ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

୧୪ଲକ୍ଷ ଟପିଲା ଚାଷୀ ପଞ୍ଜିକରଣ

ଖରିଫ୍‌ ଧାନ ସଂଗ୍ରହ ପାଇଁ ଅଦ୍ୟାବଧି ମୋଟ ୧୪ ଲକ୍ଷ ୨ ହଜାର ୨୦୫ ଜଣ ଚାଷୀ ଅନଲାଇନ୍‌ ଜରିଆରେ ସେମାନଙ୍କ ନାମ ପଞ୍ଜିକରଣ କରିଛନ୍ତି । କରୋନା ମହାମାରୀ ସତେ୍ୱ ଚଳିତ ଖରିଫ୍‌ ଋତୁରେ ମୂଲ୍ୟ ଧାନ ସଂଗ୍ରହ ନିମନ୍ତେ ଚାଷୀ ନାମ ପଞ୍ଜିକରଣ ଗତବର୍ଷ ତୁଳନାରେ ଉଲ୍ଲେଖନୀୟ ୧୩ ପ୍ରତିଶତ ବୃଦ୍ଧି ପାଇଛି ।

ଗତବର୍ଷ ଖରିଫ୍‌ ଧାନ ନିମନ୍ତେ ୧୨ ଲକ୍ଷ ୩୫ ହଜାର ୯୦୮ ଜଣ ଚାଷୀ ନାମ ପଞ୍ଜିକରଣ କରିଥିଲେ । କୋଭିଡ୍‌-୧୯ ମାର୍ଗଦର୍ଶିକା ଓ ସାମାଜିକ ଦୂରତ୍ୱ ଅନୁପାଳନ କରି ବିଭାଗ ଦ୍ୱାରା ପ୍ୟାକ୍ସ ଓ ଲ୍ୟାମ୍ପସ୍‌ ମାଧ୍ୟମରେ ଚାଷୀ ନାମ ପଞ୍ଜିକରଣ କାର୍ଯ୍ୟ ସୁରୁଖୁରୁରେ କରାଯାଇପାରିଛି ଏବଂ ଗତବର୍ଷ ତୁଳନାରେ ୧ ଲକ୍ଷ ୬୬ ହଜାର ୨୯୭ ଜଣ ଅଧିକ ଚାଷୀ ସେମାନଙ୍କ ଖରିଫ୍‌ ଧାନ ବିକିବା ନିମନ୍ତେ ନାମ ପଂଜୀକରଣ କରିଥିବାରୁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମସ୍ତ କୃଷକ ଭାଇ ଏବଂ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁବାଦ ଜଣାଇଛନ୍ତି ।

ରାଜ୍ୟର ୩୦ଟି ଜିଲ୍ଲାରେ ଖରିଫ୍‌ ଧାନ ସଂଗ୍ରହ ନିମନ୍ତେ ୨୮୫୨ଟି ପ୍ୟାକ୍ସ ଜରିଆରେ ନାମ ପଞ୍ଜିକରଣ କାର୍ଯ୍ୟ କରାଯାଉଛି । ୨୦୨୦-୨୧ ଖରିଫ୍‌ ଧାନ ସଂଗ୍ରହ ନିମନ୍ତେ ରାଜ୍ୟର ପ୍ରାୟ ପ୍ରତିଟି ଜିଲ୍ଲାରେ ଗତବର୍ଷ ତୁଳନାରେ ନାମ ପଂଜୀକରଣ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ନୂଆପଡ଼ା ଜିଲ୍ଲାରେ ଉଲ୍ଲେଖନୀୟ ୩୫ ପ୍ରତିଶତ ବୃଦ୍ଧିପାଇଛି ।

ଏତଦ୍‌ବ୍ୟତୀତ ବଲାଙ୍ଗୀର ଓ ଯାଜପୁର ଜିଲ୍ଲାରେ ୨୯ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ମୟୂରଭଞ୍ଜ ଜିଲ୍ଲାରେ ୨୮ ପ୍ରତିଶତ, ଝାରସୁଗୁଡ଼ାରେ ୨୩ ପ୍ରତିଶତ, ଦେବଗଡ଼ରେ ୨୨ ପ୍ରତିଶତ, ଭଦ୍ରଖରେ ୨୦ ପ୍ରତିଶତ, ଢେଙ୍କାନାଳରେ ୧୯ ପ୍ରତିଶତ, ଅନୁଗୋଳ, ଜଗତସିଂହପୁର ଓ କୋରାପୁଟରେ ୧୮ ପ୍ରତିଶତ ଲେଖାଏଁ ନାମ ପଂଜୀକରଣ ବୃଦ୍ଧି ପାଇଛି । ସେହିପରି କଟକ ଜିଲ୍ଲାରେ ଚାଷୀ ନାମ ପଂଜୀକରଣ ୧୭ ପ୍ରତିଶତ, ସମ୍ବଲପୁରରେ ୧୬ ପ୍ରତିଶତ, ବାଲେଶ୍ୱର ୧୫ ପ୍ରତିଶତ, ବରଗଡ଼ରେ ୧୫ ପ୍ରତିଶତ ଏବଂ ସୁନ୍ଦରଗଡ଼ରେ ୧୩ ପ୍ରତିଶତ ବୃଦ୍ଧି ପାଇଛି ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020