ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଆଗକୁ ବଢିପାରେ ସଂକ୍ରମଣ

ଇଣ୍ଡିଆନ୍ କାଉନସିଲ ଅଫ୍ ମେଡ଼ିକାଲ୍ ରିସର୍ଚର ନିର୍ଦ୍ଦେଶାବଳୀ ଅନୁସାରେ କରାଯାଇଥିବା ସେରୋ ସର୍ଭେଲାନସର ସମୀକ୍ଷା ଅନୁସାରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆଂଟିବଡ଼ିର ବ୍ୟାପକତା କମ୍ ରହିଛି ଏବଂ ଆଗକୁ ସଂକ୍ରମଣ ଅଧିକ ହୋଇପାରେ ଯେଉଁଥିପାଇଁ କି ସମସ୍ତ ବ୍ୟକ୍ତି ଓ ନାଗରିକଗଣ କରୋନା ପ୍ରତିରୋଧର ନିୟମାବଳୀକୁ ଅକ୍ଷର ଅକ୍ଷର ପାଳନ କରିବାକୁ ଅନୁରୋଧ ଜଣାଇଛନ୍ତି ବି.ଏମ୍.ସି. କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ତେଣୁ ପ୍ରତ୍ୟେକ ବ୍ୟକ୍ତି ନିୟମର କଡ଼ାକଡ଼ି ପାଳନ କରିବା ପାଇଁ ଆଗେଇ ଆସି ଠିକ୍ ଭାବେ ମାସ୍କ ପିନ୍ଧିବା, ବାହାରକୁ ଗଲେ ପରସ୍ପର ଠାରୁ ୨ ମିଟରର ସାମାଜିକ ଦୂରତା ରକ୍ଷା କରିବା ଏବଂ ଅତ୍ୟଧିକ ଜନଗହଳିରୁ ଦୂରେଇ ରହିବାର ଅଭ୍ୟାସ ଜାରି ରଖିବା ଆବଶ୍ୟକ ।

ରାଜଧାନୀର ୨୫ ଗୋଟି ୱାର୍ଡ଼ରେ କରାଯାଇଥିବା ଦ୍ୱିତୀୟ ସେରୋ ସର୍ଭେଲାନ୍ସରେ ସଂକ୍ରମଣର ସ୍ଥିତି ମାତ୍ର ୫.୧୫ ରହିଥିବା ଜଣାପଡ଼ିଛି । ଆଣ୍ଟିବଡ଼ିର ମାତ୍ରା ଗୋଷ୍ଠୀରେ କମ୍ ରହିଛି ବୋଲି କହିଛନ୍ତି ରିଜୋନାଲ୍ ମେଡ଼ିକାଲ୍ ରିସର୍ଚ ସେଂଟର – ଭୁବନେଶ୍ୱର । ସାରା ଦେଶରେ ସଂକ୍ରମଣ ର ମାତ୍ରା ଅଧିକ ହୋଇଥିବା ବେଳେ ରାଜଧାନୀରେ ଏହାର ପ୍ରଭାବ କମ୍ ବୋଲି ରିପୋର୍ଟରୁ ଜଣାପଡ଼ିଛି ।

ସୂଚନାଯୋଗ୍ୟ କି, ଗତମାସ ୨୮ ଏବଂ ୨୯ ତାରିଖରେ ଆଇସିଏମ୍ଆର୍ ଦ୍ୱାରା କରାଯାଇଥିବା ଏହି ସେରୋ ସର୍ଭେଲାନ୍ସରେ ୧୫୦୦ ଜଣଙ୍କ ଠାରୁ ନମୂନା ସଂଗ୍ରହ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ୧୩୨୦ ଜଣଙ୍କର ନମୂନା ସଂଗ୍ରହ କରାଯାଇଥିଲା । ତେବେ ପ୍ରଥମ ରାଉଣ୍ଡ୍ରେ ମଧ୍ୟ ଏହିଭଳି ନମୂନା ସଂଗ୍ରହ କରାଯାଇଥିଲା ।

