ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଐତିହ୍ୟ ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ

ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ସୁପରିଚାଳନା ତଥା ପ୍ରାଚୀନ ମନ୍ଦିର ସ୍ତୁପ, ସ୍ଥାପତ୍ୟ ଓ ଅନ୍ୟାନ୍ୟ ପ୍ରାଚୀନ କୀର୍ତ୍ତି ସଂପଦଗୁଡ଼ିକ ପରି ପ୍ରତ୍ନତାତ୍ତ୍ୱିକ ଐତିହ୍ୟର ସଂରକ୍ଷଣ ନିମନ୍ତେ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ପଦବୀ ସୃଷ୍ଟି କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ ଐତିହ୍ୟ କ୍ୟାବିନେଟ୍‍ରେ ଆଜି ଏହି ନିଷ୍ପତ୍ତି ହୋଇଛି । 

ଓଡ଼ିଶା ସରକାର ୨୦୦୮ ମସିହାରେ ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ସଂଗୀତର ମାନ୍ୟତା ପ୍ରଦାନ କରିଛନ୍ତି । ଏହି ସଂଗୀତ ଭାରତର ଅନ୍ୟ ଶାସ୍ତ୍ରୀୟ ସଂଗୀତଗୁଡ଼ିକ ମଧ୍ୟରେ ସ୍ୱତନ୍ତ୍ର । ତେଣୁ ଓଡ଼ିଶୀ ନୃତ୍ୟ ପରି ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବା ପାଇଁ ଭାରତ ସରକାରଙ୍କୁ ଅନୁରୋଧ କରାଯିବା ନେଇ ନିଷ୍ପତ୍ତି ହୋଇଛିା ୧୯୬୪ ମସିହାରୁ ଭାରତ ସରକାର ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିସାରିଛନ୍ତି । 

ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଅଧୀନରେ ୧୫ ଗୋଟି ଗୁରୁତ୍ୱପୂର୍ଣ୍ଣ ଉପବିଭାଗ ସମେତ ରାଜ୍ୟର ସମସ୍ତ ଜିଲ୍ଲା ସଂଗ୍ରହାଳୟଗୁଡ଼ିକ ପରିଚାଳିତ ହେଉଅଛି । ଏତଦ୍‌ବ୍ୟତୀତ କଟକସ୍ଥିତ ଆନନ୍ଦଭବନ ସଂଗ୍ରହାଳୟ ଓ କେନ୍ଦୁବିଲ୍ୱସ୍ଥିତ ଜୟଦେବ ସଂଗ୍ରହାଳୟ ରାଜ୍ୟ ସଂଗ୍ରହାଳୟର ପରିଚାଳନା ଅନ୍ତର୍ଭୁକ୍ତ । ତେଣୁ ରାଜ୍ୟ ସଂଗ୍ରହାଳୟର ସୁପରିଚାଳନା ପାଇଁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ପଦବୀ ସୃଷ୍ଟି ନିମନ୍ତେ ପ୍ରସ୍ତାବ ଅନୁମୋଦିତ ହୋଇଛି ।

ଓଡ଼ିଶା ରାଜ୍ୟ ସଂଗ୍ରହାଳୟକୁ ଡିଜିଟାଇଜେସନ୍‌ ସହିତ ଭର୍ଚୁଆଲ୍‌ କରାଯିବା ସଙ୍ଗେ ସଙ୍ଗେ ଅନୁରୂପ ଢାଞ୍ଚାରେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତି ବିଜଡ଼ିତ ଆନନ୍ଦଭବନ ସଂଗ୍ରହାଳୟକୁ ମଧ୍ୟ ଭର୍ଚୁଆଲ କରାଯିବା ନିମନ୍ତେ ପ୍ରସ୍ତାବ ଅନୁମୋଦନ କରାଯାଇଛି ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ଥ ଏକାଡେମୀଗୁଡ଼ିକ ପକ୍ଷରୁ ପ୍ରଦାନ କରାଯାଉଥିବା ପୁରସ୍କାରଗୁଡ଼ିକର ଅର୍ଥରାଶି ବୃଦ୍ଧି ନିମନ୍ତେ ପ୍ରସ୍ତାବ ଅନୁମୋଦନ କରାଯାଇଛି । ପୁରସ୍କୃତ ବ୍ୟକ୍ତିବିଶେଷଙ୍କ ଗୁରୁତ୍ୱକୁ ଉପଲବ୍ଧି କରି ‘ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ’, ‘କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’, ‘ଧର୍ମପଦ ସମ୍ମାନ’ ଏବଂ ‘ବ୍ୟାସକବି ଫକୀର ମୋହନ ଓଡ଼ିଆ ଭାଷା ସମ୍ମାନ’ର ପୁରସ୍କାର ରାଶିକୁ ୧ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ । ଅନୁରୂପ ଭାବରେ ବିିଭିନ୍ନ ଏକଡେମୀର ପ୍ରଦତ୍ତ ପୁରସ୍କାର ଅର୍ଥରାଶି ୫୦ ହଜାରରୁ ୨ ଲକ୍ଷ ଟଙ୍କା ଏବଂ ସମ୍ବର୍ଦ୍ଧିତ ବ୍ୟକ୍ତିତ୍ୱଙ୍କ ନିମନ୍ତେ ଅର୍ଥରାଶି ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ବିଭିନ୍ନ ଏକାଡେମୀ, ପ୍ରତିଷ୍ଠାନ ଓ କେନ୍ଦ୍ରଗୁଡ଼ିକରେ ଖାଲି ପଡ଼ିଥିବା ଶୂନ୍ୟପଦବୀଗୁଡ଼ିକ ମୁକ୍ତ ବିଜ୍ଞାପନ ପ୍ରସାରଣର ସ୍ୱଚ୍ଛ ମାଧ୍ୟମରେ ପୂରଣ କରାଯିବ । ଆବଶ୍ୟକ ସ୍ଥଳେ ମନୋନୟନ ପ୍ରକ୍ରିୟାରେ ପଦବୀଗୁଡ଼ିକ ପୂରଣ କରାଯିବ ।

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମପୀଠ ସୁଆଣ୍ଡୋର ସାମଗ୍ରିକ ବିକାଶ ଓ ଉନ୍ନତିକରଣ ପାଇଁ ପ୍ରାୟ ସାଢ଼େ ୧୧ କୋଟି ଟଙ୍କା ବ୍ୟୟବରାଦରେ ଏକ ପ୍ରକଳ୍ପ ପ୍ରସ୍ତାବ ଅନୁମୋଦିତ ହୋଇଛି ।



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020