ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଭର୍ଚୁଆଲ୍‌ ଟୁର୍‌ରେ ଗୋଣ୍ଡ ଚିତ୍ରକଳା

ରାଜ୍ୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୂଲ୍ୟରେ ସେପେଫମ୍ବର ୬ ତାରିଖ ଦିନ ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଦର୍ଶକମାନେ ଭର୍ଚୁଆଲ୍‌ ଟୁର୍‌ରେ ‘ଗୋଣ୍ଡ’ ଜନଜାତିଙ୍କ ଜୀବନଶୈଳୀ, ସଂସ୍କୃତି ଓ ଚିତ୍ରକଳା  ଦେଖିପାରିବେ ।

ଗୋଣ୍ଡ ଜନଜାତି ଭାରତର ଜନଜାତିମାନଙ୍କ ମଧ୍ୟରେ ପ୍ରମୁଖ ସ୍ଥାନ ଗ୍ରହଣ କରିଥା’ନ୍ତି । ଓଡ଼ିଶାର ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ମୁଖ୍ୟତଃ ଗୋଣ୍ଡ ଜନଜାତିମାନେ ବାସ କରିଥା’ନ୍ତି । ସେମାନଙ୍କର ଭାଷା ଗୋଣ୍ଡି (ଦ୍ରାଭିଡିଆନ୍‌) ଓ ଓଡ଼ିଆ (ଇଣ୍ଡୋ-ଆର୍ଯ୍ୟାନ୍‌) ଅଟେ । କୃଷି ଓ ଶ୍ରମଜୀବୀ ସେମାନଙ୍କର ମୁଖ୍ୟ ପେଶା ।

ଗୋଣ୍ଡ ଜନଜାତିମାନଙ୍କର ଘରର ତିନି ପାଶ୍ୱର୍ରେ ବାରଣ୍ଡା ରହିଛି । କାନ୍ଥଗୁଡ଼ିକରେ ସୁନ୍ଦର ପାରମ୍ପରିକ ‘ଗୋଣ୍ଡ’ ଚିତ୍ରକଳା ରହିଛି । ଗୋଟିଏ ପଟେ ପରିବାର ଚଳପ୍ରଚଳ ପାଇଁ ରହିଥିବାବେଳେ ଅନ୍ୟପଟେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ରଖାଯାଇଛି । କାଠ ପ୍ଲାଟ୍‌ଫର୍ମରେ ଶସ୍ୟସୁରକ୍ଷିତ ରହୁଛି ।

ଭର୍ଚୁଆଲ୍‌ ଟୁର୍‌ରେ ଦର୍ଶକମାନେ ଗୋଣ୍ଡମାନଙ୍କର କଳା ଓ କଳାବସ୍ତୁ ଗୋଣ୍ଡ ଚିତ୍ରକଳା ଦେଖିବାର ସୁଯୋଗ ପାଇପାରିବେ । ଅନାଦିକାଳରୁ କାନ୍ଥ ଓ ଚଟାଣରେ ପେଣ୍ଟିଂ କରିବା ଗୋଣ୍ଡମାନଙ୍କର ଏକ ପରମ୍ପରା । ସଂପ୍ରତି ଏହି ଚିତ୍ରକଳା ସେମାନଙ୍କୁ ଅର୍ଥ ଉପାର୍ଜନର ସୁଯୋଗ ଆଣିଦେଇଛି । ଏହି ଜନଜାତି ‘ଗୋଣ୍ଡ’ ବା ‘କୋଇଟୁର୍‌’ ଭାବେ ବେଶ୍‌ ଜଣାଶୁଣା ।

ରାଜ୍ୟ ଜନଜାତି ସଂଗ୍ରହାଳୟରେ ବିିଭିନ୍ନ ଜନଜାତି ସଂପ୍ରଦାୟର ଜୀବନଶୈଳୀ, ସଂସ୍କୃତି ଓ ସେମାନଙ୍କ ଦ୍ୱାରା ବ୍ୟବହୃତ ସାମଗ୍ରୀ ଆଦି ପ୍ରଦର୍ଶିତ ହେଉଛି । ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଦିନ ଦର୍ଶକମାନେ @scstrti ଓ @stscdev ପେଜ୍‌ ଖୋଲି ସଂଗ୍ରହାଳୟକୁ ଦେଖିପାରିବେ ବୋଲି ପ୍ରତିଷ୍ଠାନର ନିର୍ଦ୍ଦେଶକ ଡକ୍ଟର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020