ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ପୋଖରୀ ଖନନରେ ବ୍ୟୟ ହେବ୧୦୩୮ କୋଟି

୨୦୨୦-୨୧ ବର୍ଷରେ ୧,୦୩,୭୭୦ଟି କ୍ଷେତ ପୋଖରୀ ଖନନର ଲକ୍ଷ୍ୟ ରଖାଯାଇଥିବାବେଳେ ୧୦୩୮ କୋଟି ଟଙ୍କା ବ୍ୟୟ କରାଯାଇ ୪.୫୧ କୋଟି ମାନବଦିବସ ସୃଷ୍ଟି କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କୃଷି କ୍ୟାବିନେଟ୍‍ରେ ଆଜି ଏହି ନିଷ୍ପତ୍ତି ହୋଇଛି । 

କୃଷି ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ କ୍ୟାବିନେଟ୍‍ ନିଷ୍ପତ୍ତି ସଂକ୍ରାନ୍ତରେ ସୂଚନା ଦେଇ କହିଛନ୍ତି ଯେ ୨୦୧୯-୨୦ ବର୍ଷରୁ ୨୦୨୩-୨୪ ମସିହା ୫ ବର୍ଷ ମଧ୍ୟରେ ୫ ଲକ୍ଷ କ୍ଷେତ ପୋଖରୀ ଖନନ ପାଇଁ ଲକ୍ଷ୍ୟ ରଖାଯାଇଛି । ୨୦୧୯-୨୦ରେ ୮,୯୦୦ଟି କ୍ଷେତ ପୋଖରୀ କାର୍ଯ୍ୟ ଶେଷ ହୋଇଛି । ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୧୦୭ କୋଟି ଟଙ୍କା ବ୍ୟୟ କରାଯାଇ ୩୬ ଲକ୍ଷ ମାନବଦିବସ ସୃଷ୍ଟି କରାଯାଇଛି । 

ରାଜ୍ୟରେ ୨୧ ଲକ୍ଷ କୃଷକଙ୍କୁ ବିଭିନ୍ନ ଆର୍ଥିକ ଅନୁଷ୍ଠାନ ମାଧ୍ୟମରେ ୯୯୬୪.୪୭ କୋଟି ଟଙ୍କାର ଫସଲ ଋଣ ପ୍ରଦାନ କରାଯାଇଛି । ଏଥି ସହିତ ୧୪.୦୮ ଲକ୍ଷ କୃଷକଙ୍କୁ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ।

କୋଭିଡ୍‌-୧୯ ସ୍ଥିତିରେ ଜୀବିକା ନିର୍ବାହ ଦିଗରେ ନିଆଯାଇଥିବା ପଦକ୍ଷେପ ସ୍ୱରୂପ କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପକ୍ଷରୁ ୩୭୩.୯୫୮ କୋଟି ଟଙ୍କା ବ୍ୟୟ କରାଯିବ ଓ ଏଥିରେ ୨୪,୯୯,୮୫୦ ଜଣ କୃଷକ ଉପକୃତ ହେବେ । ଅଦ୍ୟାବଧି ଏହି ଯୋଜନାରେ ମୋଟ ୮,୧୫,୭୯୩ ଜଣ କୃଷକ ଉପକୃତ ହୋଇଛନ୍ତି ।

‘ବଳରାମ’ ଯୋଜନାରେ ଆଗାମୀ ୩ ବର୍ଷ ମଧ୍ୟରେ ‘ଆତ୍ମା’ (କୃଷି ବୈଷୟିକ ପରିଚାଳନା ସଂସ୍ଥା) ମାଧ୍ୟମରେ ୧ ଲକ୍ଷ ଯୁଗ୍ମଦେୟ ଗୋଷ୍ଠୀ ଗଠନ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ସେଥି ମଧ୍ୟରୁ ଅନ୍ତତଃ ପକ୍ଷେ ୫ ଲକ୍ଷ ଭାଗଚାଷୀଙ୍କୁ ସାମିଲ କରାଯିବ ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020