୩୦ ଜିଲ୍ଲାରୁ ୧୬୯୫ ନୂଆ କରୋନା ରୋଗୀ ଚିହ୍ନଟ  ନୂଆ ଚିହ୍ନଟଙ୍କ ମଧ୍ୟରେ ୭୦୯ ଲୋକାଲ କେସ୍‍  ଖୋରଧା ଜିଲ୍ଲାରେ ଗୋଟିଏ ଦିନରେ ସର୍ବାଧିକ ୧୮୩ ରୋଗୀ ଚିହ୍ନଟ  ବାଲେଶ୍ୱରରେ ୧୨୮, ସୁନ୍ଦରଗଡରେ ୧୧୦, କଟକରେ ୧୦୩, ନୂଆପଡାରେ ୯୨ ଚିହ୍ନଟ  କରୋନାରେ ରାଜ୍ୟରେ ଆଉ ୧୫ ଜଣଙ୍କ ମୃତ୍ୟୁ   ରାଜ୍ୟରେ ମୋଟ୍‍ ମୃତ୍ୟୁ ସଂଖ୍ୟା ୧୨୨୯  ଆଜି ସୁଦ୍ଧା ରାଜ୍ୟରେ ୪୨,୮୦,୨୭୪ ନମୂନା ପରୀକ୍ଷା  ମୋଟ ପରୀକ୍ଷାରୁ ୬.୫୩ ପ୍ରତିଶତ ପଜିଟିଭ ଚିହ୍ନଟ  

ଷ୍ଟ୍ରିଟ ଭେଣ୍ଡରଙ୍କୁ ହଇରାଣ କରନି

ଷ୍ଟ୍ରିଟ ଭେଣ୍ଡରମାନେ ଯେଭଳି ପୌର ଓ ପୁଲିସ୍‍ କର୍ତ୍ତୃପକ୍ଷଙ୍କ ଦ୍ୱାରା ହଇରାଣ ହରକତ ହେଉଛନ୍ତି ତାହା କେନ୍ଦ୍ର ସରକାରଙ୍କୁ ଚିନ୍ତିତ କରିଛନ୍ତି । ଏଭଳି ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡିକୁ ପରାମର୍ଶ ଦେଇଛନ୍ତି ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଏହି ପ୍ରସଙ୍ଗ ରାଜ୍ୟ ସରକାରଙ୍କ ଦୃଷ୍ଟିରୁ ଆଣିବା ସହିତ ଷ୍ଟ୍ରିଟ ଭେଣ୍ଡରମାନେ ଯେଭଳି ହଇରାଣ ହରକତ ଓ ଉଚ୍ଛେଦ ନହୁଅନ୍ତି ସେଥିପାଇଁ କହିଛନ୍ତି । ଯଦି କୌଣସି କ୍ଷେତ୍ରରେ ପୁଲିସ୍‍ କର୍ମଚାରୀମାନେ ଷ୍ଟ୍ରିଟ ଭେଣ୍ଡରଙ୍କ ବିରୁଦ୍ଧରେ କାର୍ଯ୍ୟ କରିଥିବା ନଜରକୁ ଆସିବ ତେବେ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଲାଗି କୁହାଯାଇଛି ।

ନିକଟରେ କେନ୍ଦ୍ର ସରକାର ପ୍ରଧାନ ମନ୍ତ୍ରୀ ଷ୍ଟ୍ରିଟ ଭେଣ୍ଡର୍ସ ଆତ୍ମ ନିର୍ଭର ନିଧି ଯୋଜନା (ପିଏମ୍‍ ଏସ୍‍ଭିଏ ନିଧି) କାର୍ଯ୍ୟକାରୀ କରିଛନ୍ତି ଯାହାକି ଏବେ ବିଭିନ୍ନ ରାଜ୍ୟରେ ଏବେ ସମସ୍ୟାର ସମ୍ମୁଖୀନ ହେଉଛି । ବ୍ୟବସାୟୀମାନଙ୍କୁ ବିନା କାରଣରେ ହଇରାଣ ସହିତ ଉଚ୍ଛେଦ କରିବା ଯୋଗୁଁ ଏଭଳି ଅବସ୍ଥା ଉପୁଜୁଛି । ଷ୍ଟ୍ରିଟ ଭେଣ୍ଡରମାନେ କମ୍‍ ଲାଭରେ ବ୍ୟବସାୟ କରୁଥିବାରୁ ସେମାନେ ହଇରାଣ ଏବଂ ଉଚ୍ଛେଦର ସମ୍ମୁଖୀନ ହେବା ଫଳର କେନ୍ଦ୍ର ସରକାରଙ୍କ ଏହି ଫ୍ଲାଗସିପ୍‍ ଯୋଜନା ଲାଇନ୍‍ଚ୍ୟୁତ ହେବାରେ ଲାଗିଛି । କେନ୍ଦ୍ର କାର୍ଯ୍ୟକାରୀ କରୁଥିବା ପିଏମ୍‍ ଏସ୍‍ଭିଏନିଧି ଯୋଜନାରେ ଷ୍ଟ୍ରିଟ ଭେଣ୍ଡରମାନଙ୍କୁ ବ୍ୟବସାୟ କରି ପେଟ ପୋଷିବା ଲାଗି ମୂଳ ପୁଞ୍ଜି ଯୋଗାଇ ଦିଆଯାଇଥାଏ ।

