ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଏକ ନମ୍ବର ସ୍ଥାନରେ ଖୋର୍ଦ୍ଧା

କରୋନା ସଂକ୍ରମଣ କ୍ଷେତ୍ରରେ ଖୋର୍ଦ୍ଧା ଜିଲ୍ଲା ଏବେ ଏକ ନମ୍ବର ସ୍ଥାନରେ । କରୋନାର ହଟ୍‍ସ୍ପଟ କୁହାଯାଉଥିବା ଗଞ୍ଜାମକୁ ଆଜି ଖୋର୍ଦ୍ଧା ପଛରେ ପକାଇ ଦେଇଛି । ଖୋରଧାରେ କରୋନା ସଂକ୍ରମିତଙ୍କ ତାଲିକା ଆଜି ୧୮,୮୮୧ରେ ପହଞ୍ଚିଛି ଯାହାକି ରାଜ୍ୟର କୌଣସି ଜିଲ୍ଲା ତୁଳନାରେ ସର୍ବାଧିକ ।

ଖୋର୍ଦ୍ଧା ଜିଲ୍ଲା ଏକ ନମ୍ବର ସ୍ଥାନ ହାସଲ କରିଥିବାବେଳେ ଏଥିରେ ବଡ ଅବଦାନ ରହିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି)ର । ଜିଲ୍ଲାରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୧୮,୮୮୧ ହୋଇଥିବାବେଳେ ଏଥି ମଧ୍ୟରେ ବିଏମ୍‍ସିର ସଂକ୍ରମଣ ସଂଖ୍ୟା ରହିଛି ୧୨,୭୮୩ । ଜିଲ୍ଲାରେ ଚିଲିକାରେ ମାତ୍ର ଜଣେ ଆକ୍ରାନ୍ତ ଥିବାବେଳେ ବିଏମ୍‍ସି ଇଲାକା ନିକଟରେ ଥିବା ବାଲିପାଟଣାରେ ଏହି ସଂଖ୍ୟା ୨୫ ରହିଛି ।

ଖୋର୍ଦ୍ଧା ଜିଲ୍ଲାରେ ଏବେ ରାଜ୍ୟର ସର୍ବାଧିକ ସକ୍ରିୟ ରୋଗୀ ଅଛନ୍ତି । ଏମାନଙ୍କ ସଂଖ୍ୟା ୬୩୪୬ ହୋଇଥିବାବେଳେ ଗଞ୍ଜାମରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୯୭୮ ରହିଛି । ତେବେ କରୋନା ମୃତ୍ୟୁ ତାଲିକାରେ ଖୋର୍ଦ୍ଧା ଜିଲ୍ଲା ଏବେ ବି ଦ୍ୱିତୀୟ ସ୍ଥାନରେ ରହିଛି । ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ କରୋନାରେ ୧୯୭ଜଣ ମରିଥିବାବେଳେ ଖୋରଧା ଜିଲ୍ଲାରେ ଏହା ୭୦ ରହିଛି । ତେବେ ଜିଲ୍ଲାରେ ମରିଥିବା ଏହି ୭୦ଜଣଙ୍କ ମଧ୍ୟରୁ ୫୮ଜଣ ହେଉଛନ୍ତି ବିଏମ୍‍ସି ଇଲାକାର ।

ରାଜ୍ୟରେ ମୋଟ୍‍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୧୩,୪୧୧ରେ ପହଞ୍ଚି ଥିବାବେଳେ ଏମାନଙ୍କ ମଧ୍ୟରୁ ୮୭,୩୫୧ ଜଣ ଚିକିତ୍ସାପରେ ସୁସ୍ଥ ହୋଇଥିବାବେଳେ ୨୪,୪୮୫ ଜଣ ବିଭିନ୍ନ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ତେବେ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୩୬୩୧ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଶହେକୁ ଖସି ଆସିଛି । ୭୨୨ ସଂକ୍ରମିତଙ୍କ ସହିତ ଖୋରଧା ଜିଲ୍ଲା ପ୍ରଥମ ସ୍ଥାନରେ ôତବାବେଳେ କଟକରେ ୩୭୦, ମୟୁରଭଞ୍ଜରେ ୩୬୫, ବରଗଡରେ ୨୩୮, ଭଦ୍ରକରେ ୧୮୬, ପୁରୀରେ ୧୫୭, ଯାଜପୁରରେ ୧୨୭, ବାଲେଶ୍ୱରରେ ୧୧୪, ରାୟଗଡରେ ୧୧୧ଜଣ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମରେ ଏହା ୧୦୭ ରହିଛି ।

ସେହିଭଳି ୨୪ଘଣ୍ଟା ଭିତରେ କରୋନାରେ ଆଉ ୮ଜଣଙ୍କ ଜୀବନ ଯିବାପରେ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୫୨୨ରେ ପହଞ୍ଚିଛି । ଆଜି ସୁଦ୍ଧା ରାଜ୍ୟରେ ୧୯,୫.୫୯୧ କୋଭିଡ ପରୀକ୍ଷା ହୋଇଥିବାବେଳେ ଏଥିରୁ ୫.୮୧ ପ୍ରତିଶତ ପଜିଟିଭ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020