ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଆକାଶବାଣୀରେ ଅର୍ଥାଭାବ

ଆକାଶବାଣୀ କଟକ କେନ୍ଦ୍ରର କାର୍ଯ୍ୟକ୍ରମ ପ୍ରସାରଣରେ ବାରମ୍ବାର ବିଦ୍ୟୁତ୍‍ ବିଭ୍ରାଟର କାରଣ ହେଉଛି ଅର୍ଥାଭାବ । ଅର୍ଥାଭାବରୁ କଟକ ଫକୀରପଡା ଠାରେ ଥିବା ଉଚ୍ଚଶକ୍ତି ସମ୍ପନ୍ନ ଟ୍ରାନ୍ସମିଶନ କେନ୍ଦ୍ର ପାଇଁ ସ୍ୱତନ୍ତ୍ର ଟ୍ରାନ୍ସଫର୍ମରଟିଏ ବସାଯାଇ ପାରୁନାହିଁ । ଏଥିଯୋଗୁଁ ଶ୍ରୋତାମାନେ କାର୍ଯ୍ୟକ୍ରମକୁ ଠିକଣା ଭାବେ ଶୁଣିପାରୁନଥିବାବେଳେ କର୍ତ୍ତୃପକ୍ଷ ବାରମ୍ବାର ଦୁଃଖ ପ୍ରକାଶ କରୁଛନ୍ତି ।

ପ୍ରସାରଣ ବିଭ୍ରାଟ ନେଇ କିଛି ଶ୍ରୋତା ପଠାଇଥିବା ପତ୍ରର ଏଭଳି ଉତ୍ତର ରଖିଛନ୍ତି ଆକାଶବାଣୀ କଟକ କେନ୍ଦ୍ରର ଅଧିକାରୀ । ଏ ସଂକ୍ରାନ୍ତରେ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଫକୀରପଡା ଠାରେ ଥିବା ପ୍ରସାରଣ କେନ୍ଦ୍ର ପାଇଁ ଗୋଟିଏ ସ୍ୱତନ୍ତ୍ର ବିଦ୍ୟୁତ୍‍ ଟ୍ରାନ୍ସଫର୍ମରର ଆବଶ୍ୟକତା ଥିଲେ ମଧ୍ୟ ଦୀର୍ଘଦିନ ଧରି ତାହା ପୂରଣ ହୋଇପାରୁ ନାହିଁ । ଏଥିଯୋଗୁଁ କାର୍ଯ୍ୟକ୍ରମ ପ୍ରସାରଣ ମଝିରେ ଅନେକ ସମୟରେ ବିଭ୍ରାଟ ଦେଖାଦେଉଛି ଓ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣିପାରୁ ନାହାନ୍ତି ।

ଏହାର ମୁଖ୍ୟ କାରଣ ହେଉଛି ଅର୍ଥାଭାବ । ଅର୍ଥ ଦିଆଯାଇ ପାରୁନଥିବାରୁ ବିଦ୍ୟୁତ୍‍ ବିଭାଗ ପ୍ରସାରଣ କେନ୍ଦ୍ର ଲାଗି ସ୍ୱତନ୍ତ୍ର ଟ୍ରାନ୍ସଫର୍ମର ବସାଉନାହିଁ । କିଛିଦିନ ତଳେ ଏହି କେନ୍ଦ୍ର ପାଇଁ ଗୋଟିଏ ଟ୍ରାନ୍ସଫର୍ମର ବସିଥିଲା । ହେଲେ କୌଣସି କାରଣରୁ ଏହି ଟ୍ରାନ୍ସଫର୍ମରରୁ ସ୍ଥାନୀୟ ଗ୍ରାମ ଗୁଡିକୁ ବିଦ୍ୟୁତ୍‍ ସଂଯୋଗ ଦେଇ ଦିଆଯାଇଛି । ଫଳରେ ଟ୍ରାନ୍ସଫର୍ମର କେନ୍ଦ୍ରରେ ବାରମ୍ବାର ବିଜୁଳି ବିଭ୍ରାଟ ଦେଖାଦେଉଛି ।

ଏଠାରେ ଉଲ୍ଲେଖନୀୟ ଯେ ଆକାଶବାଣୀର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଏପରିକି ସମ୍ବାଦ ପରିବେଷଣ ସମୟରେ ମଧ୍ୟ କିଛି ସମୟ ପାଇଁ ପ୍ରସାରଣ ବନ୍ଦହୋଇ ଯାଉଛି । ଏହାର ମୁଖ୍ୟ କାରଣ ହେଉଛି ବିଦ୍ୟୁତ୍‍ ବିଭ୍ରାଟ । ତେବେ କେନ୍ଦ୍ର ସରକାରଙ୍କ ଏହି ସଂସ୍ଥା ଅର୍ଥାଭାବରୁ ଟ୍ରାନ୍ସଫର୍ମରଟିଏ ବସାଇ ନପାରିବା ଓ ବିଦ୍ୟୁତ୍‍ ବିଭାଗ ଏଥିରେ ସହଯୋଗ ନକରିବା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।

ତେଣୁ ଆକାଶବାଣୀର ଗୌରବ ବଜାୟ ରଖିବାପାଇଁ ତୁରନ୍ତ ଫକୀରପଡା ସ୍ଥିତ ଉଚ୍ଚ ଶକ୍ତି ସମ୍ପନ୍ନ ପ୍ରସାରରଣ କେନ୍ଦ୍ର ପାଇଁ ସ୍ୱତନ୍ତ୍ର ଟ୍ରାନ୍ସଫର୍ମରଟିଏ ବସାଇବାକୁ ଶ୍ରୋତାମାନେ ଦାବି କରୁଛନ୍ତି । ଏଥିରେ ଉଭୟ ରାଜ୍ୟ ସରକାର ଓ ବିଜୁଳି ବିଭାଗ ମଧ୍ୟ ହସ୍ତକ୍ଷେପ କରିବାକୁ ଦାବି ହେଉଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020