ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଲକଡାଉନରେ ଭିତ୍ତିଭୂମି ବିକାଶ


ଲକଡାଉନ ସମୟରେ ରେଳସେବାକୁ ପ୍ରଭାବିତ ନକରି ପୂର୍ବତଟ ରେଳପଥ ବହୁ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ସମ୍ବନ୍ଧୀୟ ଭିତ୍ତିଭୂମି କାର୍ଯ୍ୟକୁ ସୁଚାରୁ ଭାବେ ସମ୍ପାଦନ କରିପାରିଛି । ସ୍ୱାଭାବିକ ସମୟରେ ଏହିସବୁ କାର୍ଯ୍ୟ ପାଇଁ ଟ୍ରେନ ସେବା ପ୍ରଭାବିତ ହୋଇଥାନ୍ତା ଯାହାକି ସମୁଦାୟ ୪୯୧ ଘଣ୍ଟା ବିନିଯୋଗ ହୋଇଥାନ୍ତା ।

ଏହି ସମୟରେ ବିଭିନ୍ନ ସ୍ଥାନରେ ୮ଟି ଉପାମାର୍ଗ ପାଇଁ ସିମେଣ୍ଟ କଂକ୍ରିଟ ବକ୍ସ ସ୍ଥାପନ କରାଯାଇଛି ଯାହାପାଇଁ ସ୍ୱାଭାବିକ ସମୟରେ ଟ୍ରେନ ସେବା ପ୍ରଭାବିତ ଓ ଟ୍ରାଫିକ ପ୍ରଭାବିତ ହେବା ସହିତ ପ୍ରାୟ ୭୪ ଘଣ୍ଟା ସମୟ ଲାଗିଥାନ୍ତା । ଏହି ସମୟ ମଧ୍ୟରେ ୩ଟି ଲେଭଲ କ୍ରସିଂ ନିର୍ମାଣ କରାଯାଇ ବିକଳ୍ପ ପଥ ସୁବିଧା ପ୍ରଦାନ କରାଯାଇଛି ।

ଏହି ସମୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ୧୬ ଟି ପୋଲର ନବୀକରଣ କରାଯାଇଛି । ଲକ ଡାଉନ ସମୟରେ ଭୁବନେଶ୍ୱର ଷ୍ଟେସନଠାରେ ଫୁଟ ଓଭର ବ୍ରିଜ ନିର୍ମାଣ ସମ୍ବନ୍ଧୀୟ କାର୍ଯ୍ୟରେ ୪ଟି ଗାର୍ଡ଼ର ସ୍ଥାପନ କରାଯାଇଛି । ଏହି ସମୟ ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ୨୩ ସେଟ ଥିକ ୱେଭ ସୁଇଚର ନବୀକରଣ କରାଯାଇଛି । ୬୦ଟି ରେଲ ପ୍ୟାନେଲ କାର୍ଯ୍ୟକୁ ପୂର୍ବତଟ ରେଳପଥ ଲକ ଡାଉନ ସମୟରେ ସମ୍ପାଦନ କରିପାରିଛି ।

ପୂର୍ବତଟ ରେଳପଥ ଲକଡାଉନ ସମୟରେ ପ୍ରାୟ ୨୧ ଟ୍ରାକ କିଲୋମିଟରର ବାଲାଷ୍ଟ ସଫେଇ କାର୍ଯ୍ୟ ସମ୍ପାଦନ କରିପାରିଛି । ଏହି କାର୍ଯ୍ୟରେ ବାଲାଷ୍ଟରୁ ମାଟିକୁ ସଫା କରାଯାଇଥାଏ ଏବଂ ଟ୍ରେନ ଚଳାଚଳ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିସହିତ ୬୮.୫ ଟ୍ରାକ କିଲୋମିଟର ବାଲାଷ୍ଟ ଟାମ୍ପିଙ୍ଗ କାର୍ଯ୍ୟ ସମ୍ପାଦନ କରାଯାଇପାରିଛି ଓ ଏହି କାର୍ଯ୍ୟ ଦ୍ୱାରା ରେଲ ସ୍ଲିପରକୁ ବାଲାଷ୍ଟ ଦ୍ୱାରା ପୂର୍ଣ୍ଣ କରାଯାଇ ଟ୍ରାକକୁ ସୁଦୃଢ କରାଯାଇଥାଏ ।

ଏହା ବ୍ୟତୀତ ଚରବାଟିଆ, ଗୁରୁଡ଼ିଝଟିଆ ଓ କପିଳାସ ରୋଡ଼ ଷ୍ଟେସନ ଠାରେ ଫୁଟ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ କରାଯାଇଛି । ଏହାଦ୍ୱାରା ଟ୍ରେନ ଚଳାଚଳ କ୍ଷେତ୍ରରେ ବେଗ ବୃଦ୍ଧି ଏବଂ ଅଧିକ ଟ୍ରେନ ଯାତାୟାତ କରିପାରିବ । ଏହା ସହିତ ଗୁରୁତ୍ୱପୂର୍ଣ୍ଣ ଇଲେକ୍ଟ୍ରିକାଲ, ମେକାନିକାଲ, ଦୂରସଂଚାର ଓ ସାଙ୍କେତିକ କାର୍ଯ୍ୟ ମଧ୍ୟ ସମ୍ପାଦନ କରାଯାଇଛି । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020