ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ସୋମବାରରୁ ବିଏମସିର ସଂପର୍କ ବୈଠକ

ସୋମବାର ଠାରୁ ରାଜଧାନୀରେ ଆରମ୍ଭ ହେବ ମେଗା ଶିକ୍ଷା, ସୂଚନା ଏବଂ ଯୋଗାଯୋଗର କାର୍ଯ୍ୟକ୍ରମ ସଂପର୍କ ବୈଠକ । ଭୁବନେଶ୍ୱର ମହାନଗର ନିଗମର ତିନୋଟିଯାକ ଜୋନ୍- ଦକ୍ଷିଣ ପୁର୍ବ, ଦକ୍ଷିଣ ପଶ୍ଚିମ ଏବଂ ଉତର ଜୋନର କେତେକ ଚିହ୍ନିତ ସ୍ଥାନରେ ଏହି ବୈଠକ ଅନୁଷ୍ଠିତ ହେବ ।

ସହରର ପ୍ରତ୍ୟେକ ବର୍ଗର ନାଗରିକଙ୍କ ସହିତ ସିଧାସଳଖ କଥାବାର୍ତା ଏବଂ ଆଲୋଚନା ଇତ୍ୟାଦି ମାଧ୍ୟମରେ ସାଂପ୍ରତିକ ପରିସ୍ଥିତି ରେ ସଂକ୍ରମଣ ବୃଦ୍ଧି ପାଇବାର ସଂଭାବନା ଏବଂ ସମସ୍ତ ଜୀବିକା କାର୍ଯ୍ୟ ମଧ୍ୟରେ କୋଭିଡର ନିୟନ୍ତ୍ରଣ , ଏଥିପାଇଁ ଦୃଢ଼ ଗୋଷ୍ଠୀ ସହଯୋଗ ଓ ନାଗରିକ ସଂଯୋଗକୁ ଆଗେଇ ନେବା ଉଦ୍ୟେଶ୍ୟରେ ଏହି ବୈଠକ ଅନୁଷ୍ଠିତ ହେବ ।

କରୋନା ମୁକାବିଲାରେ ଭୁବନେଶ୍ୱରବାସୀଙ୍କ ପ୍ରଚେଷ୍ଟା ଏବଂ ପଦକ୍ଷେପ ଓ ଆଚରଣ ପ୍ରଶଂସନୀୟ । ଏହି ଶ୍ରେୟର ଅଧିକାରୀ କେବଳ ଭୁବନେଶ୍ୱରର ସମସ୍ତ ନାଗରିକ ଓ ସେମାନଙ୍କ ସହଯୋଗ କୋଭିଡ୍ ନିୟନ୍ତ୍ରଣରେ ଖୁବ୍ ସହାୟକ ହୋଇ ପ।।ରିଛି ବୋଲି କହିଛନ୍ତି କମିଶନର ପ୍ରେମ୍ ଚନ୍ଦ୍ର ଚୌଧରୀ । ସେ କହିଛନ୍ତି ଯେ ବର୍ତମାନର କରୋନା ସଂକ୍ରମଣ ସ୍ଥିତିକୁ ମୁକାବିଲା କରିବାରେ ସରକାରୀ ପ୍ରଚେଷ୍ଟା ସହିତ ନାଗରିକ ମାନଙ୍କର ସକ୍ରିୟ ଯୋଗଦାନ ନିହାତି ଦରକାର । ଜୀବନ ଜୀବିକା ଯୁଦ୍ଧରେ ଏବଂ ସରକାରଙ୍କ ଅନଲକ୍ ପ୍ରକ୍ରିୟାରେ ଆମକୁ ଜିତିବାକୁ ହେବ ।

ତେବେ ଏହି ଅଭିଯାନରେ ରାଜ୍ୟସରକାରଙ୍କର ଉଚ୍ଚପଦାଧିକାରୀ ଉପସ୍ଥିତ ରହି ମହାମାରୀ ସମ୍ବନ୍ଧରେ ଅଂଶଗ୍ରହଣକାରୀ ଗୋଷ୍ଠୀ ସଦସ୍ୟଙ୍କୁ ମହାମାରୀର ସ୍ଥିତି ସଂକ୍ରାନ୍ତରେ ସୂଚନା ଦେବେ । ନିୟମିତ ଅଭ୍ୟାସ ଯାହାକି, ସାମାଜିକ ଦୂରତା ରକ୍ଷା, ମାସ୍କର ବ୍ୟବହାର ଏବଂ ବାରଂବାର ହାତକୁ ପରିଷ୍କାର କରିବା ଇତ୍ୟାଦିକୁ ଜାରି ରଖିବାର ଅଭ୍ୟାସ ଆଦି ନିଶ୍ଚିତ କରିହେବ ତାହା ମଧ୍ୟ ଆଲୋଚନା ହେବ ।

