ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

କରୋନାକୁ ବଳିଲାଣି ଜବରଦଖଲକାରୀଙ୍କ ଉତ୍ପାତ

କରୋନା ମହାମାରୀକୁ ଏବେ ବଳିଗଲାଣି ଜବରଦଖଲକାରୀଙ୍କ ଉତ୍ପାତ । ରାଜଧାନୀରେ କରୋନା ସଂକ୍ରମଣ ସହିତ ତାଳଦେଇ ଜବରଦଖଲ ବଢୁଥିବାର ରାସ୍ତାଘାଟରେ ଏବେ ଯା ଆସ କରିବା କଷ୍ଟକର ହେଲାଣି । ରାସ୍ତାକଡରେ ଖାଲି ପଡିଥିବା ସରକାରୀ ଜମିରେ ଘର କରିବା ସହିତ ଦିନରାତି ରାସ୍ତାଉପରେ ପଇଁତରା ମାରିବା ଯୋଗୁଁ ସାଧାରଣ ଲୋକେ ଏକ ପ୍ରକାର ଅଣନିଶ୍ୱାସୀ ।

ଜବରଦଖଲକାରୀଙ୍କ ଏଭଳି ଆଚରଣ ଯୋଗୁଁ ନିକଟରେ ସ୍ଥାନୀୟ ଛଅ ନମ୍ବର ଅଞ୍ଚଳରେ ଏକ ବଡ ଅଘଟଣ ଘଟିଛି । ରାସ୍ତାକଡରେ ଥିବା ଡ୍ରେନ ଉପରେ ଓ ସରକାରୀ କ୍ୱାର୍ଟର ମଝିରେ କନଜରଭେନ୍ସି ଅଞ୍ଚଳରେ ଘର କରି ରହିଥିବା ଲୋକେ ରାସ୍ତାକଡରେ ବସି ଥିବାବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଦୁଇଜଣ ଆହତ ହୋଇଛନ୍ତି । ଦୁର୍ଘଟଣାର କାରଣ ହେଉଛି ସ୍ଥାନାଭାବରୁ ଲୋକେ ରାସ୍ତାଉପରେ ଛିଡା ହେଉଛନ୍ତି ନହେଲେ ବସୁଛନ୍ତି । ଅଧିକାଂଶ ସମୟରେ ରାସ୍ତାଉପରେ ଏଭଳି ଗହଳି ଯୋଗୁଁ ଛୋଟ ବଡ ଦୁର୍ଘଟଣା ଘଟିବାରେ ଲାଗିଛି ।

କେବଳ ଛଅ ନମ୍ବର ଅଞ୍ଚଳ ନୁହେଁ ରାଜଧାନୀର ଅଧିକାଂଶ ଅଞ୍ଚଳରେ ଏଭଳି ସମସ୍ୟା ବଢିବାରେ ଲାଗିଛି । ବସ୍ତି ତିଆରି ପରେ ଆଖପାଖରେ ଯେଉଁଠି ଟିକେ ସ୍ଥାନ ଖାଲି ପଡୁଛି ତାହାକୁ ଜବରଦଖଲକାରୀମାନେ ରାତାରାତି ଅକ୍ତିଆର କରି ଘର ନିର୍ମାଣ କରୁଛନ୍ତି । ବହୁ ସ୍ଥାନରେ ତିନି ଚାରିଟି ଘରକୁ ନେଇ ନୂଆ ବସ୍ତିର ନାମକରଣ ବି ହେଉଛି । ଏହାପରେ ଘରକୁ ଭଡାରେ ଲଗାଯାଉଛି ନହେଲେ ଗୋଟିକୁ ଲକ୍ଷେରୁ ଦେଢ ଲକ୍ଷଟଙ୍କାରେ ବିକ୍ରି ହେଉଛି । ଏଭଳି ବେଆଇନ୍‍ ଘରକୁ ଜଳ ଓ ବିଦ୍ୟୁତ୍‍ ସଂଯୋଗ ଦେବା କ୍ଷେତ୍ରରେ ସମ୍ପୃକ୍ତ ବିଭାଗର ସ୍ଥାନୀୟ କର୍ମଚାରୀଙ୍କର ବଡ ଭୂମିକା ଥିବା ଲକ୍ଷ୍ୟ କରାଯାଉଛି ।

କରୋନା ଆରମ୍ଭରୁ ରାଜଧାନୀ ଛାଡିଥିବା ଲୋକେ ଏବେ ପୁଣି ସହରମୁହାଁ ହୋଇଛନ୍ତି । ଏମାନଙ୍କ ସହିତ ଗାଁ ଗହଳର ବେକାରୀ ଯୁବକମାନେ ବି ଆସୁଛନ୍ତି । ତେଣୁ ସେମାନେ ଘରଭଡା ଖୋଜୁଥିବାରୁ ଜବଦରଖଲକାରୀମାନେ ଏବେ ରାତାରାତି କିଭଳି ଘର ତିଆରି କରିବେ ସେଥିପାଇଁ ଲାଗି ପଡିଛନ୍ତି । ବିଭିନ୍ନ ବସ୍ତି ଅଞ୍ଚଳ ଓ ରାସ୍ତାପାଶ୍ୱର୍ ଜମି ଜବରଦଖଲ ହୋଇଥିବାରୁ ବିଭିନ୍ନ ୟୁନିଟ୍‍ରେ ଥିବା କନଜରଭେନ୍ସି ଉପରେ ଏବେ ସେମାନଙ୍କ ନଜର ପଡିଛି ।

ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ପ୍ରଶାସନ ଏବେ କରୋନା ମୁକାବିଲାରେ ମାତିଥିବାରୁ ଜବରଦଖଲକାରୀମାନଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି । ୱାର୍ଡ ଅଧିକାରୀଙ୍କ ଠାରୁ ଆରମ୍ଭକରି ଏନ୍‍ଫୋର୍ସମେଣ୍ଟ ସ୍କ୍ୱାଡ୍‍ ସମସ୍ତେ କରୋନା ମୁକାବିଲାରେ ବ୍ୟସ୍ତ । ତେଣୁ ଏହି ସମୟରେ ରାଜଧାନୀରେ ଜବରଦଖଲ ବଢିବାରେ ଲାଗିଛି । ତେବେ ସବୁଠାରୁ ବିପଦଜନକ ହେଉଛି ଯେ ଜବରଦଖଲରେ ତିଆରି ହେଉଥିବା ଘର ଗୁଡିକରେ କିଏ କେଉଁଠୁ ଆସି ରହୁଛି ତାହାର ସୂଚନା କାହାରି ପାଖରେ ନାହିଁ । କାରଣ ଏଗୁଡିକ ବସ୍ତି ତାଲିକାରେ ନଥିବାରୁ ଲୋକଙ୍କ ଠିକଣା ବି ସରକାରୀ ଖାତାରେ ନାହିଁ । ଆଗାମୀ ଦିନରେ ରାଜଧାନୀ ପାଇଁ ଏହା ମହାବିପଦ ସୃଷ୍ଟି କରିବ ବୋଲି ସୁରକ୍ଷା ଅଧିକାରୀମାନେ ମତ ଦେଉଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020