ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

କୃଷି ବିଭାଗରେ ବ୍ୟୟ ନୈରାଶ୍ୟଜନକ

ବିଗତ ୫ମାସ ମଧ୍ୟରେ ଉନ୍ନୟନ ବ୍ୟୟ କମିଯାଉଛି । କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ହେଲାଣି ।

ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ ବିଭିନ୍ନ ବିଭାଗ ପାଇଁ ଅଧିକ ଅର୍ଥ ବରାଦ କରିଥିବାବେଳେ ଖର୍ଚ୍ଚ ଅପେକ୍ଷାକୃତ କମ୍‍ ରହୁଛି । ଉନ୍ନୟନ ପାଇଁ ଗତବର୍ଷ ଅପେକ୍ଷା ରାଜ୍ୟ ସରକାର ପ୍ରାୟ ଅଧିକ ୧୪ ପ୍ରତିଶତ ଅର୍ଥର ବରାଦ କରିଥିବାବେଳେ ବିଭାଗମାନେ ଏହାର ସଦୁପଯୋଗ ସମୂର୍ଣ୍ଣ ଭାବରେ କରିପାରୁ ନାହାନ୍ତି । କାରଣ ଅନୁଧ୍ୟାନରୁ ଜଣାପଡିଛି ଯେ କରୋନା ପରିପ୍ରେକ୍ଷୀରେ ବାରମ୍ବାର ଲକ୍‍ଡାଉନ୍‍ ଓ ସଟ୍‍ଡାଉନ୍‍ ଯୋଗୁଁ ବ୍ୟୟ କମିଚାଲିଛି ।

କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବ୍ୟୟ ଭାର ଗତବର୍ଷ ତୁଳନାରେ ୭୦ ପ୍ରତିଶତ ହ୍ରାସ ପାଇଛି । ତେବେ ଭିତ୍ତିଭୂମି ପ୍ରତିଷ୍ଠା କ୍ଷେତ୍ରରେ ବ୍ୟୟ ୩୫ ପ୍ରତିଶରୁ ଅଧିକ ହ୍ରାସ ପାଇଛି । ଏହି ଦୁଇ କ୍ଷେତ୍ରରେ ବ୍ୟୟ ହ୍ରାସ ଉନ୍ନୟନର ଗତିକୁ ଶିଥିଳ କରିଦେଇଛି ବୋଲି ଆର୍ଥିକ ବିଶାରଦମାନେ ମତପ୍ରକାଶ କରୁଛନ୍ତି । ତେବେ ସାମାଜିକ କ୍ଷେତ୍ରରେ ବ୍ୟୟ ପାଖାପାଖି ୩୦ ପ୍ରତିଶତ ବୃଦ୍ଧି ପାଇଛି । ଏହାର କାରଣ ଅନୁଧ୍ୟାନରୁ ଜଣାଯାଏ ଯେ କରୋନା ନିୟନ୍ତ୍ରଣ ଉପରେ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବା ଯୋଗୁଁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟୟ ବଢିଛି ଏବଂ ଜୀବିକା ଉପାର୍ଜନ ଉପରେ ଦିଆଯାଉଥିବା ଗୁରୁତ୍ୱ ଯୋଗୁଁ ସାମାଜିକ କ୍ଷେତ୍ରର ବ୍ୟୟଭାର ବୃଦ୍ଧି ପାଇଛି ।

ସେହିଭଳି ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଲୋକମାନଙ୍କୁ ଆର୍ଥିକ ସହାୟତା ଆଗୁଆ ଭାବରେ ଦିଆଯାଉଥିବା ଯୋଗୁଁ ଏ କ୍ଷେତ୍ରରେ ଖର୍ଚ୍ଚ ବଢିଥିବା ଜଣାଯାଏ । ସବୁଠାରୁ ଅଧିକ ଖର୍ଚ୍ଚ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ହୋଇଥିବା ଅନୁଧ୍ୟାନରୁ ଜଣାଯାଏ । ୧୮୦ ପ୍ରତିଶତରୁ ଅଧିକ ବ୍ୟୟ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ହୋଇଛି । କରୋନା ସମୟରେ ହିତାଧିକାରୀମାନଙ୍କୁ ନଗଦ ଅର୍ଥ ଦେବା ସହିତ ଆବଶ୍ୟକୀୟ ଖାଦ୍ୟ ଯୋଗାଣ ପାଇଁ ଏହି ବ୍ୟୟ ପରିମାଣ ଅହେତୁକ ବୃଦ୍ଧି ପାଇଛି ।

ମୋଟାମୋଟି ଭାବରେ ଏହି ୫ମାସ ମଧ୍ୟରେ ବଜେଟ୍‍ ପ୍ରାବଧାନର ୧୯ ପ୍ରତିଶତରୁ ଅପେକ୍ଷା ଅଧିକ ବ୍ୟୟ ହୋଇଥିବାବେଳେ ଗତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ୨୩ ପ୍ରତିଶତରୁ ଅଧିକ ଅର୍ଥ ଖର୍ଚ୍ଚ ହୋଇଥିଲା । ତେଣୁ ଏହି ୫ମାସ ଭିତରେ ଗତବର୍ଷ ତୁଳନାରେ ୫ ପ୍ରତିଶତ ବ୍ୟୟ ହ୍ରାସ ପାଇଛି । ଯଦିଓ ସରକାର ଏବର୍ଷ ପାଇଁ ଅଧିକ ଅର୍ଥ ବରାଦ କରିଛନ୍ତି କରୋନା ମହାମାରୀ ଉନ୍ନୟନ ବ୍ୟୟ କ୍ଷେତ୍ରରେ ବାଧକ ସାଜିଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020