ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

କରୋନା କବଳରେ ମନ୍ତ୍ରୀ, ବିଧାୟକ ଓ ସାଂସଦ

ଓଡ଼ିଶାର ଚାରିଜଣ ମନ୍ତ୍ରୀଙ୍କ ସମେତ ୨୦ରୁ ଅଧିକ ବିଧାୟକ ଓ ୩ ଜଣ ସାଂସଦ କରୋନା ସଂକ୍ରମିତ ହୋଇସାରିଛନ୍ତି ।

ଗତ ମାର୍ଚ୍ଚ ୧୫ ତାରିଖରେ ଓଡ଼ିଶାର ପ୍ରଥମ କରୋନା ସଂକ୍ରମିତ ଜଣେ ଇଟାଲୀ ଫେରନ୍ତା ଓଡ଼ିଆ ଛାତ୍ର ଭୁବନେଶ୍ୱରରେ ଚିହ୍ନିତ ହୋଇଥିଲେ । ଇତିମଧ୍ୟରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୨୮ହଜାରକୁ ଟପି ଯାଇଛି । ଏହି ମହାମାରୀ ଏଯାବତ୍‍ ରାଜ୍ୟରେ ୫୫୬ ମୁଣ୍ଡ ନେଇସାରିଥିବା ବେଳେ ପାଖାପାଖି ୯୭ ହଜାର ଲୋକ ଏହି ରୋଗରୁ ସୁସ୍ଥ ହୋଇଛନ୍ତି । ଏବେ ପ୍ରାୟ ୩୧ହଜାର କରୋନା ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି ।

ଆଗାମୀ ବିଧାନସଭା ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ ଓ ବିଧାନସଭା କର୍ମଚାରୀମାନଙ୍କର କରୋନା ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି । ୨୦ରୁ ଅଧିକ ବିଧାୟକ ଏଯାବତ୍‍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଦୃଷ୍ଟିରୁ ସମସ୍ତ ବିଧାୟକଙ୍କ କରୋନା ପରୀକ୍ଷା ପାଇଁ ଯେଉଁ ସୂଚନା ଦିଆଯାଇଛି ତାହା ସମୟୋପଯୋଗୀ ବୋଲି ଦଳମତ ନିର୍ବିଶେଷରେ ମତପ୍ରକାଶ ପାଉଛି ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‍ ଶାହା, କେନ୍ଦ୍ର ପେଟ୍ରୋଲିୟମ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ସଂକ୍ରମିତ ହେବାପରେ ମେଦାନ୍ତ ମେଡ଼ିସିଟି ଡାକ୍ତରଖାନାରେ ଚିକିତ୍ସିତ ହୋଇ ଫେରିଛନ୍ତି । ତାମିଲନାଡ଼ୁ ରାଜ୍ୟପାଳ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ବରିଷ୍ଠ ରାଜନେତା ଇତିମଧ୍ୟରେ କରୋନା ସଂକ୍ରମିତ ହୋଇସାରିଛନ୍ତି । ଉତ୍ତର ପ୍ରଦେଶର ଦୁଇ ଜଣ ମନ୍ତ୍ରୀ ବି କରୋନାରେ ମରିଛନ୍ତି । ଏମାନଙ୍କ ଛଡ଼ା ଅନ୍ୟ ବହୁ ଗଣ୍ୟମାନ୍ୟ ବ୍ୟକ୍ତିତ୍ୱଙ୍କଠାରୁ ଆରମ୍ଭ କରି ବସ୍ତିବାସିନ୍ଦାଙ୍କ ପର୍ଯ୍ୟନ୍ତ ଦେଶର ୪୦ଲକ୍ଷରୁ ଅଧିକ ବ୍ୟକ୍ତି କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା କୁହାଯାଉଛି ।

ରାଜ୍ୟ ମନ୍ତ୍ରିମଣ୍ଡଳର ୪ ଜଣ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ସୁଶାନ୍ତ ସିଂହ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ପଦ୍ମିନୀ ଦିଆନ୍‍ କରୋନା ସଂକ୍ରମିତ ହୋଇଥିବା ଜଣାଇବା ସଙ୍ଗେ ସଙ୍ଗେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ କରୋନା ପରୀକ୍ଷା କରିନେବା ପାଇଁ ପୂର୍ବରୁ କହିଛନ୍ତି । ସମ୍ବାଦ ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ବି ଅନୁରୂପ ଟ୍ୱିଟ୍‍ କରିବା ସହ ଏକ କୋଭିଡ୍‍ ହସ୍ପିଟାଲରେ ନିଜର ଚିକିତ୍ସା କରାଉଛନ୍ତି ।

ଏଯାବତ୍‍ ବିଧାୟକମାନଙ୍କ ମଧ୍ୟରେ ନୀଳଗିରିର ସୁକାନ୍ତ ନାୟକ, ସାଲେପୁରର ପ୍ରଶାନ୍ତ ବେହେରା, ରେମୁଣାର ସୁଧାଂଶୁ ପରିଡ଼ା, ପୋଲସରାର ଶ୍ରୀକାନ୍ତ ସାହୁ, ଭୁବନେଶ୍ୱର ମଧ୍ୟର ଅନନ୍ତ ନାରାୟଣ ଜେନା, ଭଦ୍ରକର ସଞ୍ଜୀବ ମଲ୍ଲିକ, ବଡ଼ମ୍ବାର ଦେବୀ ପ୍ରସାଦ ମିଶ୍ର, ଭୁବନେଶ୍ୱର ଉତ୍ତରର ସୁଶାନ୍ତ ରାଉତ, ବ୍ରହ୍ମପୁରର ବିକ୍ରମ ପଣ୍ଡା, ବରୀର ସୁନନ୍ଦା ଦାସ, ବାସୁଦେବପୁରର ବିଷ୍ଣୁବ୍ରତ ରାଉତରାୟ, ଚାନ୍ଦବାଲିର ବ୍ୟୋମକେଶ ରାୟ, ଲକ୍ଷ୍ମୀପୁରର ପ୍ରଭୁ ଜାନି, ଆନନ୍ଦପୁରର ଭାଗିରଥୀ ସେଠୀ, ପଟାଙ୍ଗୀର ପ୍ରିତମ ପାଢ଼ୀ ଓ ଜଗତସିଂହପୁରର ପ୍ରଶନ୍ତ ମୁଦୁଲି କରୋନା ସଂକ୍ରମିତ ହୋଇଛନ୍ତି । ତେବେ ଏହି ନେତାମାନଙ୍କ ମଧ୍ୟରୁ ଅଧିକାଂଶ ହୋମ୍‍ କ୍ୱାରେଣ୍ଟାଇନ୍‍ରେ ରହି ଚିକିତ୍ସିତ ହେଉଛନ୍ତି । କେତେକ ଇତିମଧ୍ୟରେ କରୋନା ମୁକ୍ତ ହୋଇଥିବା ଜଣାପଡ଼ିଛି ।

ଏମାନଙ୍କ ଛଡ଼ା ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଅନ୍ୟତମ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କରୋନା ସଂକ୍ରମିତ ହୋଇନଥିଲେ ମଧ୍ୟ ମୃତ୍ୟୁବରଣ କରିଥିବା ତାଙ୍କ ଦଳର ବାଲେଶ୍ୱର ବିଧାୟକ ମଦନମୋହନ ଦତ୍ତଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ କିଛିଦିନ ଘରେ ସଙ୍ଗରୋଧରେ ରହିଥିଲେ । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020