ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ବୟନଶିଳ୍ପ କାରିଗରଙ୍କୁ କାମ ଦିଅ

ଓଡ଼ିଶାର କୁଶଳୀ କାରିଗରମାନେ ଗୁଜରାଟ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ହରିଆନା, ଆଦି ରାଜ୍ୟର ବୟନଶିଳ୍ପକୁ ସମୃଦ୍ଧ କରି ସେ ସବୁ ରାଜ୍ୟର ଆର୍ଥିକ ବିକାଶ ଘଟାଇବାରେ ପ୍ରମୁଖ ଅଂଶ ଗ୍ରହଣ କରୁଥିବା ବେଳେ ଓଡ଼ିଶାରେ କିନ୍ତୁ ବୟନ ଓ ହସ୍ତଶିଳ୍ପର ଆଖିଦୃଶିଆ ବିକାଶ ହୋଇପାରୁନାହିଁ । କରୋନାରେ କଲବଲ ହୋଇ ଓଡ଼ିଶା ଫେରୁଥିବା ବୟନଶିଳ୍ପ କାରିଗର ଓ ଶ୍ରମିକମାନଙ୍କୁ ଏ କ୍ଷେତ୍ରରେ କାମ ଯୋଗାଇ ଦିଆଯାଇପାରିଲେ ସେମାନଙ୍କ ଆର୍ଥିକ ବିକାଶ ସହିତ ରାଜ୍ୟର ଆର୍ଥିକ ସମୃଦ୍ଧି ଆସିପାରନ୍ତା ବୋଲି ଅର୍ଥନୀତି ବିଶ୍ଳେଷକମାନେ ମତ ଦେଉଛନ୍ତି ।

ଏବେ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଥିବା ପରିପ୍ରେକ୍ଷୀରେ ଏହି ଚିତ୍ର ପଦାକୁ ଆସିଛି । ଅବଶ୍ୟ ପୂର୍ବରୁ ନୀତି ଆୟୋଗ ପକ୍ଷରୁ ସୂଚାଇ ଦିଆଯାଇଥିଲା ଯେ ହସ୍ତତନ୍ତ, ହସ୍ତଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଲାଗି ଓଡ଼ିଶାରେ ବ୍ୟାପକ ଭିତ୍ତିଭୂମି ରହିଛି ଓ ଏହାର ସଠିକ୍‍ ଉପଯୋଗ କରାଯାଇପାରିଲେ ଓଡ଼ିଶାର ଦ୍ରୁତ ଆର୍ଥିକ ବିକାଶ ହୋଇପାରିବ ।

ସରକାରୀ ହିସାବ ଅନୁଯାୟୀ ରାଜ୍ୟରେ ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ହସ୍ତତନ୍ତ ବୁଣାକାର ଥିବା ବେଳେ ଲକ୍ଷାଧିକ ହସ୍ତଶିଳ୍ପୀ କାରିଗର ଅଛନ୍ତି । ମୋଟାମୋଟି ଭାବେ ଏବେ ବି ଓଡ଼ିଶାରେ ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରରେ ପ୍ରାୟ ୩ ଲକ୍ଷ ଶିଳ୍ପୀ ଥିବା ଅନୁମାନ କରାଯାଉଛି । ଉତ୍‍କର୍ଷ କଳାର ରାଜ୍ୟ ବୋଲି ଓଡ଼ିଶାର ଅନ୍ୟ ନାମ ଉତ୍‍କଳ । ଏକଦା ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର ଚାହିଦା ବିଦେଶରେ ଢେର୍‍ ଥିଲା । କିନ୍ତୁ ବ୍ରିଟିଶ୍‍ ଶାସନ ସମୟରୁ ଉଭୟ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ଏକପ୍ରକାର ହତ୍ୟା କରାଯାଉଥିବା ବେଳେ ସ୍ୱାଧୀନତା ଆନ୍ଦୋଳନ ସମୟରେ ସ୍ୱଦେଶୀ ଜାଗରଣ ଏହାକୁ ବଞ୍ଚାଇବା କ୍ଷେତ୍ରରେ ପ୍ରମୁଖ ଭୂମିକା ନିଭାଇଥିଲା ।

