ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ବାଲି ମାଫିଆଙ୍କ ଶିକାର ତହସିଲଦାର

ଚୋରା ବାଲି ଚାଲାଣ କରୁଥିବା ବାଲି ମାଫିଆଙ୍କ ବୋଲ ନ ମାନି ରାଜକୋଷର ସ୍ୱାର୍ଥ ପାଇଁ ବାଲିଘାଟ ଲିଜ୍‍ ଦେଇଥିବା ଜଣେ ଓଏଏସ ଅଫିସର କିଭଳି ପ୍ରଶସାନିକ ରୋଷର ଶିକାର ହୋଇପାରନ୍ତି ତାହାର ଉଦାହରଣ ହେଉଛନ୍ତି ଆସିକାର ପୂର୍ବତନ ତହସିଲଦାର କେଳୁଚରଣ ରଣସିଂହ ।

ଅବସର ଗ୍ରହଣର ୬ ବର୍ଷ ବିତି ଯାଇଥିଲେ ବି ତାଙ୍କୁ ଏଯାବତ ସ୍ୟାଟ୍‍, ହାଇକୋର୍ଟ ଓ ସୁପ୍ରିମ୍‍କୋର୍ଟଙ୍କ ନିର୍ଦ୍ଦେଶ ସତ୍ତେ୍ୱ ବି ପ୍ରଶାସନ କଳ ନ୍ୟାୟ ଦେଇପାରିନାହିଁ । ଏବେ ପୁଣି ଏ ପ୍ରସଙ୍ଗ ଏହି ଅବସରପ୍ରାପ୍ତ ଅଧିକାରୀ ହାଇକୋର୍ଟରେ ଆଉଥରେ ଉଠାଇଛନ୍ତି ।

ମାମଲାର ବିବରଣୀରୁ ପ୍ରକାଶ ଯେ ଭାରତୀୟ ବାୟୁସେନାରୁ ଅବସର ନେବା ପରେ ଶ୍ରୀ ରଣସିଂହ ଓଏଏସ୍‍ ଚାକିରିରେ ଯୋଗଦେଇ ଆସିକାର ତହସିଲଦାର ଭାବେ ୨୦୦୯ ମସିହାରେ ନିଯୁକ୍ତି ପାଇଥିଲେ । ସେତେବେଳକୁ ଏହି ତହସିଲ ଅନ୍ତର୍ଗତ କେତେକ ବାଲିଘାଟ/ସୈରାତରୁ ବାଲି ମାଫିଆମାନେ ବେଆଇନ୍‍ ବାଲି ଚାଲାଣ କରୁଥିଲେ । ଏହା ଯେପରି ଲିଜ୍‍ ଦିଆନଯିବ ସେ ଦିଗରେ ମଧ୍ୟ ଏହି ମାଫିଆମାନେ ସକ୍ରିୟ ଥିଲେ ।

ତେବେ ଏ ପ୍ରସଙ୍ଗରେ ବୋର୍ଡ ଅଫ୍‍ ରେଭେନ୍ୟୁଙ୍କ ନିର୍ଦ୍ଦେଶ କ୍ରମେ ଆଇନାନୁଯାୟୀ ଶ୍ରୀ ରଣସିଂହ ଏହି ବାଲିଘାଟ ଲିଜ୍‍ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ । ଉପଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଏହି ବାଲିଘାଟ ଲିଜ୍‍ ଦିଆଯାଇଥିଲା । ତେବେ ଏଥିରେ ବାଲି ମାଫିଆ ଗୋଷ୍ଠୀ ଉତ୍‍କ୍ଷୀପ୍ତ ହୋଇ ବିଭିନ୍ନ ସ୍ତରରୁ ଚାପ ପ୍ରୟୋଗ କରି ଶ୍ରୀ ରଣସିଂହଙ୍କୁ ଆସିକା ତହସିଲଦାର ପଦବୀରୁ ହଟାଇବା ପାଇଁ ଉଦ୍ୟମ କରିଥିଲେ ଓ ଶେଷରେ ରାଜ୍ୟ ସରକାର ସମ୍ପୃକ୍ତ ତହସିଲଦାରଙ୍କୁ ବର୍ଷାଧିକ କାଳ ନିଲମ୍ବନ କରି ରଖିଥିଲେ । ପରେ ତାଙ୍କ ବିରୋଧରେ ଶୃଙ୍ଖଳଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଦଣ୍ଡବିଧାନ ହୋଇଥିଲା ।

