ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

୫୦୦ ଟପିଲା କରୋନା ମୃତ୍ୟୁ

ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୫୦୦ ଟପିଯାଇଛି । ୨୪ ଘଣ୍ଟା ମଧ୍ୟରେ ୧୧ଜଣ କରୋନା ରୋଗୀଙ୍କ ମୃତ୍ୟୁ ସହିତ ମୋଟ କରୋନା ମୃତ୍ୟୁ ସଂଖ୍ୟା ୫୦୩ ରେ ପହଞ୍ଚିଥିବାବେଳେ ତାଲିକାରେ ଗଞ୍ଜାମ ଜିଲ୍ଲା ସବୁଠାରୁ ଆଗରେ ରହିଛି ।

ମୃତକ ୧୧ଜଣଙ୍କ ମଧ୍ୟରେ ପୁରୀ, ମୟୁରଭଞ୍ଜ ଓ ଖୋରଧାରୁ ୨ଜଣ କରି ଥିବାବେଳେ ଗଞ୍ଜାମ, ରାୟଗଡା, କନ୍ଧମାଳ, ଜଗତ୍‍ସିଂହପୁର ଓ କଟକରୁ ଜଣେ କରି ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ ସର୍ବାଧିକ ୧୯୧ କରୋନା ମୃତ୍ୟୁ ଘଟିଥିବାବେଳେ ଖୋରଧାରେ ୬୭, ସୁନ୍ଦରଗଡରେ ୩୬, କଟକରେ ୩୨, ରାଗୟଡାରେ ୨୫, ଗଜପତିରେ ୧୮, ପୁରୀରେ ୧୫, କନ୍ଧମାଳରେ ୧୧ଜଣ ମୃତ୍ୟୁବରଣ କରିଛନ୍ତି । ଦେବଗଡ, ବୌଦ ଓ ନୂଆପଡା ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଗୋଟିଏ ହେଲେ କରୋନା ମୃତ୍ୟୁ ଘଟିନାହିଁ ।

ସେହିଭଳି ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୨୯ ଜିଲ୍ଲାରୁ ୩୦୨୫ ନୂଆ ଆକ୍ରାନ୍ତ ଚିହ୍ନଟ ପରେ ମୋଟ୍‍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୦୬,୫୬୧ରେ ପହଞ୍ଚିଛି । ତେବେ ପୂର୍ବଭଳି ଖୋରଧା ଏକ ନମ୍ବର ସ୍ଥାନରେ ରହିଛି । ଖୋରଧାରୁ ସର୍ବାଧିକ ୬୬୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୩୧୨, ମୟୁରଭଞ୍ଜରୁ ୨୧୫, ଗଞ୍ଜାମରୁ ୨୦୭ ଚିହ୍ନଟଜଣ ଚିହ୍ନଟ ହୋଇଛନ୍ତି ।

କୋରାପୁଟରୁ ୧୩୯ଜଣ ଚିହ୍ନଟ ହୋଇଥିବାବେଳେ ପୁରୀରୁ ୧୩୬, ଢେଙ୍କାନାଳରୁ ୧୩୨, କେନ୍ଦ୍ରାପଡାରୁ ୧୨୮ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲା ଗୁଡିକରେ କରୋନା ସଂକ୍ରମିତଙ୍କ ତାଲକା ଶହେ ତଳକୁ ଥିବାବେଳେ ସବୁଠାରୁ କମ୍‍ ମାତ୍ର ଜଣେ ଆକ୍ରାନ୍ତ ଦେବଗଡ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ମୋଟ୍‍ ୧,୦୬,୫୬୧ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ୭୭,୨୮୬ଜଣ ଚିକିତ୍ସାପରେ ଘରକୁ ଫେରିଥିବାବେଳେ ୨୮,୭୧୯ଜଣ ବିଭିନ୍ନ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେହିଭଳି ଆଜି ସୁଦ୍ଧା ରାଜ୍ୟରେ ୧୮,୩୯,୮୫୪ଟି କରୋନା ନମୂନା ପରୀକ୍ଷା ହୋଇଥିବାବେଳେ ଏଥିରୁ ୫.୭୯ ପ୍ରତିଶତ ପଜିଟିଭ ଚିହ୍ନଟ ହୋଇଛି ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020