ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଚିଟଫଣ୍ଡ କମିଶନ ଅଚଳ

ଚିଟ୍‍ଫଣ୍ଡ ଠକେଇର ଶିକାର ହୋଇଥିବା ଲୋକମାନଙ୍କୁ ଅର୍ଥ ଫେରସ୍ତ ହେଉନଥିବା ବେଳେ ଏ ପ୍ରସଙ୍ଗରେ ବସା ଯାଇଥିବା କମିଶନଙ୍କ ପାଇଁ ପ୍ରାୟ ୬ କୋଟି ଟଙ୍କା ବ୍ୟୟ କରିବା ପରେ ଅଧାରୁ ଏକପ୍ରକାର କମିଶନ ଅଚଳ ହୋଇପଡ଼ିଛି । ଫଳରେ କମିଶନଙ୍କ ସୁପାରିଶ ଆଧାରରେ ଅର୍ଥ ଫେରସ୍ତ ପାଇବାକୁ ଯେଉଁ ଜମାକାରୀମାନେ ଆଶାବାନ୍ଧି ବସିଥିଲେ ସେମାନେ ନିରାଶ ହେଉଛନ୍ତି ।

୨୦୧୨ରୁ ୨୦୧୪ ମଧ୍ୟରେ ଅନ୍ୟୁନ ୧୬୩ଟି ସଂସ୍ଥା ବିରୁଦ୍ଧରେ ରାଜ୍ୟରେ ଚିଟ୍‍ଫଣ୍ଡ ଅର୍ଥ ହେର୍‍ଫେର ଅଭିଯୋଗ ଆସିଥିଲା । ଏ ପ୍ରସଙ୍ଗରେ କ୍ରାଇମ୍‍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ସେତେବେଳେ ୩୦ଟି ଓ ବିଭିନ୍ନ ଜିଲ୍ଲାର ପୁଲିସ ୪୧୨ଟି ମାମଲା ବିଭିନ୍ନ କମ୍ପାନୀ ବିରୁଦ୍ଧରେ ରୁଜୁ କରିଥିଲେ । ଏ ସଂକ୍ରାନ୍ତରେ ୮୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଥିଲା ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ ଦଲିଲ୍‍, ଦସ୍ତାବିଜ୍‍, କମ୍ପ୍ୟୁଟର ସାମଗ୍ରୀ, କୋଟିଏ ଟଙ୍କାରୁ ଊଦ୍ଧ୍ୱର୍ ନଗଦ ଅର୍ଥ, ଦେଢ଼କିଲୋରୁ ଅଧିକା ସ୍ୱର୍ଣ୍ଣମୁଦ୍ରା, ୨ କ୍ୱିଣ୍ଟାଲରୁ ଅଧିକ ରୌପ୍ୟ ମୁଦ୍ରା, ପ୍ରାୟ ୪୦ଟି ଯାନବାହନ, ୯ଟି ଶିଳ୍ପସଂସ୍ଥା, ୨ଟି କୃଷି ଫାର୍ମ, ୧୬୪ଟି ଫ୍ଲାଟ, ୮୧୫ ଏକର ଜମି ଆଇନଗତ ଭାବେ ବାଜ୍ୟାପ୍ତ କରିବା ପାଇଁ ଜବତ ହୋଇଥିଲା । ଏହାଛଡ଼ା ଠକେଇ ଅଭିଯୋଗ ଉଠୁଥିବା ସଂସ୍ଥାଗୁଡ଼ିକର ବିଭିନ୍ନ ବ୍ୟାଙ୍କରେ ଥିବା ୨୧୮କୋଟି ଟଙ୍କାର ଆକାଉଣ୍ଟକୁ କର୍ତ୍ତୃପକ୍ଷ ଅଚଳ କରି ରଖିଥିଲେ ।

