ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

କୃଷି ଭିତ୍ତିଭୂମି ପାଇଁ ଏକ ଲକ୍ଷ କୋଟି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ନୂତନ କେନ୍ଦ୍ରୀୟ ଯୋଜନା ଆରମ୍ଭ କରି କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ ବିଭିନ୍ନ କୃଷି ଭିତ୍ତିକ ଭିତ୍ତିଭୂମି ସୃଷ୍ଟି ପାଇଁ ଏକ ଲକ୍ଷ କୋଟି ଟଙ୍କା ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ଏହି ଯୋଜନା ଦ୍ୱାରା ଚାଷୀ, ପ୍ୟାକ୍ସ, ଏଫ୍‌ପିଓ, କୃଷି ଉଦ୍ୟୋଗୀ ଆଦି ଉପକୃତ ହେବେ ।

ଅମଳ ପରବର୍ତ୍ତୀ ଫସଲ ପରିଚାଳନା ଓ ସଂରକ୍ଷଣ ତଥା ଚାଷୀ ସମୁଦାୟ ଦ୍ୱାରା ବିଭିନ୍ନ ପ୍ରକାର କୃଷିଭିତ୍ତିକ ନିର୍ମାଣ ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ । ଏହା ଫଳରେ ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ସାଇତି ରଖିବା ସହ ପରବର୍ତ୍ତୀ ସମୟରେ ଅଧିକ ଦାମରେ ବିକିବାକୁ ସକ୍ଷମ ହେବେ । ଉତ୍ପାଦିତ ସାମଗ୍ରୀର ପ୍ରକ୍ରିୟାକରଣ ଓ ମାନ ବୃଦ୍ଧି ସହିତ ସେସବୁକୁ ମଧ୍ୟ ଅପଚୟରୁ ରକ୍ଷା କରିପାରିବେ ।

କ୍ୟାବିନେଟ ଅନୁମୋଦନର ୩୦ ଦିନ ଭିତରେ ଆଜି କୃଷି ଭିତ୍ତିଭୂମି ପାଣ୍ଠିରୁ ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଏକ ହଜାର କୋଟି ଟଙ୍କା ୨୨୮୦ ଚାଷୀ ସମବାୟ ସମିତିକୁ ପ୍ରଦାନ କରିଛନ୍ତି । ଭିଡିଓ କନ୍‌ଫରେନ୍‌ସିଂ ବ୍ୟବସ୍ଥାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ଲକ୍ଷ ଲକ୍ଷ ଚାଷୀ, ଏଫ୍‌ପିଓ, କୋଅପରେଟିଭ ଓ ପ୍ୟାକ୍ସର ସଦସ୍ୟ ଏବଂ ନାଗରିକ ଭାଗ ନେଇଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ ପିଏମ-କିସାନ ଯୋଜନାର ଷଷ୍ଠ କିସ୍ତିରେ ୮.୫ କୋଟି ଚାଷୀଙ୍କ ପାଇଁ ୧୭ ହଜାର କୋଟି ଟଙ୍କା ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ବଟନ ଚିପିବା ମାତ୍ରେ ଏହି ନଗଦ ସୁବିଧା ସଂପୃକ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଯାଇଥିଲା । ଏହି ପର୍ଯ୍ୟାୟ ସହିତ ସରକାର ମୋଟ  ହଜାର କୋଟିରୁ ଅଧିକ ଟଙ୍କା ୧୦  କୋଟି ଚାଷୀଙ୍କୁ ୨୦୧୮ ଡିସେମ୍ବର ପହିଲାରୁ ଯୋଗାଇଦେଲେଣି । ଡିସେମ୍ବର ପହିଲା ୨୦୧୮ରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକ, ଗୁଜରାଟ ଓ ମଧ୍ୟପ୍ରଦେଶର ଟି ପ୍ରାଥମିକ କୃଷି ଋଣ ସମବାୟ ସମିତିର ପ୍ରତିନିଧିଙ୍କ ସହ ଭର୍ଚୁଆଲ ବ୍ୟବସ୍ଥାରେ କଥାବାର୍ତ୍ତା କରିଥିଲେ । ଏମାନଙ୍କ ମଧ୍ୟରେ ସମସ୍ତେ ଏହି ଯୋଜନାର ପ୍ରାରମ୍ଭିକ ହିତାଧିକାରୀ । ପ୍ରଧାନମନ୍ତ୍ରୀ ସେମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ଏହି ଋଣ ଅର୍ଥ କିପରି ବିନିଯୋଗ କରିବେ ସେ ବିଷୟରେ ପଚାରି ବୁଝିଥିଲେ । ସଂପୃକ୍ତ ଅର୍ଥରେ ଗୋଦାମ ନିର୍ମାଣ, ଉତ୍ପାଦିତ ଫସଲର ସଟିଂ ଓ ଗ୍ରେଡିଂ ଯନ୍ତ୍ର ବସାଇବାକୁ ଖର୍ଚ୍ଚ କରାଯିବ ବୋଲି ସେମାନେ କହିଥିଲେ । ଏହାଫଳରେ ଉତ୍ପାଦିତ ସାମଗ୍ରୀକୁ ଅଧିକ ମୂଲ୍ୟରେ ବିକ୍ରି କରିହେବା ଘେନି ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ପ୍ରାଥମିକ କୃଷି ଋଣ ସମିତିର ସଦସ୍ୟଙ୍କ ସହ କଥୋପକଥନ ପରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଥିଲେ । ଏହି ଯୋଜନା ଦ୍ୱାରା ଚାଷୀ ଓ କୃଷି ଉଦ୍ୟୋଗ କିପରି ଉପକୃତ ହୋଇପାରିବ ସେ ବିଷୟରେ କହିଥିଲେ । ଏହି ଯୋଜନାରେ ଚାଷୀଙ୍କୁ ଆର୍ଥିକ ଲାଭ ମିଳିବା ସହ ଦେଶରେ କୃଷି ଉତ୍ପାଦନ ବୃଦ୍ଧି ପାଇବ ଏବଂ ଭାରତ କୃଷିଜାତ ସାମଗ୍ରୀ କ୍ଷେତ୍ରରେ ବିଦେଶୀ ବଜାରରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସକ୍ଷମ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ପାଦନ ପରବର୍ତ୍ତୀ ଫସଲ ପରିଚାଳନା ପାଇଁ ଭାରତରେ ବିପୁଳ ସୁଯୋଗ ସୁବିଧା ରହିଛି । ଦେଶରେ ଅଧିକରୁ ଅଧିକ ପଣ୍ୟାଗାର, କୋଲ୍‌ଡ ଚେନ୍‌, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ବ୍ୟବସ୍ଥା ଆଦି ନିର୍ମାଣ ଦ୍ୱାରା ଏ କ୍ଷେତ୍ରରେ ଏକ ବଡ ଧରଣର ପରିବର୍ତ୍ତନ ଆସିବ । ଏହା ଫଳରେ ସରକାରୀ ଯୋଜନାର ସୁଯୋଗ ନେଇ ଉଦ୍ୟୋଗୀମାନେ ଷ୍ଟାର୍ଟଅପ୍‌ ସ୍ଥାପନ କରିବା ସହିତ କୃଷି କ୍ଷେତ୍ରରେ ଏକ ନୂଆ ପରିବେଶ ସୃଷ୍ଟି କରିପାରିବେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପିଏମ-କିସାନ ଯୋଜନାର କାର୍ଯ୍ୟକାରିତା ଘେନି ସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଏହି ଯୋଜନାରେ ଯେତେ ଚାଷୀଙ୍କ ପାଖରେ ଅର୍ଥ ପହଞ୍ଚୁଛି ସେମାନଙ୍କ ସଂଖ୍ୟା ଏକାଧିକ ଦେଶର ମିଳିତ ଲୋକ ସଂଖ୍ୟାଠାରୁ ଅଧିକ । ଏହି ଯୋଜନାର କାର୍ଯ୍ୟକାରିତାରେ ରାଜ୍ୟମାନେ ଉତ୍ତମ ସହଯୋଗ କରିଥିବାରୁ ସେ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