ରାଜ୍ୟରେ ଏକଦା ଦେଢ଼ ଲକ୍ଷରୁ ଅଧିକ ବୁଣାକାର ପରିବାର ଥିଲେ । ଏବେ କିନ୍ତୁ ଏହି ପରିବାର ସଂଖ୍ୟା କମି କମି ୫୦ହଜାର ମଧ୍ୟରେ ସୀମିତ ରହିଛି । ଯେତିକି ବୁଣାକାର ଅଛନ୍ତି ସେମାନଙ୍କୁ ପର୍ଯ୍ୟାପ୍ତ କାମ ମିଳୁନଥିବା ଏବଂ ଓଡ଼ିଶାରେ ଉତ୍ପାଦିତ ହସ୍ତତନ୍ତ ସାମଗ୍ରୀର ବିଦେଶରେ, ଦେଶର ଅନ୍ୟ ରାଜ୍ୟରେ ବିପଣନ ଲାଗି ବ୍ୟାପକ ବ୍ୟବସ୍ଥା ହୋଇପାରୁନଥିବାରୁ ଓଡିଶୀ ହସ୍ତତନ୍ତ ଉଧେଇ ପାରୁନାହିଁ । ଏହାଛଡ଼ା କଳତନ୍ତରେ ସମ୍ବଲପୁରୀଠାରୁ ମାଣିଆବନ୍ଧ ପର୍ଯ୍ୟନ୍ତ ବିଭିନ୍ନ ଡିଜାଇନ୍‍ର ଶାଢ଼ୀ ଓ ଅନ୍ୟ କପଡ଼ା ପ୍ରସ୍ତୁତ କରି ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ଓଡ଼ିଶାରେ ଢେର୍‍ ଶସ୍ତା ଦରରେ ବିକୁଥିବାରୁ ଏହି ଦୋନମ୍ବରୀ ପଦାର୍ଥ ସହିତ ବୁଣାକାରଙ୍କ ହାତ ତିଆରି ହସ୍ତତନ୍ତ ସାମଗ୍ରୀ ବଜାରରେ ପ୍ରତିଯୋଗିତା କରିପାରୁନାହିଁ ।

ଉତ୍‍କଳିକା ମାଧ୍ୟମରେ ହସ୍ତଶିଳ୍ପ ଓ ବୟନିକା ମାଧ୍ୟମରେ ହସ୍ତତନ୍ତର ବିକାଶ ଓ ବିପଣନ ପାଇଁ ସରକାର ବ୍ୟାପକ ବ୍ୟବସ୍ଥା କରୁଛନ୍ତି । ଏହା ସତ୍ତେ୍ୱ ବି ରାଜ୍ୟରୁ ବାର୍ଷିକ ୫ କୋଟି ଟଙ୍କାର ହସ୍ତତନ୍ତ କି ହସ୍ତଶିଳ୍ପ ସାମଗ୍ରୀ ବିଦେଶକୁ ରପ୍ତାନି ହୋଇପାରୁନାହିଁ । ସରକାରୀ ହିସାବ ମୁତାବକ ଭାରତରୁ ବିଦେଶକୁ ଯେତେ ପରିମାଣର ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ରପ୍ତାନି ହେଉଛି ତାହାର ୧ ପ୍ରତିଶତ ବି ଓଡ଼ିଶାରୁ ଯାଉନାହିଁ ।

ଏ ପରିପ୍ରେକ୍ଷୀରେ ଅନେକ ହସ୍ତତନ୍ତ ଓ ହସ୍ତଶିଳ୍ପ ପରିବାର କୌଳିକ ବୃତ୍ତି ଛାଡ଼ୁଛନ୍ତି ଓ କେତେକ ଅନ୍ୟ ରାଜ୍ୟରେ ଯାଇ କାମ କରୁନ୍ତି । ଓଡ଼ିଶା ପାଇଁ ବାର୍ଷିକ ୨୦ହଜାର କୋଟି ଟଙ୍କାରୁ ଊଦ୍ଧ୍ୱର୍ ମୂଲ୍ୟର କପଡ଼ା ଆବଶ୍ୟକ ପଡ଼ୁଥିବା ବେଳେ ରାଜ୍ୟ ଭିତରେ ହଜାରେ କୋଟି ଟଙ୍କାର କପଡ଼ା ବି ଉତ୍ପାଦିତ ହୋଇପାରୁନାହିଁ । ତେଣୁ କପଡ଼ା ଉତ୍ପାଦନ କ୍ଷେତ୍ରରେ ରାଜ୍ୟକୁ ସ୍ୱାବଲମ୍ବୀ କରାଯାଇପାରିଲେ ବ୍ୟାପକ କର୍ମନିଯୁକ୍ତି ସହ ଆର୍ଥିକ ବିକାଶ ଘଟିପାରିବ ବୋଲି ଅର୍ଥନୀତି ବିଶାରଦମାନେ କହୁଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020