ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ରାଜଧାନୀରେ ୩୭୬୩ ପଜିଟିଭି

ରାଜଧାନୀରେ ୩୭୬୩ ଜଣ ବ୍ୟକ୍ତି ଆଜି ସୁଦ୍ଧା କୋଭିଡ୍ ପଜିଟିଭି ବାହାରିଥିବବେଳେ ଏମାନଙ୍କ ମଧ୍ୟରୁ ୧୮ଜଣଙ୍କର ମୃତ୍ୟୁ ହୋଇଛି । ପଜିଟିଭଙ୍କ ମଧ୍ୟରୁ ୨୩୬୦ ଜଣ ଚିକିତ୍ସାପରେ ଆରୋଗ୍ୟଲାଭ କରିଥିବାବେଳେ ୧୩୮୨ଜଣ ବିଭିନ୍ନ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତେବେ ବର୍ତମାନ ସମୁଦାୟ ୧୩୮୩ ଆକ୍ରାନ୍ତଙ୍କ ମଧ୍ୟରୁ ବସ୍ତିରୁ ୨୦୭ ଥିଲାବେଳେ ଅଣ ବସ୍ତିରୁ ୧୧୭୬ ଅଛନ୍ତି ।

କରୋନା ପରୀକ୍ଷାରେ ଅନେକ ସୁବିଧା ଆସିବା ହେତୁ ବହୁ ସଂଖ୍ୟକ ବ୍ୟକ୍ତିଙ୍କର ପରୀକ୍ଷା ହୋଇପାରିଛି । ଅନ୍ୟ ପକ୍ଷରେ ପରୀକ୍ଷା ସଂଖ୍ୟା ଦିନକୁ ୧୪୦୦ରୁ ୧୮୦୦ ଏବଂ ଏହାଠାରୁ ଅଧିକ ହୋଇଛି । ଏପରିକି ଗତ ୨ ତାରିଖରୁ ଭ୍ରାମ୍ୟମାଣ ଗାଡିରେ ପରୀକ୍ଷା ହେବା ଦ୍ୱାରା କ୍ୟାମ୍ପ୍ ଆସି ପାରି ନଥିବା ଜରୁରୀ କେସ୍ ଗୁଡିକର ପରୀକ୍ଷା ହୋଇ ପାରିଛି ।

ଗତ ସାତ ଦିନ ମଧ୍ୟରେ୧୭,୬୩୪ ଜଣଙ୍କର ପରୀକ୍ଷା ହୋଇ ସାରିଥିବା ବେଳେ ଏଥିପାଇଁ ନିୟୋଜିତ ୧୩ଟି ଟିମ୍ କାର୍ଯ୍ୟ କରୁଥିବା ବେଳେ ଆଜି ସୁଦ୍ଧା ୭୦,୧୧୪ଟି ପରୀକ୍ଷା ହୋଇଛି ଏବଂ ଏଥି ମଧ୍ୟରୁ ୫୬,୧୧୪ଟି ସରକାରୀ ଏବଂ ୧୩,୩୦୦ଟି ବେସରକାରୀ ଅନୁଷ୍ଠାନ ତରଫରୁ କରାଯାଇଛି ।

ରୋଗୀଙ୍କୁ ସ୍ଥାନାନ୍ତର ନିମନ୍ତେ ରହିଥିବା ୧୪ଟି ଟିମରୁ ୨୪ ଟିମ୍ କରାଯାଇ ୨୪ ଘଣ୍ଟା କାର୍ଯ୍ୟ ଚାଲୁ ରହିଛି । ହସ୍ପିଟାଲ୍ ସ୍ତରୀୟ ସେବାରେ ଉନ୍ନତି ଘଟି ବେଡ୍ ସଂଖ୍ୟା-୩୪୦୧ଟି ରହିଛି । ଏ ସମ୍ବନ୍ଧୀୟ ଅନ୍ୟ ବ୍ୟବସ୍ଥା ମଧ୍ୟରେ ସ୍ଥାନୀୟ ବିଧାୟକଙ୍କ ଦ୍ୱାରା କୋଭିଡ୍ କେୟାର ସେଣ୍ଟର, କେତକ ଆବାସିକ ସଂଘ ଯଥା- ଭବାନୀ ଏନକ୍ଲେଭ୍, ଶିଳ୍ପ ସଂସ୍ଥା ଏବଂ ବ୍ୟାଙ୍କ୍ ଦ୍ୱାରା କୋଭିଡ୍ କେୟାର ସେଣ୍ଟର ଇତ୍ୟାଦି କରାଯାଇଛି ।

