ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ସାନିଟାଇଜ କାର୍ଯ୍ୟ ଜୋରଦାର

ଲୋକସେବା ଭବନରୁ ଏକାଧିକ କରୋନା ପଜିଟିଭ ବାହାରିବା ପରେ ଏହାକୁ ଜୋରଦର ଭାବେ ସାନିଟାଇଜ କରାଯାଉଛି । ଆଜି ଅର୍ଥ, ପୂର୍ତ୍ତ ସହିତ ଆଉ କେତେକ ବିଭାଗରେ ସାନିଟାଇଜ ହୋଇଥିବାବେଳେ ଏହା ଜାରି ରହିବ ବୋଲି ସୂଚନା ମିଳିଛି ।

ତେବେ ଲୋକସେବା ଭବନର କର୍ମଚାରୀଙ୍କର ହୋଇଥିବା କରୋନା ପରୀକ୍ଷାରୁ ଆଉ ଦୁଇ ପଜିଟିଭ ବାହାରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଅର୍ଥ ବିଭାଗରୁ ପଜିଟିଭ ଚିହ୍ନଟ ହୋଇଥିବା ଦୁଇଜଣ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି ।

ଉଲ୍ଲେଖନୀୟ ଯେ ପ୍ରଥମେ ପଞ୍ଚାୟତିରାଜ ବିଭାଗ, ଅର୍ଥ ବିଭାଗ, ମତ୍ସ୍ୟ ଓ ପଶୁ ସମ୍ପଦ ଏବଂ ଶକ୍ତି ବିଭାଗରୁ ଜଣେ କରି ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରୁ ଏକାଦିନେ ୧୦ ପଜିଟିଭ ବାହାରିଥିଲେ । ଏହାପରେ ବିଭାଗକୁ ସିଲ୍‍ କରାଯିବା ସହିତ ଏକାଧିକ ବ୍ୟକ୍ତିଙ୍କର କରୋନା ପରୀକ୍ଷା ହୋଇଥିଲା । ତେବେ ଏଥିରୁ ମାତ୍ର ଜଣେ ପଜିଟିଭ ବାହାରିଥିବା ସୂଚନା ମିଳିଛି ।

ଲୋକସେବା ଭବନରେ କରୋନା ଚିହ୍ନଟ ପରେ ସଚିବାଳୟ ସେବା ସଂଘର ସାଧାରଣ ସମ୍ପାଦକ ବିବେକାନନ୍ଦ ସାମଲ କର୍ମଚାରୀମାନଙ୍କର କରୋନା ପରୀକ୍ଷା ଲୋକସେବାଭବନ ପରିସରରେ କରିବାପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଲେଖିଥିଲେ । ତେବେ କର୍ମଚାରୀମାନେ କ୍ୟାପିଟାଲ ହସ୍ପିଟାଲରେ ଏହି ପରୀକ୍ଷା କରାଇପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା ।

ଏବେ ଏକାଧିକ କର୍ମଚାରୀଙ୍କ ଠାରୁ କରୋନା ଚିହ୍ନଟ ପରେ ଶ୍ରୀ ସାମଲ ପୁଣିଥରେ ଲୋକସେବା ଭବନ ପରିସରରେ ସମୂହ ପରୀକ୍ଷା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖିଛନ୍ତି । କର୍ମଚାରୀମାନେ କ୍ୟାପିଟାଲ ହସ୍ପିଟାଲ ଯିବାକୁ ରାଜି ହେଉନଥିବା ଏବଂ ସୁରକ୍ଷା ଦୃଷ୍ଟିରୁ ଲୋକସେବା ଭବନ ପରିସରରେ ପରୀକ୍ଷା ବ୍ୟବସ୍ଥା ପାଇଁ ସେ କହିଛନ୍ତି । ଏଥି ସହିତ ଯେତେ ସମ୍ଭବ କମ୍‍ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାମ କରାଗଲେ ସଂକ୍ରମଣ ଭୟ କମିବ ବୋଲି ଶ୍ରୀ ସାମଲ କହିଛନ୍ତି ।

କେବଳ ଲୋକସେବା ଭବନ ନୁହେଁ ରାଜୀବଭବନ, ଖାରବେଳ ଭବନ ଓ ବିଭାଗୀୟ ମୁଖ୍ୟ ଦପ୍ତରରେ ଏବେ କର୍ମଚାରୀଙ୍କୁ କରୋନା ଭୟ ଘାରିଥିବାବେଳେ ଏହାକୁ ନିୟମିତ ଭାବେ ସାନିଟାଇଜ ପାଇଁ କର୍ତ୍ତୃପକ୍ଷ ପଦକ୍ଷେପ ନେଉଥିବା ଜଣାଯାଇଛି ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020