ପରବର୍ତ୍ତୀ ସମୟରେ ଏଥିରୁ କେତେକ ମାମଲା ସୁପ୍ରିମ୍‍କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସିବିଆଇକୁ ହସ୍ତାନ୍ତର କରାଯାଇଛି ଏବଂ ଓଡ଼ିଶାରେ ଏଥିଲାଗି ସିବିଆଇର ସ୍ୱତନ୍ତ୍ର ଦପ୍ତର ପାଇଁ ରାଜ୍ୟ ସରକାର ବି ଭିତ୍ତିଭୂମି ଯୋଗାଇଛନ୍ତି । ଇତିମଧ୍ୟରେ କେତେକ ଜବତ ସମ୍ପତ୍ତିର ବାଜ୍ୟାପ୍ତି ପାଇଁ ମାମଲା ହୋଇଛି ଏବଂ ରାଜ୍ୟ ସରକାର ମଧ୍ୟ ଜମାକାରୀଙ୍କ ଅର୍ଥ ଫେରସ୍ତ ଲାଗି ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ ସୃଷ୍ଟି କରିଛନ୍ତି । ଏହାଛଡ଼ା ଏମାନଙ୍କ କାର୍ଯ୍ୟକଳାପକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଓଡ଼ିଶା ଜମାକାରୀ ସୁରକ୍ଷା (ଅର୍ଥନୈତିକ ସଂସ୍ଥା) ଆଇନ୍‍ ପ୍ରଣୟନ କରିଛନ୍ତି ।

ଚିଟ୍‍ଫଣ୍ଡ ଗଣ୍ଡଗୋଳ ପରିପ୍ରେକ୍ଷୀରେ ରାଜ୍ୟ ସରକାର ୨୦୧୩ ମସିହାରେ ଅବସରପ୍ରାପ୍ତ ହାଇକୋର୍ଟ ମୁଖ୍ୟ ବିଚାରପତି ରାଧାକ୍ରିଷ୍ଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଶନ ବସାଇଥିଲେ । ଏହି କମିଶନ ତିନିମାସ ମଧ୍ୟରେ ରିପୋର୍ଟ ଦେବା କଥା । ତେବେ ୨୦୧୫ ପର୍ଯ୍ୟନ୍ତ ପାତ୍ର କମିଶନ କାର୍ଯ୍ୟ କରିଥିଲା । ଜଷ୍ଟିସ୍‍ ପାତ୍ରଙ୍କ ମୃତ୍ୟୁପରେ ଅନ୍ୟଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ମଦନ ମୋହନ ଦାସଙ୍କୁ ସରକାର ୨୦୧୫ ଫେବୃଆରୀ ମାସରେ ନିଯୁକ୍ତ କରି ୬ ମାସ ମଧ୍ୟରେ ରିପୋର୍ଟ ଦେବାକୁ କହିଥିଲେ । ତେବେ ପ୍ରାୟ ୫ ବର୍ଷ ଧରି ଦାସ କମିଶନ କାର୍ଯ୍ୟ କରିବା ମଧ୍ୟରେ କେତେଗୁଡ଼ିଏ ଅନ୍ତରୀଣ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଥିଲେ ମଧ୍ୟ ଚୂଡ଼ାନ୍ତ ରିପୋର୍ଟ ଦେଇନଥିଲେ । ଇତିମଧ୍ୟରେ ଏହି କମିଶନ ଏକପ୍ରକାର ଅଚଳ ହୋଇପଡ଼ିଛି ।

ସେପଟେ ପାଖାପାଖି ୫୦୦ ମାମଲାରେ ବି ଅଭିଯୋଗ ଫର୍ଦ୍ଦ କୋର୍ଟରେ ଦାଖଲ ସରିଲାଣି । ଇତିମଧ୍ୟରେ ୮ ବର୍ଷରୁ ଅଧିକ ସମୟ ବିତି ଯାଇଥିବା ବେଳେ ଜମାକାରୀମାନେ କିନ୍ତୁ ସମ୍ପୂର୍ଣ୍ଣ ଭାବେ ଅର୍ଥ ଫେରସ୍ତ ପାଇନାହାନ୍ତି । ତେବେ ପ୍ରଥମ ପର୍ଯ୍ୟାୟରେ ସ୍ୱଳ୍ପ ଜମାକାରୀଙ୍କୁ କିଛି କିଛି ଅର୍ଥ ଫେରସ୍ତ ପାଇଁ ବ୍ୟବସ୍ଥା ହୋଇଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରିନାହିଁ । ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ ଅଦାଲତଙ୍କ ନିର୍ଦ୍ଦେଶ ଆଧାରରେ ସରକାରୀ କଳ ଏ ପ୍ରସଙ୍ଗରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020