ଦଣ୍ଡାଦେଶ, ନିଲମ୍ବନ ଓ ପଦୋନ୍ନତିରୁ ବଞ୍ଚିତ ହୋଇଥିବା ଘଟଣାରେ ସେ ସ୍ୟାଟ୍‍ରେ ଏକ ମାମଲା ରୁଜୁ କରିଥିଲେ । ୨୦୧୬ ମସିହାରେ ସ୍ୟାଟ୍‍ର ଏକ ଖଣ୍ଡପୀଠ ଦଣ୍ଡାଦେଶକୁ ନାକଚ କରିଦେବା ସହ ନିଲମ୍ବନ ସମୟକୁ କାର୍ଯ୍ୟ ଦିବସ ଭାବେ ଗ୍ରହଣ କରି ତାଙ୍କୁ ସମସ୍ତ ସୁବିଧା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାଛଡ଼ା ଶ୍ରୀ ରଣସିଂହଙ୍କର କନିଷ୍ଠ ବ୍ୟକ୍ତି କ୍ୟାଡର୍‍ରେ ଯେବେଠାରୁ ପଦୋନ୍ନତି ପାଇଛନ୍ତି ସେବେଠାରୁ ତାଙ୍କୁ ପଦୋନ୍ନତି ସହ ଅନ୍ୟ ଆନୁଷଙ୍ଗିକ ସୁବିଧା ପ୍ରଦାନ କରିବାକୁ ସ୍ୟାଟ୍‍ ନିର୍ଦ୍ଦେଶ ଦେଇଥିଲେ ।

ସ୍ୟାଟ୍‍ର ପୂର୍ବତନ ସରକାରୀ ଓକିଲ ପ୍ରହଲାଦ କୁମାର ସିଂହ ଓ ଅନ୍ୟତମ ଆଇନ୍‍ଜୀବି ଅମୀୟ କୁମାର ଛାଟୋଇ ଶ୍ରୀ ରଣସିଂହଙ୍କ ପକ୍ଷରୁ ସେତେବେଳେ ମାମଲା ଲଢ଼ୁଥିଲେ । ଏହା ବିରୁଦ୍ଧରେ ସରକାର ହାଇକୋର୍ଟରେ ଏକ ରିଟ୍‍ ଆବେଦନ କରି ହାରିବା ପରେ ପୁଣି ସୁପ୍ରିମ୍‍କୋର୍ଟକୁ ଯାଇଥିଲେ । ସୁପ୍ରିମ୍‍କୋର୍ଟ ସ୍ୟାଟ୍‍ ଓ ହାଇକୋର୍ଟଙ୍କ ରାୟକୁ କାଏମ୍‍ ରଖି ସରକାରଙ୍କ ଏସ୍‍ଏଲ୍‍ପିକୁ ନାକଚ କରିଦେଇଥିଲେ ।

ଇତିମଧ୍ୟରେ ଶ୍ରୀ ରଣସିଂହ ଚାକିରିରୁ ଅବସର ଗ୍ରହଣ କରିବାର ୫ ବର୍ଷ ସମୟ ବିତିଗଲାଣି । କିନ୍ତୁ ଏଯାବତ ସରକାର ବିଚାର ବିଭାଗୀୟ ନିର୍ଦ୍ଦେଶ ପାଳନ କରିନଥିବାରୁ ଶ୍ରୀ ରଣସିଂହ ତାଙ୍କ ପୂର୍ଣ୍ଣ ପ୍ରାପ୍ୟ ପାଇପାରିନାହାନ୍ତି । ସଚ୍ଚୋଟ ଭାବେ ରାଜ୍ୟ ସ୍ୱାର୍ଥ ପାଇଁ ଉଚ୍ଚ ପଦାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟ କରି ବାଲି ମାଫିଆଙ୍କ ଚକ୍ରାନ୍ତର ସେ ଶିକାର ହୋଇଛନ୍ତି ଏବଂ ସେଥିଲାଗି ସୁପ୍ରିମ୍‍କୋର୍ଟରେ ସରକାରଙ୍କ ମାମଲା ଖାରଜ ହେବାର ଦୀର୍ଘଦିନ ପରେ ବି ତାଙ୍କୁ ହକ୍‍ ମିଳୁନାହିଁ ବୋଲି ଶ୍ରୀ ରଣସିଂହ କ୍ଷୋଭର ସହ କହିଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020