ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଗୋଟିଏ ସ୍ଥାନରେ ଖୋରଧା ଗଞ୍ଜାମ


କରୋନା ସଂକ୍ରମଣ କ୍ଷେତ୍ରରେ ଖୋରଧା ଓ ଗଞ୍ଜାମ ସମାନ ସ୍ଥିତିରେ । ୨୪ଘଣ୍ଟା ଭିତରେ ଉଭୟ ଜିଲ୍ଲାରୁ ୨୭୪ଜଣ କରି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଗତ ଦୁଇଦିନ ଧରି ରାଜ୍ୟରେ କରୋନାରେ ଦୈନିକ ୧୨ ମୁଣ୍ଡ ଗଡିବାପରେ ମୋଟ କରୋନା ମୃତ୍ୟୁସଂଖ୍ୟା ୨୫୯ରେ ପହଞ୍ଚିଛି । ତେବେ ଗଞ୍ଜାମରେ ମୃତ୍ୟୁସଂଖ୍ୟା ମାତ୍ର ୨ରେ ସୀମିତ ରହିଛି ।

ରାଜ୍ୟର ୨୮ ଜିଲ୍ଲାରୁ ୧୬୪୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ପ୍ରଥମଥର ପାଇଁ ଗଞ୍ଜାମ ଓ ଖୋରଧା ଗୋଟିଏ ସ୍ଥାନରେ ଅଛନ୍ତି । ଅନ୍ୟ ଜିଲ୍ଲା ଗୁଡିକ ମଧ୍ୟରେ ରାୟଗଡାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୬ ଥିବାବେଳେ ସୁନ୍ଦରଗଡରେ ୧୧୮, ସମ୍ବଲପୁରରେ ୧୧୨, କଟକରେ ୯୮, ପୁରୀରେ ୯୨, ବାଲେଶ୍ୱରରେ ୭୩, କନ୍ଧମାଳରେ ୫୨ ଓ କୋରାପୁଟରେ ୫୦ ରହିଛି । ଅନ୍ୟ ଜିଲ୍ଲା ଗୁଡିକରେ ୫୦ରୁ କମ୍‍ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ନୂଆପଡା ଜିଲ୍ଲାରେ ସବୁଠାରୁ କମ୍‍ ମାତ୍ର ଜଣେ ଆକ୍ରାନ୍ତ ମିଳିଛନ୍ତି ।

ରାଜ୍ୟରେ ମୋଟ୍‍ ଆକ୍ରାନ୍ତଙ୍କ ସଂଖ୍ୟା ୪୪,୧୯୩ ରେ ପହଞ୍ଚି ଥିବାବେଳେ ଏମାନଙ୍କ ମଧ୍ୟରୁ ଚିକିତ୍ସାପରେ ସୁସ୍ଥହୋଇ ୨୮,୬୯୭ ଜଣ ଘରକୁ ଫେରିଥିବାବେଳେ ୧୫,୧୮୯ ଜଣ ବିଭିନ୍ନ କୋଭିଡ ଡାକ୍ତରକାନାରେ ଚିକିତ୍ସିତ ହେଉଛନ୍ତି । ସେହିଭଳି ରାଜ୍ୟରେ କୋଭିଡ ନମୂନା ପରୀକ୍ଷା ଆଜି ସୁଦ୍ଧା ୬,୩୪,୦୯୦ ରେ ପହଞ୍ଚି ଥିବାବେଳେ ଏଥି ମଧ୍ୟରୁ ୬.୯୭ ପ୍ରତିଶତ ପଜିଟିଭ ବାହାରିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ରାଜ୍ୟରେ ମୃତ୍ୟୁବରଣ କରିଥିବା ୧୨ ଜଣଙ୍କ ମଧ୍ୟରେ ଗଞ୍ଜାମ, କନ୍ଧମାଳ, କେନ୍ଦୁଝର ଓ ଖୋରଧା ଜିଲ୍ଲାରେ ୨ଜଣ କରି ପ୍ରାଣ ହରାଇଥିବାବେଳେ ବାଲେଶ୍ୱର, ବରଗଡ, ଗଜପତି ଓ ସୁନ୍ଦରଗଡ ଜିଲ୍ଲାରେ ଜଣେ କରି ମରିଛନ୍ତି । ଏମାନଙ୍କୁ ମିଶାଇ ଗଞ୍ଜାମରେ ମୃତ୍ୟୁସଂଖ୍ୟା ସର୍ବାଧିକ ୧୨୫ରେ ପହଞ୍ଚିଥିବାବେଳେ ଖୋରଧାରେ ୩୩ ଓ ଗଜପତିରେ ୧୬ରେ ପହଞ୍ଚିଛି । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020