ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ପରିବା ଦର ଆକାଶଛୁଆଁ

ବର୍ଷା ଓ ବନ୍ୟାରେ ରାଜ୍ୟର ୨୦ଟି ଜିଲ୍ଳାରେ ଚାଷ ବାସ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏହାର ପ୍ରଭାବ ଏବେ ପରିବା ବଜାର ଉପରେ ପଡିଛି । କଞ୍ଚା ପନିପରିବାର ଦର ଆକାଶଛୁଆଁ ହୋଇଥିବାବେଳେ ଏହା ସହିତ ତାଳ ଦେଇ ଆଳୁ ପିଆଜ ଦର ବି ବଢିଚାଲିଛି ।

ରାଜଧାନୀ ବଜାରରେ ଏବେ କଞ୍ଚା ପରିବାର ଦର ଆକାଶ ଛୁଆଁ । ବିନ୍‍ କିଲୋ ୮୦ ରୁ ୧୦୦ ଟଙ୍କା ଥିବାବେଳେ ପୋଟଳ ୮୦ଟଙ୍କା, ବାଇଗଣ, ଭେଣ୍ଡି, ଜହ୍ନି, ଝୁଡୁଙ୍କ ଆଦି ୫୦ ଟଙ୍କା ରହିଛି । ଅମୃତ ଭଣ୍ଡା ଦର କିଲୋପ୍ରତି ୪୦ଟଙ୍କା । କଖାରୁ ଦର ସର୍ବଦା କିଲୋପ୍ରତି ୨୦ ଟଙ୍କା ରହୁଥିବାବେଳେ ଏବେ ୩୦ ଟଙ୍କାରେ ବିକ୍ରି ହେଉଛି । କଞ୍ଚା କଦଳୀ ଗୋଟିକୁ ବଜାରରେ ୧୦ଟଙ୍କା ହୋଇଥିବାବେଳେ ରାଜ୍ୟ ବାହାରୁ ଆସୁଥିବା ଟମାଟୋ, ଗାଜର, ବନ୍ଧାକୋବି କିଲୋପ୍ରତି ୫୦ ଟଙ୍କା ଦରରେ ବିକ୍ରି ହେଉଛି ।

କଞ୍ଚା ପରିବା ସହିତ ତାଳ ଦେଇ ବଢି ଚାଲିଛି ନିତ୍ୟ ବ୍ୟବହାର୍ଯ୍ୟ ଆଳୁ ଓ ପିଆଜର ଦର । ଆଳୁ କିଲୋ ୩୫ଟଙ୍କାରେ ପହଞ୍ଚିଥିବାବେଳେ ପିଆଜ କିଲୋ ୩୦ଟଙ୍କା ହୋଇଛି । ସପ୍ତାହକ ମଧ୍ୟରେ ଆଳୁ କିଲୋ ୫ଟଙ୍କା ବଢିଥିବାବେଳେ ପିଆଜ କିଲୋ ୮ରୁ ୧୦ ଟଙ୍କା ବଢିଗଲାଣି ।

ପନିପରିବାର ଏଭଳି ଦରବୃଦ୍ଧି ପାଇଁ ବର୍ଷା ଓ ବନ୍ୟାକୁ ଦାୟୀ କରାଯାଉଛି । ରାଜଧାନୀ ଆଖପାଖ ଅଞ୍ଚଳରେ ଥିବା ପରିବା ଚାଷ ଉଜୁଡି ଯାଇଛି । ସେହିଭଳି ପୁରୀ, ଖୋରଧା ଆଦି ଅଞ୍ଚଳରୁ ସହରକୁ ଆସୁଥିବା ପରିବା ଯୋଗାଣ ବି ବନ୍ଦହୋଇ ଯାଇଛି । ବନ୍ୟାପାଣିରେ ବୁଡି ପରିବା ଚାଷ ସମ୍ପୂର୍ଣ୍ଣ ଉଜୁଡି ଯାଇଥିବାବେଳେ ଏତେଶୀଘ୍ର ନୂଆ ଫଳ ଆସିବା ବି ସମ୍ଭବପର ହେବନାହିଁ । ତେଣୁ ନିକଟ ଭବିଷ୍ୟତରେ କଞ୍ଚା ପରିବାର ଦର ହ୍ରାସ ପାଇବାର ସମ୍ଭାବନା କ୍ଷୀଣ ବୋଲି ପରିବା ବ୍ୟବସାୟୀମାନେ କହୁଛନ୍ତି ।

ଅନୁରୂପ ଅବସ୍ଥା ହୋଇଛି ଆଳୁ, ପିଆଜ ସମେତ ରାଜ୍ୟ ବାହାରୁ ଆମଦାନୀ ହେଉଥିବା ପନି ପରିବାର । ବିଶେଷକରି ଏବେ ରାଜ୍ୟ ବାହାରୁ ଟମାଟୋ, ଗାଜର, ବିନ୍‍, ବନ୍ଧାକୋବି ଆଦି ଆମଦାନୀ ହେଉଛି । ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁଁ ସେଠାରୁ ଆମାଦାନୀ ବାଧାପ୍ରାପ୍ତ ହୋଇଥିବାବେଳେ ଓଡିଶାରେ ପ୍ରବଳ ବନ୍ୟାର ସୂଚନା ପାଇ ପରିବହନ ସଂସ୍ଥା ଗୁଡିକ ମଧ୍ୟ ସେମାନଙ୍କ ଗାଡିକୁ ଅଟକାଇ ରଖିଛନ୍ତି । ଏଥିଯୋଗୁଁ ଦର ସାମାନ୍ୟ ବୃଦ୍ଧି ପାଇଥିବା ବ୍ୟବସାୟୀମାନେ ମତ ଦେଉଛନ୍ତି ।

ତେବେ କରୋନା କଷଣ ସାଙ୍ଗକୁ ବର୍ଷା ଓ ବନ୍ୟା ଏବେ ଲୋକଙ୍କ ଆର୍ଥିକ ବ୍ୟବସ୍ଥାକୁ ଆହୁରି ବିଗାଡିବାରେ ଲାଗିଛି । ଗୋଟିଏ ପଟେ ଲୋକଙ୍କ ହାତରେ ପୂର୍ବଭଳି ଅର୍ଥ ନଥିବାବେଳେ ଅନ୍ୟପଟେ ପନିପରିବା ଓ ଆଳୁ ପିଆଜର ଦର ବୃଦ୍ଧି ଏବେ ସେମାନଙ୍କ ପାଇଁ ବେଡି ଉପରେ କୋରଡା ଭଳି ହୋଇଛି । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020