ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଗ୍ରୀନ ଜୋନରେ ଦେବଗଡ଼


ରାଜ୍ୟରେ କରୋନା ସଂକ୍ରମିତଙ୍କ ତାଲିକା ୧ଲକ୍ଷ ୩୧ହଜାର ଟପିଥିବା ବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୧ହଜାରରୁ ଅଧିକ ରହିଛି । ତେବେ ଏକମାତ୍ର ଜିଲ୍ଲା ଭାବେ ଦେବଗଡ଼ରେ ଶହେ ତଳକୁ ସକ୍ରିୟ ରୋଗୀ ରହିଥିବାରୁ ଏହି ଜିଲ୍ଲାଟି ଗ୍ରୀନ୍‍ ଜୋନରେ ରହିଛି । ଅନ୍ୟ ସମସ୍ତ ୨୯ଟି ଜିଲ୍ଲା ରେଡ୍‍ ଜୋନରେ ପରିସରକୁ ଆସିଯାଇଛି ।

ସକ୍ରିୟ ରୋଗୀ ତାଲିକା କ୍ଷେତ୍ରରେ ଖୋର୍ଦ୍ଧା ଜିଲ୍ଲା ସବୁଠାରୁ ଆଗରେ ରହିଛି । ଏହି ଜିଲ୍ଲାରେ ୭୬୮୩ ସକ୍ରିୟ ରୋଗୀ ରହିଥିବା ବେଳେ କଟକରେ ୩୨୬୫, ବରଗଡ଼ରେ ୧୮୨୬, ମୟୂରଭଞ୍ଜରେ ୧୮୦୫, ପୁରୀରେ ୧୩୯୬ ଓ ଯାଜପୁରରେ ୧୩୮୨ ରହିଛି ।

ଦେବଗଡ଼କୁ ଛାଡ଼ିଦେଲେ ଅନ୍ୟ ଜିଲ୍ଲାଗୁଡ଼ିକରେ ଏହି ସଂଖ୍ୟା ୨୦୦ରୁ ଅଧିକ ରହିଛି । କରୋନାର ହଟ୍‍ସ୍ପଟ ପାଲଟିଥିବା ଗଞ୍ଜାମରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୭୭ ଅଛି । ଏହି ଜିଲ୍ଲାରେ ସର୍ବାଧିକ ୧୭,୮୧୮ ଜଣ ସୁସ୍ଥ ହୋଇଛନ୍ତି ।

ଦେବଗଡ଼ ଜିଲ୍ଲାରେ ଆଜିସୁଦ୍ଧା ୨୯୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୨୧୦ ଜଣ ସୁସ୍ଥ ହୋଇଛନ୍ତି । ଅବଶିଷ୍ଟ ୮୨ ଜଣ ଚିକିତ୍ସିତ ହେଉଥିବା ବେଳେ ଜିଲ୍ଲାରେ ଏ ପର୍ଯ୍ୟନ୍ତ କରୋନା ମୃତ୍ୟୁ ଘଟିନାହିଁ । ଦେବଗଡ଼ ସହିତ ବୌଦ୍ଧ ଓ ନୂଆପଡ଼ା ଜିଲ୍ଲାରେ ମଧ୍ୟ ଜଣେ ହେଲେ କେହି କରୋନାରେ ମୃତ୍ୟୁବରଣ କରିନାହାନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪୯୦ ନୂଆ ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟରେ ମୋଟ୍‍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୩୧,୩୮୨ରେ ପହଞ୍ଚିଛି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୫୩୫ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୭୬, ପୁରୀରେ ୨୧୭, ମୟୂରଭଞ୍ଜରେ ୨୦୭, ରାୟଗଡ଼ାରେ ୨୦୬, ଯାଜପୁରରେ ୧୭୮, ସୋନପୁରରେ ୧୦୭ ଓ ନୂଆପଡ଼ାରେ ୧୦୨ ଜଣ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ଜିଲ୍ଲାଗୁଡ଼ିକରେ ସଂକ୍ରମିତଙ୍କ ସଂଖ୍ୟା ଦୁଇଅଙ୍କରେ ସୀମିତ ଥିବା ବେଳେ ସବୁଠାରୁ କମ୍‍ ୨୨ଜଣ ମାଲକାନଗିରି ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଆଉ ୧୩ ଜଣ କରୋନରେ ମୃତ୍ୟୁବରଣ କରିବା ପରେ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୫୬୯ରେ ପହଞ୍ଚିଛି । ମୃତ୍ୟୁବରଣ କରିଥିବା ୧୩ଜଣଙ୍କ ମଧ୍ୟରେ ପୁରୀରେ ୩ ଜଣ ଥିବା ବେଳେ ରାୟଗଡ଼ା, ଗଞ୍ଜାମ ଓ ମୟୂରଭଞ୍ଜରେ ଦୁଇଜଣ କରି ଏବଂ ସୋନପୁର, ଖୋର୍ଦ୍ଧା, କନ୍ଧମାଳ ଓ କଟକରୁ ଜଣେ କରି ଅଛନ୍ତି ।

ସେହିଭଳି ଆଜିସୁଦ୍ଧା ରାଜ୍ୟରେ ମୋଟ୍‍ ୨୧,୮୪,୮୪୧ଟି କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ ଏଥିମଧ୍ୟରୁ ୬.୦୧ ପ୍ରତିଶତ ପଜିଟିଭ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020