ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

କଟକଣା କୋହଳ ଯୋଗୁଁ କରୋନା ମାଡୁଛି

ଚଳିତ ମାସରୁ କଟକଣା କୋହଳ ହେବା ପରେ ରାଜ୍ୟରେ ବିଶେଷ କରି କଟକ, ଭୁବନେଶ୍ୱରରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇଛି । ଏହି ପରିପ୍ରେକ୍ଷୀରେ ସଂକ୍ରମଣ ପ୍ରତିରୋଧ ପାଇଁ ଜନସାଧାରଣ ସବୁପ୍ରକାର ସତର୍କତାମୂଳକ ସଚେତନତା ଅବଲମ୍ବନ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ।

ଶ୍ରୀ ଜେନା କହିଛନ୍ତି ଯେ ଓଡ଼ିଶାରେ ଏ ପର୍ଯ୍ୟନ୍ତ ପ୍ରାୟ ୧,୨୪,୦୦୦ ଲୋକ କୋଭିଡ୍‌ ଦ୍ୱାରା ସଂକ୍ରମିତ ହୋଇସାରିଛନ୍ତି । ଦୈନିକ ରାଜ୍ୟରେ ୬୦,୦୦୦ରୁ ୬୫,୦୦୦ କୋଭିଡ୍‌ ପରୀକ୍ଷଣ କରାଯାଉଛି । ରାଜ୍ୟରେ ୫୦ଟି କୋଭିଡ୍‌ ହସ୍‌ପିଟାଲ୍‌ କରାଯାଇଛି, ଯେଉଁଥିରେ କି କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ ୭୩୨୮ଟି ଶଯ୍ୟା ବ୍ୟବସ୍ଥା କରାଯାଇଛି ।

ପର୍ଯ୍ୟାପ୍ତ ସଂଖ୍ୟକକୋଭିଡ୍‌ କେୟାର ସେଣ୍ଟର, କୋଭିଡ୍‌ କେୟାର ହୋମ୍‌, କ୍ଲଷ୍ଟର ଟିଏମ୍‌ସି ମଧ୍ୟ ଉପଲବ୍ଧ ଅଛି । କିନ୍ତୁ ସଂକ୍ରମଣ ରୋକିବା ନିମନ୍ତେ ମଣିଷର ବ୍ୟବହାରିକ ଏବଂ ଜୀବନଯାପନ ଶୈଳୀରେ ଆବଶ୍ୟକୀୟ ପରିବର୍ତ୍ତନ ଆଣିବା ଏକାନ୍ତ ଆବଶ୍ୟକ ।

ଲକ୍‌ଡାଉନ୍‌ ଏବଂ ସଟ୍‌ଡାଉନ୍‌ ଦ୍ୱାରା ରାଜ୍ୟ ଓ ଦେଶର ଅର୍ଥନୀତି ବିଶେଷ କ୍ଷତିଗ୍ରସ୍ତ ହୋଇଛି । ତେଣୁ ଜୀବନ ଓ ଜୀବିକାର ସନ୍ତୁଳନ ପାଇଁ ଜନସାଧାରଣଙ୍କୁ ଆହୁରି ଦାୟିତ୍ୱବାନ ହେବାକୁ ପଡ଼ିବ ଏବଂ କୋଭିଡ୍‌ କଟକଣାକୁ କଡ଼ାକଡ଼ି ଅନୁପାଳନ କରିବାକୁ ହେବ ।

ପରିବାରର ମୁରବୀ, ସମାଜର ସଚେତନ ନାଗରିକ, ଗୋଷ୍ଠୀ ସ୍ତରର ନେତୃବୃନ୍ଦ, ସାହିମୂରବୀ ଓ ନାଗରିକ କଲ୍ୟାଣ ସଂଗଠନର କର୍ମକର୍ତ୍ତା ନିଜ ନିଜ ସ୍ତରରେ କୋଭିଡ୍‌ ସଚେତନତା ସୃଷ୍ଟି କରିବା ନିମନ୍ତେ ସ୍ୱତନ୍ତ୍ର ରିଲିଫ୍‌ କମିଶନର କହିଛନ୍ତି ।

ଆସନ୍ତା ବୁଧବାରଠାରୁ କୋଭିଡ୍‌ ନିୟମାବଳୀ ଉଲ୍ଲଂଘନକାରୀଙ୍କ ପ୍ରତି ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ୍‌ର ଦଣ୍ଡବିଧାନ ଆହୁରି କଠୋର ହେବ ବୋଲି ସ୍ୱତନ୍ତ୍ର ରିଲିଫ୍‌ କମିଶନର ସତର୍କ କରାଇ ଦେଇଛନ୍ତି ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020