ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଏକ ପ୍ରତିଶତ ଶିଶୁଙ୍କୁ କରୋନା

ରାଜଧାନୀରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ଏକ ପ୍ରତିଶତ ହେଉଛନ୍ତି ଶିଶୁ । ଗତକାଲି ସୁଦ୍ଧା ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ଅଞ୍ଚଳରେ ୧୪ହଜାରରୁ ଅଧିକ କୋଭିଡ ପଜିଟିଭ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ଜନ୍ମରୁ ୫ବର୍ଷ ବୟସର ୧୪୧ ଜଣ ଶିଶୁ ରହିଛନ୍ତି । ତେବେ ଏହି ଶିଶୁମାନଙ୍କ ମଧ୍ୟରୁ ୯୫ଜଣ ଆରୋଗ୍ୟଲାଭ କରିଥିବା ଜଣାଯାଇଛି ।

କୋଭିଡ଼୍-୧୯ ରେ ଆକ୍ରାନ୍ତ ହୋଇଥିବା ସମୁଦାୟ ୧୪୧ ଜଣ ଶିଶୁଙ୍କ ମଧ୍ୟରୁ ୮୫ ଜଣ ଆରୋଗ୍ୟଲାଭ କରିଥିବା ବେଳେ ୫୬ ଜଣ ସକ୍ରିୟ ଥିବା ଜଣାପଡ଼ିଛି । ତେବେ କୋଭିଡ଼୍ ବିରୁଦ୍ଧରେ ନାଗରିକ ଏବଂ କର୍ତୃପକ୍ଷଙ୍କ ଅହରହ ସଂଗ୍ରାମ ଏବଂ ବ୍ୟକ୍ତି, ପରିବାର ଏବଂ ଅନୁଷ୍ଠାନମାନଙ୍କର କୋଭିଡ଼୍ ପ୍ରତିଷେଧକ ବ୍ୟବସ୍ଥାର ଅନୁପାଳନ ଆମକୁ ମହାମାରୀ ଭଳି ବିପଦ ମଧ୍ୟରେ ଶିଶୁ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେବାପାଇଁ ଖୋରାକ୍ ଯୋଗାଇଛି ବୋଲି କହିଛନ୍ତି ବିଏମ୍‍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ତେବେ ଭୁବନେଶ୍ୱର ମହାନଗର ନିଗମାଂଚଳରେ ରହିଥିବା କୋଭିଡ଼୍ ସେବା ନିମନ୍ତେ ସମୁଦାୟ ୫ଗୋଟି ହସ୍ପିଟାଲରେ ପାଖାପାଖି ୨୭୬୭ ଗୋଟି ଶଯ୍ୟା ରହିଥିବା ବେଳେ ଅଳ୍ପ କେତେଗୋଟି ସ୍ଥାନରେ କୋଭିଡ଼୍ ସଂକ୍ରମିତ ଶିଶୁଙ୍କ ପାଇଁ ସେବା ବ୍ୟବସ୍ଥାକୁ ନିଶ୍ଚିତ କରାଯାଇଅଛି । ଏହା ସାଙ୍ଗକୁ ମଧ୍ୟ ଗର୍ଭବତୀ ଏବଂ ପ୍ରସୁତି ମା ମାନଙ୍କର ଯତ୍ନକୁ ଧ୍ୟାନ ଦେଇଛନ୍ତି ସହଯୋଗୀ ହସ୍ପିଟାଲ୍ ଏବଂ ମହାନଗର ନିଗମ କର୍ତୃପକ୍ଷ ।

ସୂଚନାଯୋଗ୍ୟ କି, ଆମର ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟକୁ ଅଧିକ ଗୁରୁତ୍ୱ ଦିଆଯିବା, ଗର୍ଭବତୀ, ପ୍ରସୁତି, ନବଜାତକ ଏବଂ ୧-୫ ବର୍ଷର ଶିଶୁଙ୍କ ସ୍ୱାସ୍ଥ୍ୟ ଓ ଅଭିବୃଦ୍ଧି ଆମ ସ୍ୱାସ୍ଥ୍ୟଗତ ସ୍ଥିତିର ଗୋଟିଏ ଲେଖାଏଁ ସୂଚକ ହୋଇ ରହିଥିବା ବେଳେ ଆଜିର କୋଭିଡ଼୍ -୧୯ ଭଳି ମହାମାରୀ ସ୍ଥିତିରେ ୦-୫ ବର୍ଷର ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିନାହିଁ ।

ଅନ୍ୟ ପକ୍ଷରେ ନିୟମିତ କଂଟାକ୍ଟ ଟ୍ରେସିଂ, ହୋମ୍ ଆଇସୋଲେସନ୍ରେ ଥିବା ଶିଶୁ ମାନଙ୍କ ପାଇଁ ଆର୍ ଆର୍ ଟି ଅଧିକାରୀ ଓ କର୍ମଚାରୀଙ୍କର ପରାମର୍ଶ ଓ ପ୍ରଦକ୍ଷଣ, କମ୍ୟୁନିଟି ସର୍ଭେଲାନ୍ସରେ ସ୍ୱାସ୍ଥ୍ୟକର୍ମୀ, ଆଶା, ଅଙ୍ଗନବାଡ଼ି କର୍ମୀ, ସଚେତକ ସ୍ୱେଚ୍ଛାସେବୀ ଏବଂ ମହିଳା ଆରୋଗ୍ୟ ସମିତିଙ୍କର ନିୟମିତ ପରିଦର୍ଶନ ମଧ୍ୟ ଶିଶୁ ସ୍ୱାସ୍ଥ୍ୟ ସମେତ ଗୋଷ୍ଠୀସ୍ୱାସ୍ଥ୍ୟକୁ ଦୃଢ କରିପାରିଛି । ଏହି କିଛି ଦିନ ବିଏମ୍‍ସି ଅଞ୍ଚଳରେ ବସ୍ତି ସଂକ୍ରମଣ କମ୍ ରହିବା ଏବଂ ଏଥିରେ ଗୋଷ୍ଠି ସମୁଦାୟଙ୍କ ସକ୍ରିୟ ଯୋଗଦାନ ପ୍ରଶଂସିତ ହୋଇଅଛି ।

କେବଳ ଶିଶୁ ସ୍ୱାସ୍ଥ୍ୟ ନୁହେଁ ଘରେ ଥିବା ବରିଷ୍ଠ ନାଗରିକ, ବହୁବିଧ ରୋଗରେ ଆକ୍ରାନ୍ତ ବ୍ୟକ୍ତି ଇତ୍ୟାଦିଙ୍କର ନିୟମିତ ଯତ୍ନକୁ ଗୁରୁତ୍ୱ ଦେବାପାଇଁ ମହାନଗର ନିଗମ ତରଫରୁ ସଚେତକ୍ ଆପକୁ ବ୍ୟବହାର ପାଇଁ କୁହାଯିବା ଏବଂ ଏଥିରୁ ସୂଚନା ଓ ପରାମର୍ଶ ନେବାକୁ ଗୁରୁତ୍ୱ ଦିଆଯାଉଅଛି । ଘରେ ଏକାନ୍ତବାସରେ ଥିବା ମା ଓ ଶିଶୁଙ୍କ ପାଇଁ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ସହରାଂଚଳ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାକ୍ତର ସି.ଭି.ସି.ଏସ୍.ଏନ୍ ରାଓ ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020