ପ୍ରତ୍ୟେକ ସଚେତନ ନାଗରିକ, ଆବାସିକ କଲ୍ୟାଣ ସଂଘ, ବସ୍ତି ସଂଗଠନ, ଯୁବ ସଂଘ, କ୍ଲବ୍, ପୂଜା କମିଟି, ଧର୍ମାନୁଷ୍ଠାନ, ମହିଳା ମହାସଂଘ ବା ଏ ଏଲ୍ ଏଫ୍, ବ୍ୟବସାୟ ସଂଗଠନ, ଶିଳ୍ପାନୁଷ୍ଠାନ, କାର୍ଯ୍ୟକ୍ଷେତ୍ର, କାର୍ଯ୍ୟାଳୟ ଏବଂ ଅନ୍ୟ ସମସ୍ତ ଅନୁଷ୍ଠାନ ଏ ଦିଗରେ ଆଗେଇ ଆସିବାକୁ ଅହ୍ୱାନ ଦିଆଯାଇଛି ।

ଆସନ୍ତାକାଲି ସୋମବାର ଦିନ ୟୁନିଟ୍ ୯ ହାଇସ୍କୁଲ୍ ରେ ସାଉଥଇଷ୍ଟ୍ ଜୋନ୍ରେ କଂର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଥିବାବେଳେ , ଏକାମ୍ର ମହାବିଦ୍ୟାଳୟ ସୁନ୍ଦରପଦାରେ ମଙ୍ଗଳବାର, ବି ଏମ୍ ସି ଭବାନି ଏନ୍ କ୍ଲେଭ୍ , ବୁଧବାର, ସେଂଟ୍ରାଲ୍ ମାର୍କେଟ୍ ଆସୋସିଏସନ୍ – ୟୁନିଟ୍ ୨ଗୁରୁବାର,ଶହୀଦ ନଗର କଲ୍ୟାଣ ମଣ୍ଡପ- ଶୁକ୍ରବାର, ଶହୀଦ ନଗର ପୂଜା ମଣ୍ଡପ-ଶନିବାର ଏବଂ ଏସ୍ପ୍ଲାନେଡ୍ ୱାନ୍ ମଲ୍-ଳ ରବିବାର କୁ କାର୍ଯ୍ୟକ୍ରମମାନ ଧାର୍ଯ୍ୟ କରାଯାଇଛି ।

ସାଉଥ୍ ୱେଷ୍ଟ୍ ଜୋନରେ ସଂପର୍କ ବୈଠକ, ବରମୁଣ୍ଡା ସିଏଚ୍ସି କନଫରେନସ୍ ହଲ୍ – ସୋମବାର, କମ୍ୟୁନିଟି ସେଂଟର୍ –ଖଣ୍ଡଗିରି ମଙ୍ଗଳବାର, ଡେ କେୟାର ସେଂଟର୍ ୱର୍ଡ୍ ନଂ ୧୫- ବୁଧବାର, କସ୍ମୋପଲିସ୍- ଗରୁବାର, କମ୍ୟୁନିଟି ସେଂଟର୍ ଶାସ୍ତ୍ରୀ ନଗର- ଶୁକ୍ରବା କୁ ସ୍ଥିର ହୋଇଛି ।

ନର୍ଥ୍ ଜୋନ୍ରେ ଇନଫୋସିଟି ଗ୍ରୀନ୍ ଆପାର୍ଟମେଂଟ୍- ସୋମବାର, ୱାର୍ଡ୍ ଅଫିସ୍ ୧୪ ନ୍ୱର ୱାର୍ଡ୍-ମଙ୍ଗଳବାର, ଭି ଏସ୍ ଏସ୍ ନଜର କଲ୍ୟାଣମଣ୍ଡପ - ବୁଧବାର, ଡେ ହାବିଟାଟ୍- ଗୁରୁବାର, ଲୋୟଲା ସ୍ତୁଲ୍ – ଶୁକ୍ରବାର ଏବଂ କ୍ଲବ୍ ଟାଉନ୍ – ଶନିବାରକୁ ସ୍ଥିର ହୋଇଛି । ସମସ୍ତ ଜୋନାଳ୍ ଡେପୁଟି କମିଶନର୍ ଏବଂ ସହଯୋଗୀ କର୍ମଚାରୀ ଏଥିରେ ଯୋଗ ଦେବେ ।

ବର୍ତମାନର ପରିସ୍ଥିତିରେ ପ୍ରାୟ ସମସ୍ତ ପ୍ରକାରର କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଇଥିବା ବେଳେ ସଂକ୍ରମଣ ମଧ୍ୟ ବଢ଼ିବ । କିନ୍ତୁ ଏ ମଧ୍ୟରେ ଏକ ପ୍ରକାର ସନ୍ତୁଳର ଆବଶ୍ୟକତା ଜରୁରୀ । ନିୟମାବଳୀ ମଧ୍ୟରେ ସବୁପ୍ରକାରର କାର୍ଯ୍ୟକ୍ରମକୁ ଆଗେଇ ନେବା ଏବଂ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ଆଜିର ଆହ୍ୱାନ ବୋଲି କହିଛନ୍ତି କର୍ତୁପକ୍ଷ । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020