ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଦିନକରେ ରେକର୍ଡ ୧୩ ମୃତ

କରୋନା ମୃତ୍ୟୁରେ ରାଜ୍ୟରେ ନୂଆ ରେକର୍ଡ ହୋଇଛି । ଗୋଟିଏ ଦିନରେ କରୋନାରେ ରେକର୍ଡ ୧୩ଜଣଙ୍କ ମୁଣ୍ଡ ଗଡିବା ସହିତ ରାଜ୍ୟରେ ମୋଟ୍‍ କରୋନା ମୃତ୍ୟୁସଂଖ୍ୟା ୨୭୨ରେ ପହଞ୍ଚିଛି । ତାଲିକାରେ ୧୩୧ କରୋନା ମୃତ୍ୟୁ ସହିତ ୨୪ଘଣ୍ଟାରେ ଗଞ୍ଜାମରେ ସର୍ବାଧିକ ୬ଜଣ ମୃତ୍ୟୁବରଣ କରିଛନ୍ତି ।

ସେହିଭଳି ମୃତ ୧୩ଜଣଙ୍କ ମଧ୍ୟରେ ଖୋରଧା ଓ କୋରାପୁଟର ୨ଜଣ କରି ଥିବାବେଳେ ବାଲେଶ୍ୱର, ବରଗଡ ଓ ନୟାଗଡ ଜିଲ୍ଲାରୁ ଜଣେ କରି ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଉ ୨ଜଣ ମୃତ୍ୟୁ ସହିତ ଖୋରଧା ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ଦ୍ୱିତୀୟ ସର୍ବାଧିକ ୩୫ରେ ପହଞ୍ଚିଛି ।

ଅନ୍ୟ ପକ୍ଷରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ତାଲିକା ୪୬ହଜାର ନିକଟରେ ପହଞ୍ଚିଛି । ଗୋଟିଏ ଦିନର ୨୯ ଜିଲ୍ଲାରୁ ୧୭୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହେବାପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭ ହୋଇଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭୫ଜଣ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର ହୋଇଥିବାବେଳେ ୬୫୯ ଲୋକାଲ କେସ୍‍ ।

ନୂଆ କରୋନା ଚିହ୍ନଟ ତାଲିକାରେ ଖୋରଧା ଜିଲ୍ଲା ସବୁଠାରୁ ଆଗରେ ରହିଛି । ଏହି ଜିଲ୍ଲାରେ ସର୍ବାଧିକ ୩୪୨ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମରେ ୨୨୨, କଟକରେ ୧୭୭, ସୁନ୍ଦରଗଡରେ ୧୨୬ ଓ ନୟାଗଡରେ ୧୦୬ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଗଜପତିରେ ୮୫, ବାଲେଶ୍ୱରରେ ୭୩, କେରାପୁଟରେ ୬୦, କନ୍ଧମାଳରେ ୫୯, ଭଦ୍ରକରେ ୫୮, ପୁରୀରେ ୫୫, ମାଲକାନଗିରିରେ ୫୨ ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫୦ତଳକୁ ଥିବାବେଳେ ସବୁଠାରୁ କମ୍‍ କେନ୍ଦ୍ରାପଡାରେ ୨ଜଣ, ଅନୁଗୁଳରେ ୪, ଦେବଗଡରେ ୫, ବଲାଙ୍ଗିର ଓ ଝାରସୁଗୁଡାରେ ୬ଜଣ କରି ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଚିହ୍ନଟ ହୋଇଥିବା ମୋଟ୍‍ ୪୫,୯୨୭ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଆଜି ସୁଦ୍ଧା ୩୦,୨୪୧ ସୁସ୍ଥହୋଇ ଘରକୁ ଫେରିଥିବାବେଳେ ୧୫,୩୬୫ଜଣ ବିଭିନ୍ନ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେହିଭଳି ଆଜି ସୁଦ୍ଧା ରାଜ୍ୟରେ ୬,୫୦,୧୮୩ କୋଭିଡ ନମୂନା ପରୀକ୍ଷା ହୋଇଥିବାବେଳେ ଏଥିରୁ ୭.୦୬ ପ୍ରତିଶତ ନମୂନା ପଜିଟିଭ ଆସିଥିବା ଜଣାଯାଇଛି । ଅନ୍ୟ ପକ୍ଷରେ ରାଜ୍ୟରେ ମହିଳା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୦ ପ୍ରତିଶତରେ ପହଞ୍ଚିଛି ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020