ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ବଗଲା ବଞ୍ଚାଇବାକୁ ଡିଜିଟାଲ ଅଭିଯାନ

ପୁରୀ ସ୍ଥିତ ବଗଲା ଧର୍ମଶାଳାର ସୁରକ୍ଷା ପାଇଁ ବିଜେପି ପକ୍ଷରୁ ଅନଲାଇନ୍ ପିଟିସନ ତଥା ଡିଜିଟାଲ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି । ଏହି ଅନଲାଇନ ପିଟିସନକୁ ରାଜ୍ୟ ସଭାପତି ସମୀର ମହାନ୍ତି ବଗଳା ଧର୍ମଶାଳା ସମ୍ମୁଖରେ ଉନ୍ମୋଚନ କରିଛନ୍ତି । ଏହି ଅଭିଯାନରେ ବିଶ୍ୱରେ ଥିବା କୋଟି କୋଟି ଜଗନ୍ନାଥପ୍ରେମୀ ସୋସିଆଲ ମିଡିଆ ମାଧ୍ୟମରେ ନିଜର ଡିଜିଟାଲ ଦସ୍ତଖତ କରି ‘ବଗଲା ବଂଚାଓ ଆନ୍ଦୋଳନ’କୁ ସମର୍ଥନ କରିବା ପାଇଁ ଶ୍ରୀ ମହାନ୍ତି ଆହ୍ୱାନ ଦେଇଛନ୍ତି ।

୧୯୦୫ ମସିହାରେ ଗରିବ ଲୋକ ଏବଂ ତାର୍ଥଯାତ୍ରୀଙ୍କ ପାଇଁ ପୁରୀରେ ବଗଲା ଧର୍ମଶାଳା ନିର୍ମାଣ ହୋଇଥିଲା । କହ୍ନେଇ ଲାଲ ବଗଲା ଏହାକୁ ଦାନରେ ଦେଇଥିଲେ । ଏହି ଧର୍ମଶାଳାରେ ତୀର୍ଥଯାତ୍ରୀମାନେ ଅତି କମ୍ ଖର୍ଚ୍ଚର୍ରେ ରହଣୀ କରନ୍ତି । ପୁରୀ ବାସୀ ବିବାହ, ବ୍ରତ, ଶୁଦ୍ଧକ୍ରିୟା ଆଦି କାର୍ଯ୍ୟକ୍ରମ ଏହି ଧର୍ମଶାଳାରେ କରୁଥିଲେ । କିନ୍ତୁ ଏତେ ବଡ ଐତିହାସିକ ସ୍ଥାନକୁ ରାଜ୍ୟସରକାର ମାଟିରେ ମିଶାଇବା ପାଇଁ ଯେଉଁ ପ୍ରୟାସ କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର କହିଛନ୍ତି ।

ବଗଲା ଧର୍ମଶାଳାର ୨ଟି ପକ୍ଷ ରହିଛି । ଗୋଟିଏ ଆଇନଗତ ଏବଂ ଆଉ ଗୋଟିଏ ଜନଭାବନାର ପକ୍ଷ । ଜଗନ୍ନାଥ ସଂସ୍କୃତିର ଅଭିନ୍ନ ଅଙ୍ଗ ହେଉଛି ବଗଲା ଧର୍ମଶାଳା । ବେଆଇନ ଭାବେ ବଗଲା ଧର୍ମଶାଳାକୁ ପ୍ଲଟିଂ କରି ବିକ୍ରି କରିବା ବିରୁଦ୍ଧରେ ଏବଂ ଜଗନ୍ନାଥ ବିଶ୍ରାମସ୍ଥଳୀକୁ ନିର୍ମାଣ କରିବା ଦାବୀ ନେଇ ଅନଲାଇନ ପିଟିସନରେ ପୂରା ବିଶ୍ୱରେ ଓଡିଆ ଭାଇ ଭଉଣୀ ଏବଂ ଜଗନ୍ନାଥ ପ୍ରେମୀମାନେ ସାମିଲ ହେବା ପାଇଁ ଶ୍ରୀ ପାତ୍ର ଆହ୍ୱାନ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନାରେ ଆଇଟିଡିସି ତରଫରୁ ଟେଣ୍ଡର ଆହ୍ୱାନ କରାଯାଇ ପୁରୀ ବଗଲା ଧର୍ମଶାଳା ଜମି ଉପରେ ଜଗନ୍ନାଥ ବିଶ୍ରାମସ୍ଥଳୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ନିର୍ମାଣ କାର୍ଯ୍ୟ ପାଇଁ ରାଜ୍ୟ ସରକାର, ମନ୍ଦିର ପ୍ରଶାସନ, ପୁରୀ-କୋଣାର୍କ ବିକାଶ ପରିଷଦ, ଅଗ୍ନିଶମ ବିଭାଗ ପକ୍ଷରୁ ଅନୁମତି ନିଯାଇଥିଲା । ମନ୍ଦିର ପ୍ରଶାସନ ଏନ.ଓ.ସି ଦେବା ସମୟରେ ଦର୍ଶାଇଥିଲା କି, ଜଗନ୍ନାଥ ବିଶ୍ରାମସ୍ଥଳୀ ଜମି ଯେଉଁଠି ହେଉଛି ତାହା ଜଗନ୍ନାଥଙ୍କ ଜମି । ୫୦ କୋଟି ଟଙ୍କା ବ୍ୟୟ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଏହି ନିର୍ମାଣ କାର୍ଯ୍ୟ ପାଇଁ ୩.୨୬ କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହୋଇସାରିଥିଲା । ମାତ୍ର ପ୍ରପର୍ଟି ଡିଲର ସାଜିଥିବା ରାଜ୍ୟ ସରକାର ହୀନ ଚକ୍ରାନ୍ତ କରି ଉକ୍ତ ଜମିକୁ ପ୍ଲଟିଂ କରି ବିକିବା ଆରମ୍ଭ କରିଦେଲେ । ବଗଲା ଧର୍ମଶାଳାକୁ ପ୍ଲଟିଂ କରି ବିକ୍ରି କରିବା ପାଇଁ ଜିଲ୍ଲା ପ୍ରଶାସନ ମନ୍ଦିର ପ୍ରଶାସନ ଠାରୁ ଏନ.ଓ.ସି ଆଣିଛି କି ବୋଲି ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି ।

