ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଗୃହ ସଙ୍ଗରୋଧକୁ ଅଧିକ ପସନ୍ଦ

କରୋନରେ ସଂକ୍ରମିତ ହେଉଥିବା ବ୍ୟକ୍ତି ଏବେ ଅଧିକରୁ ଅଧିକ ସଂଖ୍ୟାରେ ନିଜ ଘରେ ସଙ୍ଗରୋଧରେ ରହିବାକୁ ପସନ୍ଦ କରୁଛନ୍ତି । ମାଲକାନଗିରି ଜିଲ୍ଲାରେ ସଂକ୍ରମିତ ରୋଗୀଙ୍କ ମଧ୍ୟରୁ ୯୮ ପ୍ରତିଶତ ଗୃହ ସଙ୍ଗରୋଧରେ ରହିଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ଏହି ସଂଖ୍ୟା ସବୁଠାରୁ କମ୍‍ ରହିଛି ।

କରୋନା ରୋଗୀମାନଙ୍କ ସଙ୍ଗରୋଧ ବ୍ୟବସ୍ଥା ନେଇ ମିଳିଥିବା ସୂଚନାନୁସାରେ ରାଜ୍ୟରେ ସକ୍ରିୟ ଥିବା ୨୮,୪୪୩ ଜଣ କରୋନା ରୋଗୀଙ୍କ ମଧ୍ୟରୁ ୫୫ ପ୍ରତିଶତ ଅର୍ଥାତ୍‍ ୧୫,୫୩୬ ଜଣ ଗୃହ ସଙ୍ଗରୋଧରେ ଅଛନ୍ତି । ଏମାନେ ଘରେ ରହି ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସହାୟତା ଯୋଗାଇ ଦିଆଯାଉଛି ।

ଏହି ସୂଚନାନୁଯାୟୀ ମାଲକାନଗିରି ଜିଲ୍ଲାରେ ସକ୍ରିୟ ଥିବା ୪୯୬ ଜଣ କରୋନା ରୋଗୀଙ୍କ ମଧ୍ୟରୁ ୯୮ ପ୍ରତିଶତ ଅର୍ଥାତ୍‍ ୪୮୬ ଜଣ ଗୃହ ସଙ୍ଗରୋଧରେ ରହିଛନ୍ତି । ପୁରୀ ଜିଲ୍ଲାରେ ୮୫ ପ୍ରତିଶତ ସଂକ୍ରମିତ ଗୃହ ସଙ୍ଗରୋଧରେ ଥିବା ବେଳେ ରାୟଗଡ଼ାରେ ଜିଲ୍ଲାରେ ୬୫, କୋରାପୁଟରେ ୭୯, ବରଗଡ଼ରେ ୭୫, ସମ୍ବଲପୁର ଓ ନବରଙ୍ଗପୁରରେ ୭୪, ବଲାଙ୍ଗୀରରେ ୭୨ ଓ ସୁନ୍ଦରଗଡ଼ରେ ୭୧ ପ୍ରତିଶତ ସଂକ୍ରମିତ ସକ୍ରିୟ ରୋଗୀ ଗୃହ ସଙ୍ଗରୋଧରେ ଅଛନ୍ତି ।

ବର୍ତ୍ତମାନ ସୁଦ୍ଧା ସବୁଠାରୁ ଅଧିକ ସଂକ୍ରିୟ ରୋଗୀ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ରହିଛନ୍ତି । ଏଠାରେ ସକ୍ରିୟ ଥିବା ୬୬୨୯ ଜଣ ସଂକ୍ରମିତଙ୍କ ମଧ୍ୟରୁ ୩୩ ପ୍ରତିଶତ ଅର୍ଥାତ୍‍ ୨୨୧୭ ଜଣ ଗୃହ ସଙ୍ଗରୋଧରେ ଅଛନ୍ତି । ଏହା ପଛକୁ କଟକ ଜିଲ୍ଲାରେ ସକ୍ରିୟ ଥିବା ୩୫୦୫ ରୋଗୀଙ୍କ ମଧ୍ୟରୁ ୪୯ ପ୍ରତିଶତ ଅର୍ଥାତ୍‍ ୧୭୦୦ ଜଣ ଗୃହ ସଙ୍ଗରୋଧରେ ରହିଛନ୍ତି ।

ଗୃହ ସଙ୍ଗରୋଧ ତାଲିକାର ସବୁଠାରୁ ତଳେ ଜଗତସିଂହପୁର ଜିଲ୍ଲା ରହିଛି । ଜିଲ୍ଲାରେ ସକ୍ରିୟ ଥିବା ୭୧୬ ରୋଗୀଙ୍କ ମଧ୍ୟରୁ ୨୮ ପ୍ରତିଶତ ଅର୍ଥାତ୍‍ ୧୯୭ ଜଣ ଗୃହ ସଙ୍ଗରୋଧରେ ଅଛନ୍ତି । ନୂଆପଡ଼ା ଜିଲ୍ଲାରେ ଗୃହ ସଙ୍ଗରୋଧରେ ରହିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ ପ୍ରତିଶତ ରହିଛି । ସବୁଠାରୁ କମ୍‍ କରୋନା ରୋଗୀ ସଂକ୍ରମିତ ୩୩ ଜଣ ଦେବଗଡ଼ ଜିଲ୍ଲାରେ ଥିବା ବେଳେ ଏମାନଙ୍କ ମଧ୍ୟରୁ ୧୭ ଜଣ ଗୃହ ସଙ୍ଗରୋଧରେ ରହିଛନ୍ତି । ତେବେ କରୋନାର ହଟ୍‍ସ୍ପଟ୍‍ ଥିବା ଗଞ୍ଜାମ ଜିଲ୍ଲାରେ ୫୯ ପ୍ରତିଶତ ସଂକ୍ରମିତ ଗୃହ ସଙ୍ଗରୋଧରେ ଅଛନ୍ତି । ଏଠାରେ ସକ୍ରିୟ ଥିବା ୧୪୫୧ ଜଣ କରୋନା ରୋଗୀଙ୍କ ମଧ୍ୟରୁ ୮୫୦ ଜଣ ଗୃହ ସଙ୍ଗରୋଧରେ ରହିଥିବା ଜଣାଯାଇଛି ।

ଯେଉଁ କରୋନା ସଂକ୍ରମିତ ରୋଗୀ ଗୃହ ସଙ୍ଗରୋଧରେ ରହିନାହାନ୍ତି ସେମାନେ ବିଭିନ୍ନ କୋଭିଡ୍‍ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଛନ୍ତି । ତେବେ ରାଜ୍ୟରେ କରୋନା ସଂକ୍ରମଣ ଦୈନିକ ୩ହଜାରରୁ ଅଧିକ ରହୁଥିବାରୁ ଲକ୍ଷଣବିହୀନ ସଂକ୍ରମିତଙ୍କୁ ଘରେ ରହି ଚିକିତ୍ସିତ ହେବା ପାଇଁ କର୍ତ୍ତୃପକ୍ଷ ପରାମର୍ଶ ଦେଉଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020