କୋଭିଡ୍ କେୟାର୍ ହୋମ୍ ଭାବେ ଯାତ୍ରୀ ନିବାସ ଓ ଟ୍ରାଇଡେଣ୍ଟ କଲେଜ୍ ହଷ୍ଟେଲ କୋଭିଡ୍ କେୟାର ସେଣ୍ଟର ଭାବେ ହାଇଟେକ୍ ହସପିଟାଲ, ସିଡବି ଜୟଦେବ ବିହାର ଏବଂ ଡୁମଡୁମା ପ୍ରାଥମିକ ସ୍ୱାସ୍ଥ୍ୟସେବା କେନ୍ଦ୍ର ରହିଥିବା ବେଳେ, କୋଭିଡ୍ ହସପିଟାଲ ଭାବେ କିମସ୍, ଆଦିତ୍ୟ ଅଶ୍ୱିନି ଏବଂ ସମ୍ ହସ୍ପିଟାଲ କାର୍ଯ୍ୟ କରୁଛନ୍ତି । ପଟିଆରେ ୬୦ ଶଯ୍ୟା ବିଶିଷ୍ଟ କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟ ରହିଛି । ଭୁବନେଶ୍ୱର ନିକଟରେ ମଧ୍ୟ ନିଳାଚଳ କୋଭିଡ୍ ହସ୍ପିଟାଲ୍, ଜାମୁଝରୀ କୋଭିଡ୍ କେୟାର ସେଣ୍ଟର ଏବଂ ଜଟଣୀ କୋଭିଡ୍ କେୟାର ସେଂଟର ରହିଥିବାରୁ ରୋଗୀଙ୍କ ପାଇଁ ବିଶେଷ ଭୟଭୀତ ହେବା ଏବଂଆଶଙ୍କା କରିବାରୁ ଦୂରେଇ ରହିବାରୁ ଅନୁରୋଧ କରିଛନ୍ତି କମିଶନର ।

ବର୍ତମାନ ସମସ୍ତ ୱାର୍ଡରେ୧୭୩୭ ଜଣ ସଚେତକ ଅଛନ୍ତି ଏବଂ ୩୪୮ ଜଣ ମେମ୍ବର କାର୍ଯ୍ୟ କରୁଛନ୍ତି । ଫେରନ୍ତାଙ୍କ ଥର୍ମାଲ୍ ସ୍କ୍ରିନିଂ କରାଇବା, ସଚେତନ ସଭା କରାଇବା, ଗୃହ ସଂଗରୋଧରେ ଥିବା ବ୍ୟକ୍ତିଙ୍କ ବିବରଣୀ ଆଣିବାରେ ସହଯୋଗ କରିଚାଲିଛନ୍ତି । ଗୃହସଂଗରୋଧ ଘରେ ଷ୍ଟିକରିଂ କରିବା, ଟେଷ୍ଟିଂ ପାଇଁ ସଂଯୋଜନା, ସନ୍ଦିଗ୍ଧଙ୍କ ବାବଦରେ ସୂଚନା ଦେବା, ପଡେଶୀଙ୍କୁ କୋଭିଡ୍ ବାବଦରେ ଏବଂ ସାବଧାନତା ବାବଦରେ ଜଣାଇବା, ପଡୋଶୀରେ କେଉଁ ସବୁ ପଜିଟିଭ୍ ଅଛନ୍ତି ଏବଂ ସେମାନଙ୍କୁ କିପରି ସହଯୋଗ କରି ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଅରଯିବ ତାହାର ବ୍ୟବସ୍ଥା କରିବା ଇତ୍ୟାଦି ପ୍ରଶଂସନୀୟ । ପ୍ରତ୍ୟେକ ୱାର୍ଡପାଇଁ ସଚେତନତା ଇତ୍ୟାଦି ନିମନ୍ତେ ବାର୍ଷିକ ୱାର୍ଡ୍ ବଜେଟ ୧ ଳକ୍ଷ ଲେଖାଁଏ ଦିଆଯାଇଛି ।

କୌଣସି ପ୍ରକାରର ସହାୟତା/ ଅଭିଯୋଗ ନିମନ୍ତେ ୧୯୨୯, ଜୋନାଲ୍ ଡେପୁଟି କମିଶନର, ୱାର୍ଡ୍ ଅଫିସର୍,ସଚେତକ (ୱେବ୍ ସାଇଟରେ ଉପଲବ୍ଧ) ଙ୍କୁ ଜଣାଇବାକୁ ନାଗରିକମାନଙ୍କୁ ଅନୁରୋଧ କରାଯାଉଛି ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020