ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ପବ୍‍ଜୀ ସମେତ ୧୧୮ ଆପ୍‍ ବନ୍ଦ

ଦେଶରେ ସୃଷ୍ଟି ହୋଇଥିବା ବିପଦର ଆଶଙ୍କା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୧୧୮ଟି ମୋବାଇଲ୍ ଆପର ପ୍ରଚଳନକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି । ଏବେସୁଦ୍ଧା ସେହିସବୁ ଆପ୍ ଗୁଡ଼ିକ ସଂପର୍କରେ ଉପଲବ୍ଧ ତଥ୍ୟ ଓ ସୂଚନା ଅନୁସାରେ ଏଗୁଡ଼ିକର ବ୍ୟବହାର ଭାରତର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା, ଦେଶର ପ୍ରତିରକ୍ଷା ତଥା ରାଷ୍ଟ୍ରର ନିରାପତ୍ତା ତଥା ଜନ ଶୃଙ୍ଖଳା ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ଥିବାରୁ ସେସବୁକୁ ନିଷିଦ୍ଧ କରାଯାଇଛି । ପୂର୍ବରୁ ଟିକ୍‍ଟକ୍‍ ସମେତ ୫୯ଟି ଆପକୁ ମଧ୍ୟ ନିଷେଧ କରାଯାଇଛି ।

ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ପୂର୍ବରୁ ଏହିସବୁ ଆପମାନଙ୍କ ସଂପର୍କରେ ବିଭିନ୍ନ ସୂତ୍ରରୁ ଅନେକ ଅଭିଯୋଗ ପାଇଥିଲା ଏବଂ ସେଥିରେ ଅନେକ ରିପୋର୍ଟ ସାମିଲ ଯେଉଁଥିରେ ସେସବୁ ମୋବାଇଲ୍ ଆପଗୁଡ଼ିକର ଅପବ୍ୟବହାର କରାଯାଉଥିବାର ଅଭିଯୋଗ ହୋଇଥିଲା । ଏହିସବୁ ଆପ୍ ଆଣ୍ଡ୍ରଏଡ଼୍ ଏବଂ ଆଇଓଏସ ପ୍ଲାଟଫର୍ମରେ ଉପଲବ୍ଧ ଏବଂ ସେଗୁଡ଼ିକ ଅତି ଚତୁରତାର ସହ ବ୍ୟବହାରକାରୀଙ୍କ ଅଜାଣତରେ ସେମାନଙ୍କ ଡାଟାକୁ ବେଆଇନ ଭାବେ ଅନ୍ୟ ସ୍ଥାନକୁ ପ୍ରେରଣ କରୁଥିଲା ।

ଯେଉଁସବୁ ସର୍ଭରକୁ ଏହିସବୁ ଡାଟା ପ୍ରେରଣ କରାଯାଉଥିଲା ସେଗୁଡ଼ିକ ଭାରତ ବାହାରେ ଅବସ୍ଥିତ । ଏଭଳି ଡାଟାର ଜଟିଳତା, ଏହାର ଗଚ୍ଛିତକରଣ ଏବଂ ସେସବୁକୁ ଯେଉଁ ବିରୋଧୀ ତତ୍ତ୍ୱମାନେ ପ୍ରୋଫାଇଲ୍ କରୁଛନ୍ତି ସେମାନେ ଭାରତର ଜାତୀୟ ନିରାପତ୍ତା ତଥା ପ୍ରତିରକ୍ଷା ପ୍ରତି ବିପଦ ସୃଷ୍ଟିକାରୀ । ଏହାକୁ ଭାରତର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟିକାରୀ ବୋଲି ବିବେଚନା କରାଯାଇପାରେ । ଏହା ଅତ୍ୟନ୍ତ ଗମ୍ଭୀର ବିଷୟ ଏବଂ ସେହି କାରଣରୁ ତୁରନ୍ତ ଏହା ଉପରେ ଜରୁରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣର ଆବଶ୍ୟକତା ଉପଲବ୍ଧ କରାଯାଇଥିଲା ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନସ୍ଥ ଭାରତର ସାଇବର ଅପରାଧ ସମନ୍ୱୟ କେନ୍ଦ୍ର, ଏହି ସବୁ ଖଳ ଉଦ୍ଦେଶ୍ୟ ସାଧନକାରୀ ଆପ୍ଗୁଡ଼ିକୁ ବନ୍ଦ କରିବା ନିମନ୍ତେ ବିସ୍ତୃତ ସୁପାରିଶ କରିଛନ୍ତି । ତଦନୁସାରେ, ଅନ୍ୟାନ୍ୟ ପକ୍ଷଙ୍କ ଦ୍ୱାରା ମଧ୍ୟ ଉଦ୍ବେଗ ପ୍ରକଟ କରାଯାଇଛି ଏବଂ ସେଥିରେ ବିଭିନ୍ନ ଜନ ପ୍ରତିନିଧିଙ୍କ ଉଦ୍ବେଗ ତଥା ଦାବି ରହିଛି ।

