ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ତାଳଗୁଡ଼ ଶିଳ୍ପରେ ଅନେକ ସୁଯୋଗ


ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ, ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ରାଜ୍ୟ ତାଳଗୁଡ଼ ଶିଳ୍ପକୁ ନେଇ ଅନେକ ସୁଯୋଗ ରହିଛି ବୋଲି କହିଛନ୍ତି । ବୁଧବାର ମନ୍ତ୍ରୀ ପୋଖରୀପୁଟସ୍ଥିତ ତାଳଗୁଡ଼ ସମବାୟ ସଂଘ ଲିଃ କାର୍ଯ୍ୟାଳୟ ପରିଦର୍ଶନରେ ଯାଇଥିଲେ ।

ତାଳଶିଳ୍ପଭିତ୍ତିକ ଧନ୍ଦା ମାଧ୍ୟମରେ ବିଭିନ୍ନ ଯୋଜନାରେ କାରିଗରମାନଙ୍କୁ ଆବଶ୍ୟକୀୟ କଞ୍ଚାମାଲ, ଉନ୍ନତ ମାନର ଉପକରଣ ଯୋଗାଇବା ସହିତ ସେମାନଙ୍କୁ ଉନ୍ନତ ଜ୍ଞାନକୌଶଳର ତାଲିମ ପ୍ରଦାନ କରି ଅତ୍ମନିଯୁକ୍ତି ଯୋଗାଇବା ଏବଂ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ବିପଣନ ଦାୟିତ୍ୱ ବହନ କରିଆସୁଥିବା ସମ୍ବନ୍ଧରେ ଅବଗତ ହୋଇଥିଲେ । ବର୍ତ୍ତମାନ ରାଜ୍ୟର ୧୫ଟି ଜିଲ୍ଲାରେ ମୋଟ ୬୭ଟି ପ୍ରାଥମିକ ତାଳଗୁଡ଼ ସମିତି ସଂଘରେ ସହବନ୍ଧିତ ।

ଶିଳ୍ପ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ସଂଘର ବିକ୍ରି କେନ୍ଦ୍ର ଓ ଉତ୍ପାଦମାନ ବୁଲି ଦେଖିଥିଲେ । ରାଜ୍ୟର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଏବଂ ମହିଳା କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ତାଳପତ୍ର ହସ୍ତଶିଳ୍ପ ସାମଗ୍ରୀ ସହତି ତାଳତନ୍ତୁରୁ ଉତ୍ପାଦିତ ବିଭିନ୍ନ ପ୍ରକାରର ବ୍ରସ ବିଶେଷ କରି ଗଜପତି ଜିଲ୍ଲାର ଆଦିବାସୀମାନଙ୍କ ଦ୍ୱାରା ପ୍ରସ୍ତୁତ ଖଜୁରୀ ଗୁଡ଼ ଓ ତାଳମିଶ୍ରିର ଭୂୟସୀ ପ୍ରଶଂସା କରିଥିଲେ ।

ତାଳପତ୍ରରେ ପ୍ରସ୍ତୁତ ହସ୍ତଶିଳ୍ପ ସାମଗ୍ରୀର ଅନ୍ତର୍ଦ୍ଦେଶୀୟ ବଜାରରେ ବ୍ୟାପକ ଚାହିଦା ଥିବାରୁ ବଜାର ନିରୁପଣ ସହ ଘରୋଇ ବଜାରରେ ଏହାର ବ୍ୟବସାୟ ବୃଦ୍ଧି ଏବଂ ରପ୍ତାନୀ ବଜାର ଓ ଇ-ବଜାରରେ ପ୍ରବେଶ ପାଇଁ ବ୍ୟବସ୍ଥା କରି କାରିଗରମାନେ ଯେପରି ଅଧିକ ରୋଜଗାରକ୍ଷମ ହୋଇପାରିବେ, ସେଥିପାଇଁ ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଥିଲେ ।

ଉଦ୍ୟୋଗପୁରୀଠାରେ ସଂଘର ନିର୍ମାଣାଧୀନ ‘ତାଳଗୁଡ଼ ଭବନ’ ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିବା ସହତି ଯଥାଶୀଘ୍ର ନିର୍ମାଣ କାର୍ଯ୍ୟ ସଂପନ୍ନ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହି ଅବସରରେ ସଂଘର କର୍ମକର୍ତ୍ତା ଓ ପରିଚାଳନା ନିର୍ଦ୍ଦେଶକ ଇଂ ଚିଦାନନ୍ଦ ମିଶ୍ର ମନ୍ତ୍ରୀଙ୍କୁ ସମସ୍ତ ବିଷୟ ଅବଗତ କରାଇବା ସହ କାର୍ଯ୍ୟାଳୟ ବୁଲାଇ ଦେଖାଇଥିଲେ । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020