ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

କମ୍ପ୍ୟୁଟର ଲାବ ପୁନରୁଦ୍ଧାର କର

ସରକାରୀ ବିଦ୍ୟାଳୟଗୁଡିକରେ ଏବେ ଅନ୍‍ଲାଇନ୍‍ ଶିକ୍ଷା ଆରମ୍ଭ ହୋଇଥିବାବେଳେ ଦୁଇ ହଜାରରୁ ଅଧିକ ବିଦ୍ୟାଳୟରେ ଥିବା କମ୍ପ୍ୟୁଟର ଭିତ୍ତିଭୂମି କିନ୍ତୁ ଖତ ହୋଇଗଲାଣି । ଏଗୁଡିକ ସଚଳ କରାଯାଇ ପାରିଲେ ଅନ୍‍ଲାଇନ୍‍ ପାଠପଢାରେ ବେଶ୍‍ ସହାୟକ ହେବ ବୋଲି ଶିକ୍ଷକ ଶିକ୍ଷୟତ୍ରୀମାନେ ମତ ଦେଉଛନ୍ତି ।

ଆଇସିଟି ଯୋଜନାରେ ରାଜ୍ୟର ହାଇସ୍କୁଲ ଗୁଡିକରେ କମ୍ପ୍ୟୁଟର ଶିକ୍ଷା ଆରମ୍ଭ ହୋଇଥିବାବେଳେ କେନ୍ଦ୍ର ସରକାର ଏଥିପାଇଁ ଅର୍ଥ ଯୋଗାଇ ଦେଇଥିଲେ । ଏହି ଯୋଜନାରେ ପ୍ରାୟ ଦୁଇ ହଜାର ହାଇସ୍କୁଲକୁ ଅର୍ନ୍ତଭୁକ୍ତ କରାଯାଇଥିଲା । ପ୍ରତ୍ୟେକ ବିଦ୍ୟାଳୟକୁ କମ୍ପ୍ୟୁଟର, ପ୍ରିଣ୍ଟର, ପ୍ରୋଜେକ୍ଟର, ଇଣ୍ଟରନେଟ୍‍ ସଂଯୋଗ ସହିତ ଜେନେରେଟର ବି ମିଳିଥିଲା । ଏହି ଯୋଜନାର ସୁପରିଚାଳନା ପାଇଁ ଘରୋଇ ସଂସ୍ଥାକୁ ନିୟୋଜିତ କରାଯାଇଥିଲା । ତଦନୁଯାୟୀ ରାଜ୍ୟ ବାହାରର ସଂସ୍ଥା ବିଭିନ୍ନ ହାଇସ୍କୁଲରେ କମ୍ପ୍ୟୁଟର ସଂଯୋଜକମାନଙ୍କୁ ନିୟୋଜିତ କରିଥିଲେ ।

ହେଲେ ପ୍ରଥମେ କିଛି ବର୍ଷ ଠିକଣା ଭାବେ ପାଉଣା ଦେବାପରେ କମ୍ପ୍ୟୁଟର ସଂଯୋଜକଙ୍କ ପାଉଣା ବଢିନଥିଲା କି ନିୟମିତ ପାଉଣା ମିଳିନଥିଲା । ଏହାକୁ ନେଇ କେତେକ ସ୍ଥାନରେ ଧାରଣା ଧର୍ମଘଟର ଦେଖାଦେବାରୁ କର୍ତ୍ତୃପକ୍ଷ ରାତାରାତି ନୂଆ ସଂଯୋଜକ ନିଯୁକ୍ତ କରିଥିଲେ । ପରବର୍ତ୍ତୀ ଅବସ୍ଥାରେ ସେମାନଙ୍କ କ୍ଷେତ୍ରରେ ବି ସେଇଆ ଘଟିଥିଲା ।

ତେବେ ଘରୋଇ ସଂସ୍ଥା କମ୍ପ୍ୟୁଟର ଲାବ୍‍ ପରିଚାଳନା ସମୟରେ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ଶିକ୍ଷା ଦେବା ସହିତ ସମ୍ପୃକ୍ତ ବିଦ୍ୟାଳୟର କିଛି ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ବି ତାଲିମ ଦେବାର ବ୍ୟବସ୍ଥା ଥିଲା । ଯୋଜନାର ସର୍ତ୍ତ ଅନୁଯାୟୀ ଘରୋଇ ସଂସ୍ଥାର ଚୁକ୍ତିନାମା ସରିଲାପରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ଏହାକୁ ପରିଚାଳନା କରିବେ ।

ହେଲେ ସଂଖ୍ୟାଧିକ ହାଇସ୍କୁଲରେ ଶିକ୍ଷକ ଶିକ୍ଷୟତ୍ରୀମାନେ ତାଲିମ ନେଲେନାହିଁ । ଯେଉଁମାନେ ତାଲିମ ନେଲେ ପରବର୍ତ୍ତୀ ସମୟରେ ସେମାନଙ୍କର ଅନ୍ୟତ୍ର ବଦଳି ହୋଇଗଲା ନଚେତ କାମ ନଜାଣିବାର ବାହାନା କରି ପିଲାଙ୍କୁ କମ୍ପ୍ୟୁଟର ପାଠ ପଢାଇଲେ ନାହିଁ । ଫଳରେ କୋଟି କୋଟି ଟଙ୍କା ବ୍ୟୟରେ ତିଆରି କମ୍ପ୍ୟୁଟର ଲାବ୍‍ ଖତ ହୋଇଗଲା ।

ଇଣ୍ଟରନେଟ୍‍ ସହିତ କମ୍ପ୍ୟୁଟର, ଜେନେରେଟର ଆଦି ରହିଥିବାରୁ ବର୍ତ୍ତମାନ ସ୍ଥିତିରେ ଅନ୍‍ଲାଇନ୍‍ ପାଠପଢାରେ ଏହା ବେଶ୍‍ ସହାୟକ ହୋଇଥାନ୍ତା । ହେଲେ ଅଚଳ ଲାବ୍‍ରୁ ପଇସାଟିଏର ଫାଇଦା ମିଳୁନାହିଁ । କମ୍ପ୍ୟୁଟର ଉପରେ ଧୂଳି ଜମିବା ସହିତ ଅନେକ ଖରାପ ହୋଇ ପଡିଛି । ହାଇସ୍କୁଲ ଛାତ୍ରଛାତ୍ରୀ ବି କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି ।

ତେଣୁ ବର୍ତ୍ତମାନ ସ୍ଥିତିରେ ରାଜ୍ୟ ସରକାର ଏହି ଲାବ୍‍ ଗୁଡିକର ପରିଚାଳନା ଭାର ନିଜ ହାତକୁ ନେବା ସହିତ ଅନ୍‍ଲାଇନ୍‍ ପାଠପଢାରେ ଏହାକୁ ବ୍ୟବହାର ଲାଗି ମତପ୍ରକାଶ ପାଉଛି । ଏଥିଯୋଗୁଁ ସରକାରୀ ବିଦ୍ୟାଳୟରେ ଅନ୍‍ଲାଇନ୍‍ରେ ପାଠପଢା ପାଇଁ ସେଭଳି ଅର୍ଥ ବ୍ୟୟ କରିବାକୁ ପଡିବ ନାହିଁ ବରଂ ଏହା ଫଳରେ କିଛି କମ୍ପ୍ୟୁଟର ଡିଗ୍ରୀଧାରୀଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020