କୃଷି ଭିତ୍ତିଭୂମି ପାଣ୍ଠି ଏକ ମାଧ୍ୟମ ଯାହା ଅମଳ ପରବର୍ତ୍ତୀ ଫସଲ ପରିଚାଳନା ଓ ସଂରକ୍ଷଣ ପାଇଁ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି କରିବାକୁ ଉଦ୍ଦିଷ୍ଟ । ଏହା ମଧ୍ୟ କୋଠ ଚାଷ ବା କମ୍ୟୁନିଟି ଫାର୍ମିଂ ନିମନ୍ତେ ସ୍ଥାୟୀ ସମ୍ବଳ ସୃଷ୍ଟି କରିବାକୁ ଅଭିପ୍ରେତ । କୃଷି ଭିତ୍ତିଭୂମି ପାଣ୍ଠିରୁ ସରକାର ଯେଉଁ ଅର୍ଥ ଋଣ ଆକାରରେ ଯୋଗାଇବେ ତା ଉପରେ ହିତାଧିକାରୀ ଉଭୟ ସୁଧ ରିଆତି ଓ ଋଣ ଗ୍ୟାରେଣ୍ଟି ସୁବିଧା ପାଇବେ ।

ଏହି ଯୋଜନାର କାର୍ଯ୍ୟକାଳ ୨୦୨୦ ଆର୍ଥିକ ବର୍ଷରୁ ୨୦୨୯ ବା ୧୦ ବର୍ଷ ରଖାଯାଇଛି । ଏହି ଯୋଜନାରେ ବିଭିନ୍ନ ବ୍ୟାଙ୍କ ଓ ବିତ୍ତୀୟ ଅନୁଷ୍ଠାନ ସଂପୃକ୍ତ ହିତାଧିକାରୀଙ୍କୁ ଏକଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇଦେବେ । ବାର୍ଷିକ ଋଣ ଉପରେ ସୁଧରେ  ଶତାଂଶ ଛାଡ ମିଳିବ । ଗୋଟିଏ ଗୋଟିଏ ପ୍ରକଳ୍ପ ପାଇଁ ସର୍ବାଧିକ  କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେବାକୁ ସରକାର ସଂପୃକ୍ତ ଅର୍ଥଲଗାଣକାରୀ ସଂସ୍ଥାକୁ ଗ୍ୟାରେଣ୍ଟି ପ୍ରଦାନ କରିବେ ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020