ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଭୂ ସମ୍ପତ୍ତି ମୂଲ୍ୟ ବୃଦ୍ଧି ସ୍ଥଗିତ

କରୋନା ପରିପ୍ରେକ୍ଷୀରେ ରାଜ୍ୟରେ ସ୍ଥାବର ଭୂ-ସମ୍ପତ୍ତିର ମୂଲ୍ୟ ବୃଦ୍ଧିକୁ ସରକାର ଚଳିତ ଆର୍ଥିକ ବର୍ଷ ଶେଷ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଏହି ମର୍ମରେ ରାଜସ୍ୱ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳମାନଙ୍କୁ ସୂଚନା ଦିଆଯାଇଛି ।

ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭୂ ସମ୍ପତ୍ତିର ଦର ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ ଏବଂ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଜିଲ୍ଲାପାଳମାନଙ୍କ ଅଧ୍ୟକ୍ଷତାରେ ଗଠିତ ଜିଲ୍ଲାସ୍ତରୀୟ ମୂଲ୍ୟାୟନ କମିଟିର ସୁପାରିଶ ଆଧାରରେ ଏହି ଦର ପୁନଃ ନିର୍ଦ୍ଧାରିତ ହୋଇଥାଏ । ଯେଉଁ ଅଞ୍ଚଳରେ କେଉଁ କିସମର ଜମିର ଦର କେତେ ସେ ସଂକ୍ରାନ୍ତରେ ସରକାରଙ୍କ ସ୍ଥୀରିକୃତ ମୂଲ୍ୟ ଆଧାରରେ ଜମିବାଡ଼ି କିଣାବିକାରେ ସବ୍‍ରେଜିଷ୍ଟ୍ରୀ ଖାନାରେ ସରକାର ନିର୍ଦ୍ଦିଷ୍ଟ ପରିମାଣର ରାଜସ୍ୱ ପାଇଥାନ୍ତି ।

ରାଜ୍ୟରେ ସବୁ ଜମି ଏକପ୍ରକାର ହୋଇନଥିବାରୁ ଏଥିଲାଗି ପ୍ରଚଳିତ ବିଧି ବ୍ୟବସ୍ଥା ଅନୁଯାୟୀ ଜିଲ୍ଲାପାଳମାନଙ୍କ ଅଧ୍ୟକ୍ଷତାରେ ମୂଲ୍ୟାୟନ କମିଟି ଗଠନ କରାଯାଇଥାଏ ଏବଂ ଏହି କମିଟି ବିଭିନ୍ନ ତହସିଲର ଭିନ୍ନ ଭିନ୍ନ ଗ୍ରାମର ଜମିଗୁଡ଼ିକର କିସମୱାରୀ ମୂଲ୍ୟ ନିର୍ଦ୍ଧାରଣ କରିଥାନ୍ତି । ଜମିଜମା କିଣାବିକା ବେଳେ ଏହାଠାରୁ କମ୍‍ ମୂଲ୍ୟରେ ଦଲିଲ୍‍ ହୋଇପାରିବ ନାହିଁ । ଯଦି କୌଣସି କ୍ଷେତ୍ରରେ ସ୍ଥୀରିକୃତ ମୂଲ୍ୟଠାରୁ କମ୍‍ ଦରରେ ବିକ୍ରି କବଲା କରାଯାଇଥାଏ ତା’ହେଲେ ତାହା ଆଇନତଃ ଅସିଦ୍ଧ ହୋଇପଡ଼େ । ଏହି ଦର ଆଧାରରେ ଜମି ରେଜିଷ୍ଟ୍ରେସନ ବେଳେ ସ୍ୱତନ୍ତ୍ର ଫି’ ଗ୍ରହଣ କରାଯାଇଥାଏ ଏବଂ ଜମିର ମୂଲ୍ୟ ଆଧାରରେ ମଧ୍ୟ ରେଜିଷ୍ଟ୍ରେସନ ପାଇଁ ଷ୍ଟାମ୍ପ ପେପର୍‍ ଖରିଦ୍‍ କରାଯାଇଥାଏ ।

ଚଳିତବର୍ଷ କରୋନା ଯୋଗୁ ଲୋକଙ୍କ ଅର୍ଥ ବ୍ୟବସ୍ଥା ବହୁ ମାତ୍ରାରେ ପ୍ରଭାବିତ ହୋଇଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାର ଅନ୍ତତଃପକ୍ଷେ ଆସନ୍ତା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସ୍ଥାବର ଭୂ-ସମ୍ପତ୍ତିର ମୂଲ୍ୟ ବୃଦ୍ଧି ସ୍ଥଗିତ ରଖିବା ପାଇଁ ରାଜ୍ୟସ୍ୱ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ପ୍ରସ୍ତାବ ଦେଇଥିଲେ । ଏ ପ୍ରସଙ୍ଗ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚିତ ହୋଇଥିଲା ଏବଂ ଏ ସଂକ୍ରାନ୍ତୀୟ ପ୍ରସ୍ତାବ ସରକାରଙ୍କ ଅନୁମୋଦନ ପାଇଁ ପଠାଇବାକୁ ଏଥିରେ ନିଷ୍ପତ୍ତି ନିଆଯାଇଥିଲା ।

ରାଜସ୍ୱ ବିଭାଗର ଏହି ପ୍ରସ୍ତାବ ସହ ମୁଖ୍ୟ ଶାସନ ସଚିବ ପୂର୍ବରୁ ସହମତି ପ୍ରକାଶ କରିଥିବା ବେଳେ ଏବେ ରାଜ୍ୟ ସରକାର ତାହାକୁ ନୀତିଗତ ଭାବେ ଗ୍ରହଣ କରିନେବା ପରେ ଇତିମଧ୍ୟରେ ବିଧିବଦ୍ଧ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜସ୍ୱ ବିଭାଗ ପକ୍ଷରୁ ଗତକାଲି ଏ ସଂକ୍ରାନ୍ତରେ ରାଜ୍ୟର ସମସ୍ତ ଜିଲ୍ଲାପାଳ ତଥା ଜମିଜମା ମୂଲ୍ୟାୟନ କମିଟିର ଅଧ୍ୟକ୍ଷମାନଙ୍କୁ ଜଣାଇ ଦିଆଯାଇଛି ।

ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ସାଧାରଣ ଲୋକେ ବିଶେଷ ଉପକୃତ ହେବେ । ସେମାନଙ୍କୁ ବର୍ଦ୍ଧିତ ହାରରେ ଷ୍ଟାମ୍ପ ପେପର କିଣିବାକୁ ପଡ଼ିବ ନାହିଁ କିମ୍ବା ଅଧିକ ଫି’ ମଧ୍ୟ ଦେବାକୁ ପଡ଼ିବ ନାହିଁ । ତେବେ ଏଥିଯୋଗୁ ଅବଶ୍ୟ ରାଜ୍ୟ ସରକାରଙ୍କୁ ମୋଟା ଅଙ୍କର ରାଜସ୍ୱ ହରାଇବାକୁ ପଡ଼ିବ । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020