ପ୍ରଥମେ ବଗଲା ଧର୍ମଶାଳା ଜମିକୁ ନିର୍ମାଣ କାର୍ଯ୍ୟ ପାଇଁ ଆଇଟିଡିସିକୁ ହସ୍ତାନ୍ତର କରିବା, ପ୍ରକଳ୍ପ ଖର୍ଚ୍ଚ ପରିମାଣ ୫୦ କୋଟିରୁ ୭୮ କୋଟି ଟଙ୍କା ବୃଦ୍ଧି କରିବା, ୩.୨୬ କୋଟି ଟଙ୍କା ଖର୍ଚ୍ଚ ହୋଇ ପ୍ଲିଂତ୍ ଲେବଲ୍ କାର୍ଯ୍ୟ ସମାପ୍ତ ହୋଇଥିବାବେଳେ ହଠାତ୍ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବାର ନିର୍ଦ୍ଦେଶ, ବଗଲା ଧର୍ମଶାଳା ଜମିକୁ ପ୍ଲଟିଂ କରି ବିକ୍ରି କରିବା, ଜଗନ୍ନାଥ ବିଶ୍ରାମସ୍ଥଳୀକୁ ଅନ୍ୟତ୍ର ସ୍ଥାନାନ୍ତର କରିବାର ନିଷ୍ପତି ରାଜ୍ୟ ସରକାର କାହିଁକି ଏବଂ କାହା ସ୍ୱାର୍ଥରେ ନେଇଛନ୍ତି ବୋଲି ଡ.ପାତ୍ର ପ୍ରଶ୍ନ କରିଛନ୍ତି ।

ରାଜ୍ୟ ସରକାର ବଗଲା ଧର୍ମଶାଳାରେ ହେଉଥିବା ପ୍ଲଟିଂ କାର୍ଯ୍ୟକୁ ତୁରନ୍ତ ବନ୍ଦ କରନ୍ତୁ । ଏହା ସହ କେନ୍ଦ୍ରସରକାରଙ୍କ ପ୍ରସାଦ ଯୋଜନା ଅନୁଯାୟୀ ତୀର୍ଥଯାତ୍ରୀଙ୍କ ରହିବା ପାଇଁ ଆରମ୍ଭ ହୋଇଥିବା ଜଗନ୍ନାଥ ବିଶ୍ରାମସ୍ଥଳୀ ନିର୍ମାଣ କାର୍ଯ୍ୟକୁ ଗତିଶୀଳ କରାଇ ତୀର୍ଥଯାତ୍ରୀଙ୍କ ପାଇଁ ଏକ ଭବ୍ୟ ଧର୍ମଶାଳା ନିର୍ମାଣ କରାଯାଉ ବୋଲି ଶ୍ରୀ ପାତ୍ର ଦାବୀ କରିଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020