ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

କେନ୍ଦ୍ରୀୟ ଦଳ ପଠାଇବାକୁ ପତ୍ର

ଓଡିଶାର ବନ୍ୟା କ୍ଷୟକ୍ଷତି ପରିଦର୍ଶନ ପାଇଁ ତୁରନ୍ତ କେନ୍ଦ୍ରୀୟ ଦଳ ପଠାଇବାକୁ ରାଜ୍ୟ ସରକାର ଆଜି କେନ୍ଦ୍ରକୁ ଅନୁରୋଧ କରିଛନ୍ତି । ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ଏହି ମର୍ମରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟକୁ ପତ୍ର ଲେଖିଥିବା ଜଣାଯାଇଛି ।

ବନ୍ୟା କ୍ଷୟକ୍ଷତି ନେଇ ରାଜ୍ୟ ସରକାର ରିପୋର୍ଟ ପ୍ରସ୍ତୁତି ଚଳାଇଥିବାବେଳେ କେନ୍ଦ୍ରୀୟ ପ୍ରତିନିଧି ଦଳ ବନ୍ୟା ପରିଦର୍ଶନ ଆସି କ୍ଷୟକ୍ଷତି ଆକଳନ ପାଇଁ ଏଭଳି ଅନୁରୋଧ କରାଯାଇଛି । ରାଜ୍ୟ ସରକାରଙ୍କ ପତ୍ର ପାଇବାପରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଏକ ଟିମ୍‍ ଗଠନ କରାଯିବ ଏବଂ ଖୁବ୍‍ଶୀଘ୍ର ଏହି ଟିମ୍‍ ଓଡିଶା ଗସ୍ତରେ ଆସିବେ ବୋଲି ରାଜ୍ୟ ସରକାର ଆଶା ପ୍ରକାଶ କରୁଛନ୍ତି ।

ଚଳିତବର୍ଷର ବନ୍ୟାରେ ରାଜ୍ୟର ୨୦ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଥିରେ ୧୭ଜଣଙ୍କର ପ୍ରାଣହାନି ଘଟିଲାଣି । ବନ୍ୟା ପ୍ରକୋପରେ ୧୦ହଜାରରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ ଏହାଦ୍ୱାରା ୧୧୨ଟି ବ୍ଲକ, ୮୯୬ଟି ପଞ୍ଚାୟତ ଓ ୩୨୫୬ଟି ଗ୍ରାମ ପଭାବିତ ହୋଇଛି । ବର୍ତ୍ତମାନ ବ୍ରାହ୍ମଣୀ ଓ ବୈତରଣୀ ଅବବାହିକାରେ ବନ୍ୟାଜଳ ହ୍ରାସ ପାଉଛି । ତେବେ ମହାନଦୀ ଅବବାହିକାରେ ଯଦିଓ ପରିସ୍ଥିତିରେ ଉନ୍ନତି ଘଟୁଛି ତଥାପି ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ସ୍ଥିତି ଅପରିବର୍ତ୍ତିତ ରହିବ ବୋଲି କର୍ତ୍ତୃପକ୍ଷ ଆଶଙ୍କା କରୁଛନ୍ତି । କାରଣ ଦୁଇ ତାରିଖରେ ପୂର୍ଣ୍ଣମୀ ତିଥି ଥିବାରୁ ସମୁଦ୍ରକୁ ପର୍ଯ୍ୟାପ୍ତ ପରିମାଣରେ ଜଳ ନିଷ୍କାସିତ ହୋଇପାରୁ ନାହିଁ ।

ମହାନଦୀ ଅବବାହିକାରେ ବନ୍ୟା ଜନିତ କ୍ଷୟକ୍ଷତିର ପରିମାଣ ବୃଦ୍ଧି ପାଉଥିବାବେଳେ ତୁରନ୍ତ କେନ୍ଦ୍ରୀୟ ଦଳ ଆସି ଏହାର ଆକଳନ କଲେ କେନ୍ଦ୍ର ପକ୍ଷରୁ ସହାୟତା ମିଳିବ ବୋଲି ରାଜ୍ୟ ସରକାର ଆଶା କରିଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଗତ ଅମ୍ଫାନ ବାତ୍ୟା ସମୟରେ ଓଡିଶାର କ୍ଷୟକ୍ଷତି ଦେଖିବାପାଇଁ କେବଳ କେନ୍ଦ୍ରୀୟ ପ୍ରତିନିଧିଦଳ ତୁରନ୍ତ ଆସିନଥିଲେ, ଖୋଦ୍‍ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଆସି ଓଡିଶାରେ ପହଞ୍ଚିବା ସହିତ ଆଗୁଆ ଭାବେ ୫୦୦ କୋଟି ଟଙ୍କା ମଞ୍ଜୁର କରିଥିଲେ । ତେଣୁ ଚଳିତ ବନ୍ୟା ସମୟରେ କେନ୍ଦ୍ର ସରକାର ଅନୁରୂପ ମନୋଭାବ ପୋଷଣ କରିବେ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020