଥିତି ସୁଧାର ଲାଗି ପଦକ୍ଷେପ ଗ୍ରହଣ ଆରମ୍ଭ କରିଛନ୍ତି । ଅର୍ଥ ବିଭାଗ ପକ୍ଷରୁ ଅତିରିକ୍ତ ସମ୍ବଳ ଲାଗି ପଦକ୍ଷେପ ସ୍ୱରୂପ ଉନ୍ନୟନ ବାବଦୀୟ ଅର୍ଥକୁ ଅଧିକ ପରିମାଣରେ ବ୍ୟାଙ୍କ୍‍ରେ ଜମା ନକରିବାକୁ କୁହାଯାଇଛି । ସେହିଭଳି ଅନାବଶ୍ୟକ ଭାବେ ଅର୍ଥ ଉଠାଣ ଓ ଜମା ଉପରେ ନଜର ରଖିବାକୁ ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି । ସେହଭଳି ବିଭିନ୍ନ ସ୍ଥାନରେ ପଡି ରହିଥିବା ବାକିଆ ଆଦାୟ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ରାଜସ୍ୱ ସଂଗ୍ରହ କରୁଥିବା ସମସ୍ତ ବିଭାଗ ପଡି ରହିଥିବା ବାକିଆ ଅର୍ଥ ଆଦାୟ ପାଇଁ ଖସଡା ପ୍ରସ୍ତୁତ ସହିତ କରୋନା ମହାମାରୀ ସମୟରେ ଆବଶ୍ୟକ ଅର୍ଥ ଭରଣା ଲାଗି ଏହା ଆଦାୟ ଲାଗି କୁହାଯାଇଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020