ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଉପନିର୍ବାଚନରେ କରୋନା ଆତଙ୍କ

କରୋନାର କୋଳାହଳ ଭିତରେ ଓଡ଼ିଶାର ତିର୍ତ୍ତୋଲ ଓ ବାଲେଶ୍ୱର ବିଧାନସଭା ଆସନ ପାଇଁ ଦୁର୍ଗା ପୂଜା ପରେ ଉପନିର୍ବାଚନ ହେବାର ସମ୍ଭାବନା ରହିଛି । ଏଥିଲାଗି ଏଯାବତ୍‍ ନିର୍ବାଚନ କମିଶନ ଯେକୌଣସି ସମୟରେ ଘୋଷଣା କରିପାରନ୍ତି । ରାଜ୍ୟରେ କରୋନା ତାହାର କରାଳ କାୟା ମେଲାଇ ଚାଲିଥିବା ପରିପ୍ରେକ୍ଷୀରେ ଏହି ଦୁଇଟି ଆସନ ପାଇଁ ହେବାକୁ ଥିବା ଉପ ନିର୍ବାଚନର ଦଳୀୟ ପ୍ରଚାର ଅଭିଯାନ ମାନ୍ଦା ପଡ଼ିପାରେ ।

ବାଲେଶ୍ୱର ବିଧାନସଭା କ୍ଷେତ୍ରରୁ ଜିଣିଥିବା ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତ ଓ ତିର୍ତ୍ତୋଲ ସଂରକ୍ଷିତ ଆସନରୁ ନିର୍ବାଚିତ ହୋଇଥିବା ବିଜେଡି ପ୍ରାର୍ଥୀ ବିଷ୍ଣୁ ଚରଣ ଦାସଙ୍କ ଦେହାନ୍ତ ଯୋଗୁ ଏହି ଦୁଇଟି ଆସନ ଖାଲିପଡ଼ିଛି । ଇତିମଧ୍ୟରେ ନିର୍ବାଚନ କମିଶନ ବିଭିନ୍ନ ରାଜ୍ୟ ସହ ନିର୍ବାଚନ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି । ଓଡ଼ିଶା ସମେତ କେତେକ ରାଜ୍ୟରେ ଅନ୍ୟୁନ ୬୪ଟି ବିଧାନସଭା ଆସନ ଖାଲିଥିବାରୁ ଏଗୁଡ଼ିକ ଲାଗି ଉପନିର୍ବାଚନ ହେବ । ଏହାଛଡ଼ା ବିହାର ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଥିବାରୁ ସେଠାରେ ମଧ୍ୟ ନିର୍ବାଚନ ହେବାକୁ ଯାଉଛି ।

ବିଜେଡି ବିଜେପି ମେଣ୍ଟ ସମୟରେ ବାଲେଶ୍ୱର ଆସନ ବିଜେପି ହାତରେ ଥିଲା । ମେଣ୍ଟ ଭାଙ୍ଗିବା ପରେ ଏହା ବିଜେଡି ହାତକୁ ଯାଇଥିଲା । ତେବେ ଗତ ନିର୍ବାଚନରେ ବାଲେଶ୍ୱରରୁ ବିଜେପି ପ୍ରାର୍ଥୀ ଶ୍ରୀ ଦତ୍ତ ବିଧାୟକ ଭାବେ ଜିଣିଥିଲେ । ଏହାଛଡ଼ା ବାଲେଶ୍ୱର ଲୋକସଭା ଆସନଟି ମଧ୍ୟ ବିଜେପି ନିଜ କବ୍‍ଜାକୁ ନେଇଥିଲା । ବାଲେଶ୍ୱରର ସାଂସଦ ପ୍ରତାପ ଚନ୍ଦ୍ର ଷଢ଼ଙ୍ଗୀ ଏବେ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ତେଣୁ ବାଲେଶ୍ୱର ବିଧାନସଭା ଆସନରେ ବିଜେପି ପ୍ରାର୍ଥୀଙ୍କ ବିଜୟ ଶ୍ରୀ ଷଢ଼ଙ୍ଗୀ ଓ ତାଙ୍କ ଦଳ ପାଇଁ ଏକ ଆହ୍ୱାନ ବୋଲି କୁହାଯାଉଛି ।