ଉଲ୍ଲେଖନୀୟ ଯେ କୋଭିଡ଼୍-୧୯ ସଂକ୍ରମଣ ଜାଣିବା ପାଇଁ ତିନି ପ୍ରକାର ପରୀକ୍ଷା କରାଯାଉଥିବା ବେଳେ ପ୍ରକୃତପକ୍ଷେ ସେରୋ ସର୍ଭେଲାନ୍ସରେ ଏହା ଭିନ୍ନ ଥାଏ । ଏଥିରୁ ଗୋଷ୍ଠୀ ସଂକ୍ରମଣର ମାତ୍ରା କିପରି ଅଛି ତାହାର ଆନୁପାତିକ ହାର ଜଣାପଡ଼ିଥାଏ ଯାହାକି ପୂର୍ବ ସର୍ଭେଲାନ୍ସରେ ୧.୪୨ ପ୍ରତିଶତ ଥିଲା । ଆଇସିଏମ୍ଆର୍ ଗାଇଡ଼୍ ଲାଇନ୍ ଅନୁଯାୟୀ ପ୍ରଥମ ସର୍ଭେଲାନ୍ସର ୨୮ ଦିନ ପରେ ଦ୍ୱିତୀୟ ସର୍ଭେଲାନ୍ସ ହୋଇଥାଏ ।

ତେବେ ଭୁବନେଶ୍ୱର ମହାନଗର ନିଗମାଂଚଳରେ ସ୍ୱତନ୍ତ୍ର ଭାବେ ସଚେତନତା କାର୍ଯ୍ୟକ୍ରମ ପ୍ରତ୍ୟେକ ୱାର୍ଡ଼ରେ ନିୟମିତ ଭାବେ କରାଯିବା ଏବଂ କରୋନା ପ୍ରତିରୋଧର ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରାଯିବାର ବିବିଧ କାର୍ଯ୍ୟକ୍ରମ ନାଗରିକ ମାନଙ୍କ ସହଯୋଗରେ କରାଯିବା ସାଙ୍ଗକୁ ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତି ଏବଂ ଅନୁଷ୍ଠାନ ମାନଙ୍କୁ ଏନଫୋର୍ସମେଂଟ ଜରିଆରେ ତାଗିଦ କରିବା ଏବଂ ନିୟମିତ ଶିକ୍ଷା ସୂଚନା ଓ ଯୋଗାଯୋଗ କାର୍ଯ୍ୟକ୍ରମ ବଜାୟ ରଖିବା ଦ୍ୱାରା ଗୋଷ୍ଠୀରେ ସଂକ୍ରମଣର ମାତ୍ରା କମ୍ ରହିଛି । ଏହା ସାଙ୍ଗକୁ ସଚେତନତାକୁ ବୃହତର କରି ବସ୍ତିରୁ ବଜାର, ବଜାରରୁ ଲୋକାରଣ୍ୟ ସ୍ଥାନ ଏବଂ ଜନବସତି ଇତ୍ୟାଦିରେ ଘନ ଘନ ପ୍ର•ର କାର୍ଯ୍ୟ ୧୦ ଗୋଟି ଗାଡ଼ିରେ ନିୟମିତ ଭାବେ କରାଯାଉଅଛି ।

ତେବେ ନାଗରିକମାନେ ଅଧିକରୁ ଅଧିକ ସଚେତନ ହୋଇ କରୋନା ପ୍ରତିରୋଧ ନିୟମ ମାନିବା ଆବଶ୍ୟକ କାରଣ ଅନେକ ସମ୍ବେଦନଶୀଳ ଅବସ୍ଥା ଏବଂ ଆଚରଣ ସଂକ୍ରମଣ ବଢାଇ ଦେଇପାରେ । ଏ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମହାନଗର ନିଗମ କର୍ତୃପକ୍ଷ ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020