କରୋନା ମହାମାରୀ ସମୟରେ ଏବେ ଷ୍ଟ୍ରିଟ ଭେଣ୍ଡରମାନଙ୍କ ଜୀବନ ଜୀବିକା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଷ୍ଟ୍ରିଟ ଭେଣ୍ଡରମାନେ ସହରାଞ୍ଚଳରେ ବିଭିନ୍ନ ଆବଶ୍ୟକତା ପୂରଣ ସହିତ ଅର୍ଥନୀତିରେ ମଧ୍ୟ ଏମାନଙ୍କର ଯୋଗଦାନ ରହୁଥବାରୁ ପିଏମ୍‍ ଏସ୍‍ଭିଏନିଧି ଯୋଜନାଟି ସେମାନଙ୍କୁ ସହାୟତା ଲାଗି ପ୍ରସ୍ତୁତ ହୋଇଛି । ଷ୍ଟ୍ରିଟ ଭେଣ୍ଡରମାନଙ୍କୁ ବିନା ସୁଧରେ ବର୍ଷକ ପାଇଁ ୧୦ହଜାର ଟଙ୍କାର ଋଣ ଯୋଗାଇ ଦିଆଯାଉଛି । ଧାର୍ଯ୍ୟ ସମୟରେ ଋଣ ସୁଝିବା ସହିତ ଡିଜିଟାଲ ପେମେଣ୍ଟ କଲେ ଏମାନଙ୍କୁ ସୁଧ ସବ୍‍ସିଡ୍‍ ବାବଦରେ ବର୍ଷକୁ ୭ ପ୍ରତିଶତ ଏବଂ ୧୨୦୦ ଟଙ୍କାର ଅର୍ଥ ଫେରସ୍ତ ମିଳିଥାଏ ।

ଧାର୍ଯ୍ୟ ସମୟ ମଧ୍ୟରେ ଋଣ ପରିଶୋଧ କଲେ ଏହି ଯୋଜନାରେ ପରବର୍ତ୍ତୀ ଋଣ ପ୍ରଦାନ ପାଇଁ ବ୍ୟବସ୍ଥା ରହିଛି । ଷ୍ଟ୍ରିଟ ଭେଣ୍ଡର ଆଇନ୍‍ ୨୦୧୪ ଅନୁଯାୟୀ ଷ୍ଟ୍ରିଟ ଭେଣ୍ଡରମାନଙ୍କୁ ସହରାଞ୍ଚଳରେ ସେମାନଙ୍କ ପାଇଁ ଥିବା ପ୍ରଶାସନିକ ବ୍ୟବସ୍ଥାରେ ଅଂଶଗ୍ରହଣ ପାଇଁ ସଶକ୍ତ କରାଯାଉଛି । ଏହି ଆଇନ୍‍ରେ ମଧ୍ୟ ସର୍ଭେ ମାଧ୍ୟମରେ ଷ୍ଟ୍ରିଟ ଭେଣ୍ଡରମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଦୋକାନର ପ୍ରମାଣପତ୍ର ଓ ପରିଚୟ ପତ୍ର ଦେବାର ବ୍ୟବସ୍ଥା ରହିଛି ।

ଏଭଳି ଏକ ଭଲ ବ୍ୟବସ୍ଥା କିନ୍ତୁ ପୌର ସଂସ୍ଥା ଓ ପୁଲିସ୍‍ ଅଧିକାରୀଙ୍କ ବାରମ୍ବାର ହସ୍ତକ୍ଷେପ ଯୋଗୁଁ ପ୍ରଭାବିତ ହେଉଛି । ଦୋକାନୀମାଙ୍କୁ ନିୟମିତ ଭାବେ ଉତ୍ପୀଡନ ଓ ଉଚ୍ଛେଦ ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ରାଜ୍ୟ ସରକାରମାନଙ୍କ ଏଭଳି କାର୍ଯ୍ୟ କେନ୍ଦ୍ରୀୟ ଆଇନ୍‍ର ବିରୁଦ୍ଧାଚରଣ କରୁଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020