ସଂସଦ ଭିତରେ ଓ ବାହାରେ ଏଭଳି ଉଦ୍ବେଗ ପ୍ରକଟ କରାଯାଇଛି । ଭାରତର ସାର୍ବଭୌମତ୍ୱ ବିରୋଧରେ ତଥା ଦେଶର ନାଗରିକଙ୍କ ଗୋପନୀୟତା ବିରୋଧରେ କାର୍ଯ୍ୟ କରୁଥିବା ଏଭଳି ଆପମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ସକାଶେ ଜନସାଧାରଣଙ୍କ ପକ୍ଷରୁ ଦୃଢ଼ ଦାବି ହୋଇ ଆସୁଥିଲା ।

ଏଭଳି ଅଭିଯୋଗ ଆଧାରରେ ଏବଂ ସେ ସଂପର୍କରେ ନିକଟରେ ନିର୍ଭରଯୋଗ୍ୟ ସୂଚନା ପ୍ରାପ୍ତ ହେବା ପରେ ସେସଂପର୍କରେ ଅନୁମତି ଲୋଡ଼ା ଯାଇଥିଲା ଏବଂ ପୂର୍ବୋକ୍ତ ଆପଗୁଡ଼ିକ ସଂଗ୍ରହ କରୁଥିବା ଡାଟାର କାର୍ଯ୍ୟକାରୀତା ସଂପର୍କରେ ଅଧିକ ତଥ୍ୟ ସୂଚନା ସଂଗ୍ରହ କରାଯାଇଥିଲା । ସେହିସବୁ ଆପ୍ ଗୋପନରେ ସଂଗ୍ରହ କରୁଥିବା ଏବଂ ସେସବୁକୁ ଅନ୍ୟତ୍ର ପଠାଉଥିବା ସୂଚନା, ଯାହାକି ଲବ୍ଧ ସୂଚନାରୁ ଜଣା ପଡ଼ିଥିଲା ଯେ ତାହା ଅତ୍ୟନ୍ତ ଗୁରୁତର ଉଦ୍ବେଗର କାରଣ । ବ୍ୟବହାରକାରୀମାନଙ୍କ ବ୍ୟକ୍ତିଗତ ଗୋପନୀୟ ତଥ୍ୟ ଓ ସୂଚନାକୁ ଅନ୍ୟତ୍ର ସର୍ଭରକୁ ପଠାଯିବା ରାଷ୍ଟ୍ର ପାଇଁ ନିଶ୍ଚିତ ନିରାପତ୍ତା ଦୃଷ୍ଟିରୁ ବିପଦର କାରଣ ।

ଭାରତର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ଦୃଷ୍ଟିରୁ, ଦେଶର ପ୍ରତିରକ୍ଷା କାରଣରୁ ଏବଂ ରାଷ୍ଟ୍ରର ନିରାପତ୍ତାକୁ ଦୃଷ୍ଟିରେ ରଖି ସରକାର ଏହିସବୁ ଆପଗୁଡ଼ିକୁ ବ୍ଲକ୍ କରିଛନ୍ତି । ଭାରତ ସରକାର ତାଙ୍କର ସାର୍ବଭୌମ କ୍ଷମତା ଉପଯୋଗ କରି ସ୍ଥିର କରିଛନ୍ତି ଯେ କେତେକ ଆପ୍ ର ବ୍ୟବହାର, ଯାହାକି ମୋବାଇଲ୍ ଏବଂ ଅଣ ମୋବାଇଲ୍ ଇଣ୍ଟରନେଟ୍ ସକ୍ଷମ ଡିଭାଇସ୍ରେ ଉପଯୋଗକ୍ଷମ, ସେଗୁଡ଼ିକୁ ବ୍ଲକ୍ କରାଯିବ ।

ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ଏଭଳି ପଦକ୍ଷେପ କୋଟି କୋଟି ଭାରତୀୟ ମୋବାଇଲ୍ ଉପଭୋକ୍ତା ତଥା ଇଣ୍ଟରନେଟ ବ୍ୟବହାକାରୀଙ୍କ ସ୍ୱାର୍ଥକୁ ସୁରକ୍ଷା ପ୍ରଦାନ କରିବ । ଏଭଳି ନିଷ୍ପତ୍ତି ଏକ ଲକ୍ଷ୍ୟ ହାସଲକାରୀ ପଦକ୍ଷେପ ଯାହା ଭାରତୀୟ ସାଇବରସ୍ପେସର ସୁରକ୍ଷା, ନିରାପତ୍ତା ତଥା ସାର୍ବଭୌମତ୍ୱକୁ ସୁନିଶ୍ଚିତ କରିବ ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020