ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ନିୟମ ପରିବର୍ତନ ବିଶ୍ୱବିଦ୍ୟାଳୟ ପାଇଁ ବିପଦ

ରାଜ୍ୟ କ୍ୟାବିନେଟ୍ ବିଶ୍ୱବିଦ୍ୟାଳୟ ଅଧିନିୟମ-୧୯୮୯କୁ ଉଚ୍ଛେଦ କରି ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ପାଇଁ ଏକ ସ୍ୱତନ୍ତ୍ର ନିୟମ କରିବା ପାଇଁ ନିଷ୍ପତି ଗ୍ରହଣ କରିଛନ୍ତି । ଏହା ବିଶ୍ୱବିଦ୍ୟାଳୟଗୁଡ଼ିକ ଉପରେ ସରକାରଙ୍କର ହସ୍ତକ୍ଷେପକୁ ଅଧିକ ସକ୍ରିୟ କରିବ ବୋଲି ସମାଜବାଦୀ ପାର୍ଟି ଆଶଙ୍କା ପ୍ରକାଶ କରିଛି ।

ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ରତା ଉପରେ ଏହି ଆକ୍ରମଣ ବିଶ୍ୱବିଦ୍ୟାଳୟର ସ୍ୱାଧୀନତା ଓ ସ୍ୱାତନ୍ତ୍ର୍ୟକୁ କ୍ଷୁର୍ଣ୍ଣ କରିବ ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିବୃତିରେ ଏହାକୁ ବିରୋଧ କରିବାକୁ ଆହ୍ୱାନ ଦେଇଛନ୍ତି । ଶ୍ରୀ ବେହେରା କହିଛନ୍ତି ଯେ, କଲିକତା ବିଶ୍ୱବିଦ୍ୟାଳୟକୁ ୫୦ ହଜାର ଟଙ୍କାର ଅନୁଦାନ ଦେବା ବଦଳରେ ତକ୍ରାଳୀନ ବ୍ରିଟିଶ୍ ସରକାର ଯେତେବେଳେ କଲିକତା ବିଶ୍ୱବିଦ୍ୟାଳୟର ନିୟମ ପରିବର୍ତନ କରି ଏହା ଉପରେ ହସ୍ତକ୍ଷେପ କରିବା ଆରମ୍ଭ କଲେ, ତା’ର ପ୍ରତିବାଦ କରିବାକୁ ଯାଇ ବିଶିଷ୍ଟ ଶିକ୍ଷାବିତ୍ ତଥା କଲିକତା ବିଶ୍ୱବିଦ୍ୟାଳୟର ତକ୍ରାଳୀନ କୁଳପତି ସାର୍ ଆଶୁତୋଷ ମୁଖାର୍ଜୀ କହିଥିଲେ ‘ଅଟୋନମି ଫାଷ୍ଟ, ଅଟୋନମି ସେକେଣ୍ଡ ଆଣ୍ଡ ଅଟୋନମି ଅଲୱେଜ୍’, ଆଜି ମଧ୍ୟ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଗୁଡ଼ିକର ସ୍ୱାଧୀନତା ଓ ସ୍ୱାତନ୍ତ୍ର୍ୟ ପାଇଁ ଏହା ହେଉଛି ମୁଳମନ୍ତ୍ର ।

୫୦ ହଜାର ଟଙ୍କା ଅନୁଦାନ ବଦଳରେ ବ୍ରିଟିଶ୍ ସରକାର ବିଶ୍ୱବିଦ୍ୟାଳୟର ସ୍ୱାତନ୍ତ୍ର୍ୟ ଓ ମର୍ଯ୍ୟାଦାକୁ ଅପହରଣ କରିବା ପାଇଁ ଯେଉଁ ପଦକ୍ଷେପ ନେଉଛନ୍ତି ତାହାକୁ ବିଶ୍ୱବିଦ୍ୟାଳୟର ଛାତ୍ର, ଶିକ୍ଷକ ତୀବ୍ର ନିନ୍ଦା କରୁଛନ୍ତି । ବିଶ୍ୱବିଦ୍ୟାଳୟର ଖର୍ଚ୍ଚ ତୁଲାଇବା ପାଇଁ ସେମାନେ ‘ବଙ୍ଗଳା’ର ଘରେଘରେ ବୁଲି ଭିକ ମାଗିପାରନ୍ତି କିନ୍ତୁ ବିଶ୍ୱବିଦ୍ୟାଳୟର ସ୍ୱାଧୀନତାକୁ ବଳି ଦେଇପାରିବେ ନାହିଁ ।

ଓଡ଼ିଶା ସରକାର ଏହା ମଧ୍ୟ ଜାଣି ରଖିବା ଉଚିତ୍ ଯେ, ବିଶ୍ୱବିଦ୍ୟାଳୟକୁ କେବଳ ରାଜ୍ୟ ସରକାରମାନେ ଅନୁଦାନ ଦିଅନ୍ତି ନାହିଁ, ଏହାକୁ ‘ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ’ (ୟୁ.ଜି.ସି.) ମଧ୍ୟ ଅନୁଦାନ ଦେଇଥାଏ । ତେଣୁ ବିଶ୍ୱବିଦ୍ୟାଳୟର ଶିକ୍ଷକ ଚୟନ, ଗବେଷଣା ଓ ଶିକ୍ଷାଦାନ ପଦ୍ଧତିରେ ଏକ ସ୍ୱତନ୍ତ୍ର୍ୟ ସ୍ୱାଧୀନତା ରହିଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରୋଟକଲ ଅନୁଯାୟୀ ଜଣେ ବିଶିଷ୍ଟ ବ୍ୟକ୍ତିର ମାନ୍ୟତାପ୍ରାପ୍ତ ପଦବୀ ।

ସାଧାରଣତଃ କୁଳପତିଙ୍କର ଜ୍ଞାନ, ଗାରିମା ଓ ପଦ ମର୍ଯ୍ୟାଦାକୁ ସରକାର ସମ୍ମାନ ଦେବାକୁ ବାଧ୍ୟ ହୋଇଥାଆନ୍ତି । କିନ୍ତୁ, ବିଶ୍ୱବିଦ୍ୟାଳୟର ଅଧିନିୟମକୁ ବଦଳାଇ କୁଳପତିଙ୍କୁ ଏକ ସରକାରୀ ସଖି କଣ୍ଢେଇ ଭଳି ବ୍ୟବହାର କରିବା ପାଇଁ ସରକାର ଯେଉଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି, ତାହାକୁ ସମାଜବାଦୀ ପାର୍ଟି ତୀବ୍ର ନିନ୍ଦା କରୁଛି ଏବଂ ସରକାର ଏଥିରୁ କ୍ଷାନ୍ତ ରହିବା ପାଇଁ ଶ୍ରୀ ବେହେରା ସରକାରଙ୍କୁ ସତର୍କ କରାଇଦେଇଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020