ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଜିଏସ୍‍ଟି କ୍ଷତିପୂରଣ ଅର୍ଥ ମିଳୁନି

କରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟ ସରକାର ଅଧିକରୁ ଅଧିକ ଅର୍ଥ ଆବଶ୍ୟକ କରୁଥିବାବେଳେ କେନ୍ଦ୍ର ସରକାରଙ୍କ ଉପରେ ଜିଏସ୍‍ଟି କ୍ଷତିପୂରଣ ବାବଦକୁ ୩୬୦୦ କୋଟି ଟଙ୍କାରୁ ଅଧିକ ବାକି ପଡିଛି । ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ୪ମାସ ପାଇଁ କେନ୍ଦ୍ର ଉପରେ ଏହି ଅର୍ଥ ରହିଥିବାବେଳେ ଏ ବାବଦରେ ପଇସାଟିଏ ମିଳିନାହିଁ ।

କରୋନା ମହାମାରୀ ପାଇଁ ରାଜ୍ୟରେ ଏପ୍ରିଲ ମାସରେ ଜିଏସ୍‍ଟି ଆଦାୟ ୩୧୬କୋଟି ୨୮ଲକ୍ଷ ଟଙ୍କାର ଥିବାବେଳେ ମଇ ମାସରେ ଏହା ୪୪୦କୋଟି ୬୭ଲକ୍ଷ ଟଙ୍କା ଏବଂ ଜୁନ୍‍ ମାସରେ ୭୫୯କୋଟି ୧୭ଲକ୍ଷ ଟଙ୍କା ଥିଲା । ତେଣୁ ମୋଟାମୋଟି ଭାବେ ଆର୍ଥିକ ବର୍ଷର ପ୍ରଥମ ୩ମାସରେ ରାଜ୍ୟର ଜିଏସ୍‍ଟି ଆଦାୟ ୧୫୧୬କୋଟି ୧୨ଲକ୍ଷ ଟଙ୍କା ଥିଲା । ଜୁଲାଇ ମାସର ଜିଏସ୍‍ଟି କ୍ଷତିପୂରଣ ତାଲିକା ପ୍ରସ୍ତୁତ ଚାଲିଥିବାବେଳେ ତୁରନ୍ତ ଏହା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ । ତେଣୁ ଜୁଲାଇ ସୁଦ୍ଧା ଜିଏସ୍‍ଟି କ୍ଷତିପୂରଣ ବାବଦରେ ରାଜ୍ୟ ସରକାର ପ୍ରାୟ ୩୬୦୦ କୋଟି ଟଙ୍କା ପାଇବାର ଥିବା ଜଣାଯାଇଛି ।

୨୦୧୯-୨୦ ଆର୍ଥିକ ବର୍ଷରେ ଜିଏସ୍‍ଟି କ୍ଷତିପୂରଣ ବାବଦରେ ମୋଟ୍‍ ୫୩୫୬କୋଟି ୫୮ଟଙ୍କା ମିଳିବାର ଥିଲା । କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏ ବାବଦରେ ୫୧୨୨କୋଟି ଟଙ୍କା ମଞ୍ଜୁର ହୋଇସାରିଛି । ତେଣୁ ୨୦୧୯-୨୦ ବର୍ଷର ଜିଏସ୍‍ଟି କ୍ଷତିପୂରଣ ବାବଦରେ ରାଜ୍ୟ ସରକାର କେନ୍ଦ୍ରରୁ ଆହୁରି ୨୩୪କୋଟି ୫୮ଲକ୍ଷ ଟଙ୍କା ପାଇବାର ଅଛି । ଯେହେତୁ ଏ ନେଇ ଏଜିଙ୍କ ଦପ୍ତର ପକ୍ଷରୁ ଅଡିଟ୍‍ ସାର୍ଟିଫିକେଟ ଜାରି ହୋଇସାରିଛି ତେଣୁ କେନ୍ଦ୍ର ସରକାର ତୁରନ୍ତ ଏହି ଅର୍ଥ ପ୍ରଦାନ କରିବା ଆବଶ୍ୟକ ବୋଲି ଅଧିକାରୀମାନେ କହୁଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ୨୦୧୮-୧୯ବର୍ଷରେ ଜିଏସ୍‍ଟି କ୍ଷତିପୂରଣ ବାବଦରେ ୪୨୪୧କୋଟି ୮ଲକ୍ଷ ଟଙ୍କାର ପାଇବାପାଇଁ ଏଜିଙ୍କ ପକ୍ଷରୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏଥି ମଧ୍ୟରୁ ଓଡିଶା ସରକାର ୩୭୫୮କୋଟି ଟଙ୍କା ପାଇଥିବାବଳେ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ଆଉ ୪୫୬କୋଟି ୮ଲକ୍ଷ ଟଙ୍କା ପ୍ରଦାନ କରିନାହାନ୍ତି । ଏ ନେଇ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ଅର୍ଥ ମନ୍ତ୍ରାଳୟକୁ ଅନୁରୋଧ କରୁଛନ୍ତି ।

ବାକିଆ ପଡିଥିବା ପୂର୍ବବର୍ଷର ଜିଏସ୍‍ଟି କ୍ଷତିପୂରଣ ଓ ଚଳିତ ଆର୍ଥିକ ବର୍ଷର କ୍ଷତିପୂରଣ ବାବଦରେ କେନ୍ଦ୍ର ସରକାରଙ୍କ ଉପରେ ମୋଟ ୪୨୦୦ କୋଟି ଟଙ୍କା ହୋଇଗଲାଣି । ପ୍ରତିମାସରେ ଏହି ପରିମାଣ ବଢି ଚାଲିଥିବାବେଳେ କେନ୍ଦ୍ର ଅର୍ଥ ମଞ୍ଜୁର କରୁନଥିବାରୁ ରାଜ୍ୟ ସରକାର ଚିନ୍ତାରେ ପଡିଛନ୍ତି । ଇତି ମଧ୍ୟରେ ବର୍ତ୍ତମାନର ରାଜ୍ୟସ୍ୱ ଆନୁପାତିକ ହାରରେ କେନ୍ଦ୍ର ଜିଏସ୍‍ଟି କ୍ଷତିପୂରଣ ଦେବା ଅବସ୍ଥାରେ ନାହିଁ ବୋଲି କେନ୍ଦ୍ର ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେ କହିବାପରେ ରାଜ୍ୟର ଚିନ୍ତା ଆହୁରି ବଢିଯାଇଛି । ଏଭଳି ସ୍ଥିତି ରାଜ୍ୟରେ ଆର୍ଥିକ ସଙ୍କଟ ସୃଷ୍ଟି କରିଥିବାବେଳେ ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜିଏସ୍‍ଟି ବୈଠକରେ ଏହି ପ୍ରସଙ୍ଗ ଉଠିବାର ସମ୍ଭାବନା ରହିଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020