ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଅଧିବେଶନ ପୂର୍ବରୁ କରୋନା ପରୀକ୍ଷା

ଷୋଡଶ ବିଧାନସଭାର ଚତୁର୍ଥ ଅଧିବେଶନ ପୂର୍ବରୁ ସଦସ୍ୟମାନଙ୍କର କରୋନା ପରୀକ୍ଷା ହେବ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭା ଅଧିବେଶନ ନେଇ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

ବୈଠକରେ ହୋଇଥିବା ଅନ୍ୟ ନିଷ୍ପତ୍ତି ମଧ୍ୟରେ ଅଧିବେଶନର ଦୁଇଦିନ ପୂର୍ବରୁ ସମସ୍ତ ବିଧାୟକ ଓ ବିଧାୟିକା, ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କର କରୋନା ଚିହ୍ନଟ ପାଇଁ ଆରଟି-ପିସିଆର ପରୀକ୍ଷା ହେବ । ଅଧିବେଶନର ପଞ୍ଚମ ଦିନରେ ପୁଣି ଥରେ ଏହି ପରୀକ୍ଷା କରାଯିବ ।

କରୋନା ପରୀକ୍ଷାରେ ନେଗେଟିଭ ଆସିଥିବା ବ୍ୟକ୍ତିମାନଙ୍କୁ କେବଳ ବିଧାନସଭାକୁ ପ୍ରବେଶ କରିବାର ଅନୁମତି ମିଳିବ । ଆବଶ୍ୟକସ୍ଥଳେ ଅଧିବେଶନ ସମୟରେ ଆଣ୍ଟିଜେନ ଟେଷ୍ଟର ବ୍ୟବସ୍ଥା ରହିବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଭୁବନେଶ୍ୱର ମହାନଗର ନିଗମ ଏହି ପରୀକ୍ଷା ପାଇଁ ଯଥେଷ୍ଟ ପୂର୍ବରୁ ବ୍ୟବସ୍ଥା କରିବେ ।

ଅଧିବେଶନର ଦୁଇଦିନ ପୂର୍ବରୁ ଆରମ୍ଭ କରି ଅଧିବେଶନର ଶେଷ ପର୍ଯ୍ୟନ୍ତ ବିଧାୟକମାନେ ଗୃହ ସଙ୍ଗରୋଧରେ ରହିବା ଓ ଅନ୍ୟମାନଙ୍କ ସହିତ ମିଳାମିଶା ନକରିବା ପାଇଁ ବିଧାନସଭା ପକ୍ଷରୁ ଅନୁରୋଧ କରାଯିବ । ୬୦ବର୍ଷରୁ ଅଧିକ ବୟସର ବିଧାୟକ ବିଧାୟିକାମାନେ ଭିଡିଓ କନଫରେନ୍ସିଂ ଜରିଆରେ ଅଧିବେଶନରେ ଅଂଶଗ୍ରହଣ କରିପାରିବେ । ଏଥି ନିମନ୍ତେ ସେମାନଙ୍କୁ ଯଥଷ୍ଟେ ପୂର୍ବରୁ ବିଧାନସଭା ସଚିବାଳୟକୁ ଜଣାଇବାକୁ ପଡିବ ।

ବିଧାନସଭାର ସଦସ୍ୟ ଓ କର୍ମଚାରୀଙ୍କୁ ଆବଶ୍ୟକୀୟ ଫେସ୍‍ସିଲ୍ଡ, ମାସ୍କ, ହ୍ୟାଣ୍ଡଗ୍ଳୋଭସ ଓ ହ୍ୟାଣ୍ଡ ସାନିଟାଇଜର ଯୋଗାଇବାପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଅନୁରୋଧ କରାଯାଇଥିଲା ।

ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ବିଧାନସଭାର ସଚିବ ଦାଶରଥୀ ଶତପଥୀ ଓ ବିଏମ୍‍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020