ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଟାଇମ୍ସ ୱାର୍ଲ୍ଡ ରାଙ୍କିଙ୍ଗରେ ସୋଆ

ଟାଇମ୍ସ ହାୟର ଏଡୁକେସନ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗ -୨୦୨୧ରେ ସୋଆ ବିଶ୍ୱବିଦ୍ୟାଳୟ ଲଗାତାର ଦ୍ୱିତୀୟ ଥର ପାଇଁ ୧୦୦୧ ପ୍ଲସ୍ କାଟେଗୋରୀରେ ନିଜ ସ୍ଥାନ ହାସଲ କରିବାରେ ସଫଳତା ହାସଲ କରିଛି ।

ଉଚ୍ଚଶିକ୍ଷା କ୍ଷେତ୍ରରେ ୫ଟି ବିସ୍ତୃତ ଦିଗକୁ ନେଇ ଏହି ରାଙ୍କିଙ୍ଗ ପ୍ରସ୍ତୁତ କରାଯାଇଥିଲା । ଏହି ଦିଗଗୁଡ଼ିକ ହେଉଛି ଶିକ୍ଷା ପ୍ରଦାନ (ଶୈକ୍ଷିକ ବାତାବରଣ), ଗବେଷଣା (ଆୟତନ, ଆୟ ଏବଂ ପ୍ରତିଷ୍ଠା), ସନ୍ଦର୍ଭ (ଗବେଷଣା ପ୍ରଭାବ), ଶିଳ୍ପ ଆୟ (ଜ୍ଞାନ ସ୍ଥାନାନ୍ତରଣ) ଏବଂ ଅନ୍ତର୍ଜାତିକ ଦୃଷ୍ଟିକୋଣ (ଅନ୍ତର୍ଜାତିକ କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ଗବେଷଣା ସହଭାଗିତା) । ୨୦୨୦ ମସିହାରେ ମଧ୍ୟ ସୋଆ ଦି ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗରେ ୧୦୦୧ ପ୍ଲସ କାଟେଗୋରୀରେ ସ୍ଥାନ ପାଇଥିଲା ।

ସୋଆ ଅଧୀନରେ ୯ଟି ଶିକ୍ଷାନୁଷ୍ଠାନ ପରିଚାଳିତ ହେଉଥିବା ବେଳେ ଚଳିତବର୍ଷ ୨୦୨୦ ନିମସ୍ତେ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ୍ ରାଙ୍କିଙ୍ଗ ଫ୍ରେମ୍ ୱାର୍କ (ଏନଆଇଆରଏଫ) ରାଙ୍କିଙ୍ଗରେ ବିଶ୍ୱବିଦ୍ୟାଳୟ କାଟେଗୋରୀରେ ୨୦ତମ ସ୍ଥାନ ହାସଲ କରିଛି ସୋଆ ।

ସେହିପରି ସୋଆର ଫ୍ୟାକଲ୍ଟି ଅଫ ମେଡିକାଲ୍ ସାଇନସେସ୍, ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ, ଦେଶରେ ୨୩ତମ ସ୍ଥାନ ହାସଲ କରିଥିବା ବେଳେ ବିଶ୍ୱବିଦ୍ୟାଳୟ ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲେଜି, ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଡୁକେସନ୍ ଆଣ୍ଡ ରିସର୍ଚ୍ଚ, ୩୪ତମ ସ୍ଥାନ ହାସଲ କରିଛି ।

ସେହିପରି ପ୍ରଥମ ଥର ନିମନ୍ତେ ଏନଆଇଆରଏଫ ରାଙ୍କିଙ୍ଗରେ ସାମିଲ ହୋଇଥିବା ସୋଆର ଫ୍ୟାକଲ୍ଟି ଅଫ ଡେଣ୍ଟାଲ ସାଇନସେସ୍, ଇନଷ୍ଟିଚ୍ୟୁଟ୍ ଅଫ ଡେଣ୍ଟାଲ ସାଇନସେସ୍, ଦେଶରେ ୧୨ତମ ସ୍ଥାନ ହାସଲ କରିଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020