ସେହିପରି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଚରଣ ଦାସ ଦୀର୍ଘବର୍ଷ ଧରି ଜଗତସିଂହପୁର ଆସନରୁ ଜିଣି ଆସୁଥିବା ବେଳେ ଏହା ସଂରକ୍ଷିତମୁକ୍ତ ହେବା ପରେ ଉକ୍ତ ଆସନରୁ ୨୦୧୪ ନିର୍ବାଚନରେ ବିଷ୍ଣୁ ହାରିଥିଲେ ଓ କଂଗ୍ରେସ ପ୍ରାର୍ଥୀ ଚିରଞ୍ଜିବୀ ବିଶ୍ୱାଳ ଏଠାରୁ ଜିଣିଥିଲେ । ତିର୍ତ୍ତୋଲ ଆସନଟି ସଂରକ୍ଷିତ ହେବାରୁ ସେଠାରେ ୨୦୧୪ରେ ଡାକ୍ତର ରାଜଶ୍ରୀ ମଲ୍ଲିକ ବିଜେଡି ଟିକେଟ୍‍ରେ ବିଧାୟିକା ହୋଇଥିଲେ ।

ତେବେ ୨୦୧୯ ନିର୍ବାଚନରେ ରାଜଶ୍ରୀ ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ଏହା ପୂର୍ବରୁ ବିଷ୍ଣୁ ଦାସ ରାଜ୍ୟସଭାକୁ ଯାଇଥିଲେ । ତେବେ ବିଷ୍ଣୁଙ୍କୁ ରାଜ୍ୟସଭାରୁ ଫେରାଇ ଅଣି ଏଠାରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ କରାଯାଇଥିଲା ଓ ପରେ ସେ ତିର୍ତ୍ତୋଲ ଆସନରୁ ବିଜେଡି ବିଧାୟକ ଭାବେ ୨୦୧୯ ନିର୍ବାଚନରେ ଜିଣିଥିଲେ । କିଛିଦିନ ତଳେ ବିଷ୍ଣୁ ଦାସଙ୍କର ପରଲୋକ ହେବାରୁ ତିର୍ତ୍ତୋଲ ବିଧାନସଭା ଆସନଟି ଖାଲି ପଡ଼ିଛି ।

ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ଆସନ ଦୁଇଟି ଦଖଲ କରିବା ପାଇଁ ବିଜେଡି ପୂର୍ଣ୍ଣ ମାତ୍ରାରେ ପ୍ରସ୍ତୁତ ଥିବା ବେଳେ ବିଜେଡି ଟିକେଟ୍‍ରେ ଏହି ଆସନରୁ ଲଢ଼ିବା ପାଇଁ ଆଶାୟୀମାନଙ୍କ ଧାଡ଼ି ଲମ୍ବି ଚାଲିଛି । ତେବେ ତିର୍ତ୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ ଲଢ଼ିବା ପାଇଁ କିଏ ବିଜେଡି ପ୍ରାର୍ଥୀ ହେବେ ତାହା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି ।

ଇତିମଧ୍ୟରେ ବିଜେପି ତିର୍ତ୍ତୋଲ ଓ ବାଲେଶ୍ୱର ପାଇଁ ପ୍ରାର୍ଥୀ ଚୟନ ଲାଗି ପ୍ରକ୍ରିୟା ଆରମ୍ଭ କରିଛି । କଂଗ୍ରେସ ମଧ୍ୟ ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ତିର୍ତ୍ତୋଲ ପାଇଁ ଓ ତାରାପ୍ରସାଦ ବାହିନୀପତିଙ୍କୁ ବାଲେଶ୍ୱର ଲାଗି ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି । ଏହି ଦୁଇ ଆସନରୁ କଂଗ୍ରେସର କିଏ ପ୍ରାର୍ଥୀ ହେବେ ତାହା ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ଉପରେ ନିର୍ଭର କରେ । ଏହି ତିନିଦଳ ଛଡ଼ା ଆଉ କେତେକ ପ୍ରାର୍ଥୀ ମଧ୍ୟ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ଲାଗି ସଜବାଜ ହେଉଥିବା ଜଣାପଡ଼ିଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020