ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ସମସ୍ତ ନିର୍ମାଣ ଶ୍ରମିକ ପଞ୍ଜିକୃତ ହେବେ

ଗାଁ ଗହଳରେ ରହୁଥିବା ନିର୍ମାଣ ଶ୍ରମିକମାନେ ଯେଭଳି ସୁବିଧାରେ ନିଜକୁ ପଞ୍ଜିକୃତ କରିପାରିବେ ସେଥିପାଇଁ ବ୍ଲକ୍‍ ସ୍ତରରେ ପଞ୍ଜିକରଣ ବ୍ୟବସ୍ଥାକୁ ସକ୍ରିୟ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଥିବା ଜଣାଯାଇଛି ।

କୋଭିଡ୍‍ ମହାମାରୀ ପରିପ୍ରେକ୍ଷୀରେ ବହୁ ସଂଖ୍ୟାରେ ଶ୍ରମିକମାନେ ଅନ୍ୟାନ୍ୟ ରାଜ୍ୟରୁ ଏଠାକୁ ପଳାଇ ଆସିଛନ୍ତି । ଏମାନେ ନିଜକୁ ପଞ୍ଜିକୃତ କରିବା ପାଇଁ ଜିଲ୍ଲାସ୍ତରୀୟ ଦପ୍ତରକୁ ଧାଁ ଧପଡ଼ କରୁଛନ୍ତି । ଏହାଦ୍ୱାରା ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ସେଥିପାଇଁ ରାଜ୍ୟ ସରକାର ଏହି ବ୍ୟବସ୍ଥାର ସରଳୀକରଣ କରିବା ପାଇଁ ପଦକ୍ଷେପ ନେଉଥିବା ଜଣାଯାଏ । ରାଜ୍ୟରେ ଗ୍ରାମାଞ୍ଚଳ ଶ୍ରମ ନିରୀକ୍ଷକ ଅଧିକ ସଂଖ୍ୟାରେ ନ ଥିବା ଯୋଗୁ ଏହି ପଞ୍ଜିକରଣରେ ଅସୁବିଧା ସୃଷ୍ଟି କରୁଛି । ରାଜ୍ୟରେ ମୋଟ୍‍ ୪୬ ଜଣ ଗ୍ରାମାଞ୍ଚଳ ଶ୍ରମ ନିରୀକ୍ଷକ ଅଛନ୍ତି ।

ନିର୍ମାଣ ଶ୍ରମିକ ଦକ୍ଷତା ଯୋଜନାରେ ପ୍ରାୟ ୧ଲକ୍ଷ ୫୩ ହଜାର ନିର୍ମାଣ ଶ୍ରମିକ ନିଜକୁ ପଞ୍ଜିକୃତ କରିଥିବା ବେଳେ ଆହୁରି ଅନୁରୂପ ସଂଖ୍ୟକ ଶ୍ରମିକ ପଞ୍ଜିକରଣ ପାଇଁ ଆଗ୍ରହୀ ଥିବା ଜଣାଯାଏ । ସେହି ଦୃଷ୍ଟିରୁ ବିଡ଼ିଓମାନଙ୍କୁ ପଞ୍ଜିକରଣର କ୍ଷମତା ଦେବା ପାଇଁ ବ୍ୟବସ୍ଥା ହେଉଥିବା ଜଣାଯାଇଛି । ତେଣୁ ଏହି ୪୬ ଜଣ ଶ୍ରମ ନିରୀକ୍ଷକଙ୍କର ଯେଭଳି ପଞ୍ଜିକରଣ କ୍ଷମତା ରହିଛି ଅନୁରୂପ କ୍ଷମତା ବିଡ଼ିଓମାନଙ୍କୁ ଦେବା ସକାଶେ ବରିଷ୍ଠ ଅଧିକାରୀମାନେ ମତପ୍ରକାଶ କରିଛନ୍ତି ।

ରାଜ୍ୟ ଶ୍ରମ ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ୍‍ ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିବା ସଙ୍ଗେ ସଙ୍ଗେ ପଞ୍ଚାୟତିରାଜ ବିଭାଗ ସହିତ ମଧ୍ୟ ଯୋଗାଯୋଗ ସ୍ଥାପନ କରିଛନ୍ତି । ସେମାନଙ୍କର ପଞ୍ଜିକରଣ ବ୍ୟବସ୍ଥାକୁ ସରଳୀକରଣ କରିବା ସଙ୍ଗେ ସଙ୍ଗେ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଏହି ବିଭାଗ ପକ୍ଷରୁ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଜ୍ଞାନ ବିଭାଗ ସହିତ ମଧ୍ୟ ଯୋଗସୂତ୍ର ସ୍ଥାପନ କରାଯାଇଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ କେଉଁ ଜିଲ୍ଲାରେ କେଉଁ ଧରଣର ଶ୍ରମିକମାନଙ୍କର କିଭଳି ଦକ୍ଷତା ରହିଛି ତାହାର ଆକଳନ କରିବା ପାଇଁ ଦକ୍ଷତା ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାଦ୍ୱାରା ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ନେବାକୁ କର୍ତ୍ତୃପକ୍ଷଙ୍କ ପକ୍ଷରେ ସହଜସାଧ୍ୟ ହେବ ।

କୋଭିଡ୍‍ ପରିପ୍ରେକ୍ଷୀରେ ଅନ୍ୟାନ୍ୟ ରାଜ୍ୟରୁ ପଳାଇ ଆସିଥିବା ଶ୍ରମିକମାନଙ୍କୁ ଯେଭଳି ପଞ୍ଜିକରଣ ଓ ଦକ୍ଷତା ବିକାଶ ଅଗ୍ରାଧିକାର ଭିତ୍ତିରେ କରିହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱାରୋପ କରିଥିବା ବେଳେ ଏବେ ବିଭିନ୍ନ ବିଭାଗ ଦ୍ୱାରା ଏକ ସମନ୍ୱିତ ପ୍ରୟାସ ଆରମ୍ଭ ହୋଇଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020