ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ମିଳୁନି ଗୋଖାଦ୍ୟ ଓ ରନ୍ଧା ଖାଦ୍ୟ


ପୁରୀ ଜିଲ୍ଲା ପିପିଲି ବ୍ଲକ ହାଟସାହି ପଞ୍ଚାୟତରେ ୯ଟି ଗ୍ରାମ ବନ୍ୟା ପାଣି ଘେରରେ ଥିବାରୁ ଏଠାରେ ଗୃହପାଳିତ ପଶୁମାନେ ଖାଦ୍ୟ ପାଇଁ ଡହଳ ବିକଳ ହେଉଛନ୍ତି । ନିକଟସ୍ଥ ୩ଟି ପଞ୍ଚାୟତରେ ପ୍ରଶାସନ ଗୋଖାଦ୍ୟ ବାଣ୍ଟିଥିବା ବେଳେ ତୁରନ୍ତ ହାଟସାହି ପଞ୍ଚାୟତକୁ ଏହା ପଠାଇବା ଲାଗି ଲୋକେ ଦାବି କରିଛନ୍ତି ।

ଗତ ୩ ଦିନ ଧରି ପାଣି ଘେରରେ ଥିବା ମିର୍ଜାପୁର, ପୋଡ଼ାଗୁନା, କଣ୍ଠପୁର, ଦାସସାହି, ସ୍ୱାଇଁସାହି, ଭୋଇବୁଣ, ରାଉତସାହି, ପାଟଣା, ହାଟସାହି ଆଦି ଗ୍ରାମର ଶତାଧିକ ଲୋକେ ଓ ଗୃହପାଳିତ ପଶୁ ଦୟା ଓ ଭାର୍ଗବୀ ନଦୀର ବନ୍ୟା ଘେରରେ ଅଛନ୍ତି ।

ପ୍ରଥମ ଦୁଇଦିନ ଗଚ୍ଛିତ ଗୋଖାଦ୍ୟରେ କୌଣସି ପ୍ରକାରେ କାମ ଚଳି ଯାଇଥିବା ବେଳେ ଗତକାଲିଠାରୁ ପଶୁମାନଙ୍କୁ ଆହାର ଯୋଗା ଯାଇପାରୁନାହିଁ । ନିକଟସ୍ଥ ଗ୍ରାମଗୁଡ଼ିକରେ ଜିଲ୍ଲା ପ୍ରଶାସନ ଗୋଖାଦ୍ୟ ଯୋଗାଇଥିବା ବେଳେ ଏହିସବୁ ଗ୍ରାମ କିନ୍ତୁ ତାଲିକାରୁ ବାଦ୍‍ ପଡ଼ିଛି ।

ଗୋଖାଦ୍ୟ ଯୋଗାଇବା କାମ ସ୍ଥାନୀୟ ପ୍ରାଣୀ ଚିକିତ୍ସକଙ୍କ ଉପରେ ନ୍ୟସ୍ତ ଥିବା ବେଳେ ବ୍ଲକରୁ ରିପୋର୍ଟ ପାଇନଥିବାରୁ ଏହିସବୁ ଗ୍ରାମକୁ ସେ ଗୋଖାଦ୍ୟ ଯୋଗାଇପାରୁନଥିବା କୁହାଯାଉଛି । ତେବେ ନିକଟସ୍ଥ ଗ୍ରାମଗୁଡ଼ିକରେ ପ୍ରଶାସନ ଗୋଖାଦ୍ୟ ଯୋଗାଇଥିବା ବେଳେ ଏହି ୯ଟି ଗ୍ରାମ ତାଲିକାରୁ କିଭଳି ବାଦ୍‍ ପଡ଼ିଲା ତାହାକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି ।

କେବଳ ଗୋଖାଦ୍ୟ ନୁହେଁ ପାଣି ଘେରରେ ଥିବା ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦେବା ଲାଗି ମତପ୍ରକାଶ ପାଉଛି । ବିଶେଷକରି ଯେଉଁସବୁଠାରେ ଲୋକଙ୍କ ଘରେ ପାଣି ପଶିଯାଇଛି ଓ ରୋଷେଇବାସ ହୋଇପାରୁନାହିଁ ସେଠାରେ ତୁରନ୍ତ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020